Odisha Signs MoU ବିକଶିତ ହେବ ମନ୍ଦିର ଠାରୁ ମେଡିକାଲ୍‌ କଲେଜର ଭିତ୍ତିଭୂମି: ନିର୍ମାଣ ବିଭାଗ ଓ ଓବିସିସି ଏମ୍‌ଓୟୁ

Nov 26, 2026 - 16:55
Odisha Signs MoU ବିକଶିତ ହେବ ମନ୍ଦିର ଠାରୁ ମେଡିକାଲ୍‌ କଲେଜର ଭିତ୍ତିଭୂମି: ନିର୍ମାଣ ବିଭାଗ ଓ ଓବିସିସି ଏମ୍‌ଓୟୁ

ଭୁବନେଶ୍ୱର: ରାଜ୍ୟର ମନ୍ଦିର, ମେଡିକାଲ୍‌ କଲେଜ, ଉଡ଼ନ୍ତା ପୋଲ (ଫ୍ଲାଏ ଓଭର), ସେତୁ, ସଡ଼କ ଆଦିର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟର ନିର୍ମାଣ ବିଭାଗ ଓ ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକ୍‌ସନ୍‌ କର୍ପୋରେସନ୍‌ ଲିଃ (ଓବିସିସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି।

ବୁଝାମଣା ଅନୁସାରେ ୨୦୨୬-୨୭ ଆର୍ଥିକ ବର୍ଷରେ ୨ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

Advertisment ସହରୀକରଣରେ ଓଡ଼ିଶା ପଛୁଆ: ନଗର ଉନ୍ନୟନ ମନ୍ତ୍ରୀ, ସହରାଞ୍ଚଳ ଭିତ୍ତିଭୂମିକୁ ଗୁରୁତ୍ବ ଦିଆଯିବ ଆଜି (ଗୁରୁବାର) ଲୋକସେବା ଭବନ ସ୍ଥିତ ନିର୍ମାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୁଝାମଣାପତ୍ର ସ୍ବାକ୍ଷର କାର୍ଯ୍ୟକ୍ରମରେ ନିର୍ମାଣ ବିଭାଗ ପକ୍ଷରୁ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ଓବିସିସି ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ଅନୁପମ ସାହା ବୁଝାମଣା ପତ୍ରରେ ସ୍ଵାକ୍ଷର କରିଥିଲେ I ଓଡ଼ିଶାର ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ଜର୍ମାନୀ ଦେବ ଋଣ ଏହି ବୁଝାମଣା ଦ୍ବାରା ରାଜ୍ୟରେ ଆଧୁନିକ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ, ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀର ବିକାଶ, ଉନ୍ନତ ଗମନାଗମନ ବ୍ୟବସ୍ଥା ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ କରାଯିବ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜ୍ୟର ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଉନ୍ନତୀକରଣକୁ ସାମିଲ କରାଯାଇଛି।

କେଉଁଝର ଘଟଗାଁର ମା' ତାରିଣୀ ମନ୍ଦିର, ସମ୍ବଲପୁରର ମା' ସମଲେଶ୍ୱରୀ ମନ୍ଦିର, ଜଗତସିଂହପୁରର ମା' ସାରଳା ମନ୍ଦିର, ଯୋରନ୍ଦାର ଶୂନ୍ୟ ମନ୍ଦିର, ଖୋର୍ଦ୍ଧାର ମା' ଉଗ୍ରତାରା ମନ୍ଦିର ଓ ମା' ଭଗବତୀ ମନ୍ଦିରର ବିକାଶ ଏଥିରେ ଅନ୍ତର୍ଭୁକ୍ତ।

ଏହାବ୍ୟତୀତ ଭୁବନେଶ୍ୱରର ଏକାମ୍ର କ୍ଷେତ୍ର ପ୍ରକଳ୍ପର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯିବ।

୨୦୨୪-୨୫ ଆର୍ଥିକ ବର୍ଷରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତଟ ରେଳପଥର ରେକର୍ଡ ସେହିପରି ରାଜ୍ୟର ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ କଟକର ଏସ୍‌ସିବି ମେଡିକାଲ କଲେଜ, ବୁର୍ଲାର ଭିମ୍‌ସାର ଏବଂ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜରେ ବିଭିନ୍ନ ନିର୍ମାଣ ଓ ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯିବ।

ସଡ଼କ ଓ ସେତୁ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି।

ଭୁବନେଶ୍ୱରର ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଫ୍ଲାଏଓଭର ନିର୍ମାଣ, ବଡ଼ବିଲ ରିଙ୍ଗ୍‌ ରୋଡ୍‌, ଗଞ୍ଜାମର ଗେଟ୍‌ ବଜାର ଫ୍ଲାଏ ଓଭର ସହ କାଠଯୋଡ଼ି, ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତା ନଦୀ ଉପରେ ହାଇଲେଭଲ୍‌ ସେତୁ ନିର୍ମାଣ ଭଳି ପ୍ରକଳ୍ପ ଏହି ବୁଝାମଣାପତ୍ର ମାଧ୍ୟମରେ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରହିଛି ।

ମା' ତାରାତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ପୀଠର ଭିତ୍ତିଭୂମି ବିକାଶ ପାଇଁ ୩୦ କୋଟି ଘୋଷଣା କୃଷି ଓ ଗ୍ରାମୀଣ ଭିତ୍ତିଭୂମିର ବିକାଶ ପାଇଁ ମଡେଲ ଧାନମଣ୍ଡି ନିର୍ମାଣ, ଜନସାଧାରଣଙ୍କ ସୁବିଧା ନିମନ୍ତେ ରାଜଧାନୀ ଭୁବନେଶ୍ୱରରେ ଜନଆଶ୍ରୟ ଭବନ ନିର୍ମାଣ ସହ ବିଭିନ୍ନ ସ୍ଥାନରେ ଆଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ଓ ଉନ୍ନତୀକରଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯିବ।

ଏଥିସହ କେନ୍ଦୁଝରଠାରେ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (Regional Plant Resource Centre) ନିର୍ମାଣ ପ୍ରକଳ୍ପକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ବୁଝାମଣାପତ୍ରରେ ନିର୍ମାଣ ବିଭାଗ ଓ ଅର୍ଥ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରକଳ୍ପଗୁଡ଼ିକର ତଦାରଖ ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ମଧ୍ୟ ବ୍ୟବସ୍ଥା ରହିଛି I

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)