Odisha’s V. Ramesh Rao Wins Gold: ରାଜ୍ୟଗୋଷ୍ଠୀ ପାରା ଅସିଚାଳନା: ଓଡ଼ିଶା ପୁରୁଷ ଖେଳାଳି ଜିତିଲେ ୫ ପଦକ

Aug 13, 2026 - 16:52
Odisha’s V. Ramesh Rao Wins Gold: ରାଜ୍ୟଗୋଷ୍ଠୀ ପାରା ଅସିଚାଳନା: ଓଡ଼ିଶା ପୁରୁଷ ଖେଳାଳି ଜିତିଲେ ୫ ପଦକ

"ଭୁବନେଶ୍ବର: ଚଳିତ ରାଜ୍ୟଗୋଷ୍ଠୀ ପାରା ଅସିଚାଳନା ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଶା ଖେଳାଳି ଦମ୍‌ଦାର ପ୍ରଦର୍ଶନ କରିଛନ୍ତି।

ବୁଧବାର ମହିଳା ପାରା ଅସିଚାଳିକା ମାଳତି ପନାଉରେ ୨ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ଗୁରୁବାର ଓଡ଼ିଶାର ୫ ଖେଳାଳି ୫ ପଦକ (୨ ସ୍ବର୍ଣ୍ଣ, ୧ ରୌପ୍ୟ, ୨ କାଂସ୍ୟ) ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି।

Advertisment ନାଇଜେରିଆର ଲାଗୋସ୍‌ରେ ଆୟୋଜିତ ଏହି ପ୍ରତିଯୋଗିତାର ପୁରୁଷ ଫଏଲ୍ "ଏ" ବର୍ଗରେ ଭି ରମେଶ ରାଓ ସ୍ବର୍ଣ୍ଣ ଜିତିଥିଲା ବେଳେ ପବିତ୍ର ସାହୁ ଓ ରାଖାଲ କୁମାର ସେଠୀ କାଂସ୍ୟ ପଦକ ପାଇଥିଲେ।

ପୁଲ୍‌ ପର୍ଯ୍ୟାୟରେ ଏହି ୩ ଖେଳାଳି ଚମତ୍କାର ପ୍ରଦର୍ଶନ କରି କ୍ବାର୍ଟରଫାଇନାଲ୍‌ରେ ପହଞ୍ଚିଥି‌ଲେ।

କ୍ବାର୍ଟରଫାଇନାଲ୍‌ରେ ରମେଶ ୧୫-୨ରେ ଉଡ଼ୁନେୟେ ଓପଓଲୁୱାଙ୍କୁ, ପବିତ୍ର ୧୫-୧୦ ସନ୍ଦୀପଙ୍କୁ ଏବଂ ରାଖାଲ ୧୫-୧୦ରେ ପ୍ରବୀଣଙ୍କୁ ହରାଇଥିଲେ।

ସେମିଫାଇନାଲ୍‌ରେ ରମେଶ ୧୫-୧୨ରେ ପବିତ୍ରଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ।

ରାଖାଲ ୧୩-୧୫ରେ ପିଙ୍କୁଙ୍କଠୁ ହାରି ଫାଇନାଲ୍‌ରୁ ବଞ୍ଚିତ ହୋଇଥିଲେ।

ତେବେ ସେମିଫାଇନାଲ୍‌ରେ ହାରି ପବିତ୍ର ଓ ରାଖାଲ କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ।

ଫାଇନାଲ୍‌ରେ ରମେଶ ୧୫-୧୦ରେ ପିଙ୍କୁ ହରାଇ ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲେ।

ଜୟପୁରରେ ଦେହ ବେପାର!

ପୁଲିସ ଭୟରେ ଛାତ ଡେଇଁ ପଳାଇଲେ ରାଣୀ ମହୁମାଛି ଫଏଲ୍‌ ବି ବର୍ଗରେ ଓମ୍‌ପ୍ରକାଶ ବେହେରା ସ୍ବର୍ଣ୍ଣ ଓ ରୁଦ୍ର ନାରାୟଣ ବେହେରା ରୌପ୍ୟ ପଦକ ଜିତିଥିଲେ।

ସ୍ବର୍ଣ୍ଣ ମୁକାବିଲାରେ ଓମ୍‌ପ୍ରକାଶ ୧୫-୫ରେ ନିଜ ରାଜ୍ୟର ରୁଦ୍ରନାରାୟଣ ବେହେରାଙ୍କୁ ହରାଇଥିଲେ।

ଉଭୟ ପୁଲ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ସିଧାସଳଖ ସେମିଫାଇନାଲ୍‌ରେ ପହଞ୍ଚିଥିଲେ।

ସେମିଫାଇନାଲ୍‌ରେ ଓମ୍‌ପ୍ରକାଶ ୧୫-୨ରେ ଓ‌ୟିଲି ଡାମିଲୋଲାଙ୍କୁ ଏବଂ ରୁଦ୍ର ୧୫-୩ରେ ଅଜାନି ଇଡୋଉଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ଲଢ଼େଇରେ ସାମିଲ ହୋଇଥିଲେ।

ଏହି ସଫଳତା ଲାଗି ତାଙ୍କୁ ପାରା ଅଲିମ୍ପିକ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ), ଓଡ଼ିଶା ପାରା କ୍ରୀଡ଼ା ସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୬ ଜଣ ଖେଳାଳି ଭାରତର ପ୍ରତିନିଧିତ୍ବ କରିଛନ୍ତି ଏବଂ ସମସ୍ତେ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media