Odisha Secures 3rd Rank in PM SVANidhi: ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର ୨୦୨୬: ‘ଫାଷ୍ଟେଷ୍ଟ ମୁଭର’ ବର୍ଗରେ ତୃତୀୟ ସ୍ଥାନରେ ଓଡ଼ିଶା

Nov 21, 2026 - 14:05
Odisha Secures 3rd Rank in PM SVANidhi: ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର ୨୦୨୬: ‘ଫାଷ୍ଟେଷ୍ଟ ମୁଭର’ ବର୍ଗରେ ତୃତୀୟ ସ୍ଥାନରେ ଓଡ଼ିଶା

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ଜାତୀୟ ସ୍ତରରେ ପୁଣିଥରେ ଗୌରବ ଅର୍ଜନ କରିଛି ଓଡ଼ିଶା।

ନୂଆଦିଲ୍ଲୀସ୍ଥିତ ଡଃ ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରଠାରେ ଆୟୋଜିତ 'ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର ୨୦୨୬' ସମାରୋହରେ 'ବେଷ୍ଟ ପରଫର୍ମିଂ – ଫାଷ୍ଟେଷ୍ଟ ମୁଭର' ବର୍ଗରେ ଓଡ଼ିଶା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି।

Advertisment କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ମନୋହର ଲାଲ ଏବଂ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୋଖାନ ସାହୁଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶ୍ରୀ ସୁଶାନ୍ତ ସିଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଥିଲେ।

ଚଳିତ ବର୍ଷ ଏହି ପୁରସ୍କାର ସମାରୋହର ବିଷୟବସ୍ତୁ (ଥିମ୍) 'ଫ୍ରମ୍ ଷ୍ଟ୍ରିଟ୍ ଭେଣ୍ଡର୍ସ ଟୁ ଷ୍ଟ୍ରିଟ୍ ୱଣ୍ଡର୍ସ' ରଖାଯାଇଥିଲା।

୨୦୨୫ ସେପ୍ଟେମ୍ବର ୧ରୁ ୨୦୨୬ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଯୋଜନାର କାର୍ଯ୍ୟଦକ୍ଷତାକୁ ଆଧାର କରି ଏହି ପୁରସ୍କାର ପ୍ରଦାନ କରାଯାଇଛି।

ରାସ୍ତାକଡ଼ ବ୍ୟବସାୟୀଙ୍କୁ ବିନା ବନ୍ଧକରେ ଋଣ ଯୋଗାଇବା, ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ଏବଂ ସେମାନଙ୍କ ପରିବାରକୁ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସହ ଯୋଡ଼ିବା କ୍ଷେତ୍ରରେ ଓଡ଼ିଶାର ଅଗ୍ରଗତିକୁ ଏହି ସମ୍ମାନରେ ସ୍ୱୀକୃତି ମିଳିଛି।

Advertisment ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ ଉଠାଦୋକାନୀମାନଙ୍କୁ 'ଷ୍ଟ୍ରିଟ୍ ୱଣ୍ଡର୍ସ' ଭାବେ ଅଭିହିତ କରିବା ସହ ସେମାନଙ୍କର ଉଦ୍ୟୋଗୀ ମନୋଭାବ ଏବଂ ଦୃଢ଼ ଇଚ୍ଛାଶକ୍ତିର ପ୍ରଶଂସା କରିଥିଲେ।

ସେ କହିଥିଲେ ଯେ, ପ୍ରତ୍ୟେକ ଯୋଗ୍ୟ ଉଠାଦୋକାନୀଙ୍କ ନିକଟରେ ପିଏମ୍ ସ୍ୱନିଧି ଯୋଜନା ପହଞ୍ଚିପାରିଲେ ହିଁ 'ଅନ୍ତ୍ୟୋଦୟ' ମାଧ୍ୟମରେ 'ବିକଶିତ ଭାରତ @୨୦୪୭'ର ସ୍ୱପ୍ନ ସାକାର ହୋଇପାରିବ।

ଏଥିପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର, ବ୍ୟାଙ୍କ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକର ମିଳିତ ପ୍ରୟାସ ଆବଶ୍ୟକ।

ଓଡ଼ିଶାର ଏହି ସଫଳତାରେ ଖୁସି ବ୍ୟକ୍ତ କରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ଏହି ଜାତୀୟ ସ୍ୱୀକୃତି ଓଡ଼ିଶାର ସମସ୍ତ ଉଠାଦୋକାନୀମାନଙ୍କର ଅଟେ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆମର ପୌରସଂସ୍ଥା, ବ୍ୟାଙ୍କ ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ମିଳିତ ଭାବେ କାର୍ଯ୍ୟ କରି ଉଠାଦୋକାନୀମାନଙ୍କୁ ଆନୁଷ୍ଠାନିକ ଋଣ ଓ ଡିଜିଟାଲ ଅର୍ଥନୀତି ସହ ଯୋଡ଼ିପାରିଛନ୍ତି।

ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଯେପରି ଏହାର ଲାଭ ପାଇବେ, ସେଥିପାଇଁ ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।" ସେହିପରି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି ଯେ, ଏହି ପୁରସ୍କାର 'ଟିମ୍ ଅର୍ବାନ୍ ଓଡ଼ିଶା'ର କ୍ଷେତ୍ରସ୍ତରୀୟ ପରିଶ୍ରମର ଫଳ।

ପୌରସଂସ୍ଥା ଓ ବ୍ୟାଙ୍କଗୁଡ଼ିକର ସମନ୍ୱୟରେ ଉଠାଦୋକାନୀମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କ ପରିବାରକୁ ସାମାଜିକ ସୁରକ୍ଷା ଯୋଜନା ସହ ଯୋଡ଼ିବାରେ ଏହା ସହାୟକ ହୋଇଛି।

୧ ଜୁନ୍ ୨୦୨୦ରେ ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ ହେବା ପରଠାରୁ ଏହା ଅଧୀନରେ ସାରା ଦେଶରେ ପ୍ରାୟ ୮୧ ଲକ୍ଷ ଉଠାଦୋକାନୀଙ୍କୁ ୨୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୧.୨୧ କୋଟିରୁ ଅଧିକ ଋଣ ପ୍ରଦାନ କରାଯାଇଛି।

ଯୋଜନାର ପୁନର୍ଗଠନ ପରେ ପ୍ରଥମ ବର୍ଷରେ ପ୍ରାୟ ୨୨ ଲକ୍ଷ ଋଣ ମଞ୍ଜୁର ହୋଇଥିବା ବେଳେ ଏଥିରେ ୬,୨୯୪ କୋଟି ଟଙ୍କା ବଣ୍ଟନ କରାଯାଇଛି।

ବର୍ତ୍ତମାନ ଯୋଗ୍ୟ ଉଠାଦୋକାନୀମାନଙ୍କୁ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ସୀମା ବିଶିଷ୍ଟ ୟୁପିଆଇ (ୟୁପିଆଇ) ସଂଯୁକ୍ତ ରୂପେ କ୍ରେଡିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯାଉଛି।

ଚଳିତ ବର୍ଷର ଏହି ସମାରୋହରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ପୌରସଂସ୍ଥା ଏବଂ ବ୍ୟାଙ୍କିଂ ପ୍ରତିଷ୍ଠାନଗୁଡ଼ିକୁ ମୋଟ ୫୨ଟି ପୁରସ୍କାର ଏବଂ ୫ଟି ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)