Gambling Den ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ, ୧୦ ଗିରଫ

Aug 13, 2026 - 16:52
Gambling Den ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ, ୧୦ ଗିରଫ

"କୁଜଙ୍ଗ: ଗତକାଲି (ବୁଧବାର) ବିଳମ୍ବିତ ରାତିରେ କୁଜଙ୍ଗ ପୁଲିସ ଏକ ବଡ଼ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୦ଜଣ ଜୁଆଡ଼ିଙ୍କୁ ଗିରଫ କରିଛି।

ସେମାନଙ୍କ ନିକଟରୁ ବିପୁଳ ଟଙ୍କା, ଯାନବାହନ ଜବତ କରିଛି।

Advertisment ଆଜି ଏହି ଚଢ଼ାଉ ସମ୍ପର୍କରେ ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି।

ପୁଲିସ ଦେଇଥିବା ସୂଚନାନୁସାରେ,  କୁଜଙ୍ଗ ଥାନା ବାଲିଆ ପଂଚାୟତ ପାନପଲ୍ଲୀ ଗ୍ରାମର ଏକ ଦୁଇ ମହଲା କୋଠାଘରେ   ସେହି ଗ୍ରାମର ଧୃବ ଚରଣ ସ୍ବାଇଁଙ୍କ ପୁତ୍ର ରାଜ କିଶୋର ସ୍ବାଇଁ ଜୁଆ ଆଡ୍ଡା ଚଳାଉଥିଲେ।

ପ୍ରାୟ ୪-୫ ବର୍ଷ ଧରି ଏହି ଆଡ୍ଡା ଚାଲୁଥିଲା।

ଗତକାଲି ରାତି ପ୍ରାୟ ୯ ଟା ସମୟରେ ବାଇକ୍‌ରେ ସାଧା ପୋଷାକରେ ଗାଁକୁ ପ୍ରବେଶ କରି।

ଆଡ୍ଡା ସ୍ଥଳୀକୁ ଘେରାବନ୍ଦୀ କରିଥିଲେ।

ଚଢାଉ ସମୟରେ ସେଠାରେ ଉପସ୍ଥିତ ଥିବା ୧୦ ଜଣଙ୍କୁ ପୁଲିସ ଦଳ କାବୁ କରି ନେଇଥିଲୋ ତେବେ ଅନ୍ଧାର ସୁଯୋଗରେ ଅନ୍ୟକେତେକ ଫେରାର୍‌ ହୋଇଯାଇଥିବା ଜଣାଯାଇଛି।

ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ କୁଜଙ୍ଗ ଥାନା କଳଦୀପ ଗ୍ରାମର  ସୁକାନ୍ତ କୁମାର ବେହେରା, ମଲ୍ଲିପୁରା ଗ୍ରାମର ସ୍ମୃତିରଂଜନ ବିଶ୍ବାଳ, ଶିବବ୍ରତ୍ତ ରାଉତ, ପାନପଲ୍ଲୀ ଗ୍ରାମର ହୃଷୀକେଶ ବେହେରା, ରାଜ କିଶୋର ସ୍ବାଇଁ, ପୁତ୍ର ବେଣୁଧର ପାଣି, ସହଦେବ ବେହେରା, ସୁଶାନ୍ତ ଦାସ, ସାଗର ଦାସ ଓ ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁର ଗ୍ରାମର ଜୁମର ବେହେରାା ସେମାନଙ୍କ ଠାରୁ ୮୪ ହଜାର ୯୩୦ ଟଙ୍କା ନଗଦ ସହିତ ତିନୋଟି ଦୁଇ ଚକିଆ ଯାନ,୧୦ ଟି ମୋବାଇଲ,ତିନୋଟି ମନିପର୍ସ ଓ ୩୦ ମୁଠା ତାସ ଯବତ କରିଥିବା ଜଣା ପଡ଼ିଛି।

ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ମୁଖ୍ୟ କାର୍ପଟଦାର ରାଜ କିଶୋର ସ୍ବାଇଁ ଓରଫ ରାଜୁ ବାଲିଆ ପଂଚାୟତ ବିଜେପିର ସହ ପ୍ରମୁଖ ଅଟନ୍ତିା ପୁଲିସ ସୂଚନା ଅନୁସାରେ ଏହି ସଗଂଠିତ ଅପରାଧ ସହିତ ଘରମାଲିକ ଓ ଅନ୍ୟ କୌଣସି ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସମ୍ପୃକ୍ତ ଥିବା ନେଇ ତଦନ୍ତ ଚାଲିଛି।

ସମ୍ପୃକ୍ତିର ପ୍ରମାଣ ମିଳିଲେ ସେମାନଙ୍କ ନାମରେ ମଧ୍ଯ ନାମଲା ରୁଜୁ କରାଯିବ ବୋଲି ତିର୍ତ୍ତୋଲ୍‌ ଏସ୍‌ଡିପିଓ ଅଜୟ ଦାସ ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ କୁଜଙ୍ଗ ଥାନା ଅଧିକାରୀ ଶିବାଶିଷ ଦାସ, ସେକେଣ୍ଡ ଅଫିସର ଏସଆଇ ରଶ୍ମୀରଂଜନ ସାହୁ, ଅର୍ଜୁନ ଅଜୟ ଖଣ୍ଡଗିରୀ ପ୍ରମୁଖ ଉପସ୍ଥିତ ଥିଲୋ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media