Shocking Fight Inside Ferry: ମଝି ନଈରେ ଗଣ୍ଡଗୋଳ, ଚାଲିଥିଲା ଡଙ୍ଗା ହେଲେ ଥମୁ ନଥିଲା ବିଧା ଗୋଇଠା
ମଝି ନଈରେ ମାରପିଟ୍।
ଚାଲିଛି ଡଙ୍ଗା, ହେଲେ ଥମୁନି ବିଧା ଗୋଇଠା।
ଘାଟିଆ ଓ ଯାତ୍ରୀଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ।
ମାରପିଟ୍ ରେ ଦୋହଲୁଛି ଡଙ୍ଗା, ହେଲେ ଅଟକୁନି ଆକ୍ରମଣ।
ଡଙ୍ଗାରେ ବସିଥିବା ଅନ୍ୟ ଯାତ୍ରୀଙ୍କ ମନରେ ଛନକା।
କେନ୍ଦ୍ରାପଡ଼ା ଜମ୍ବୁ ଫେରିଘାଟର ଏହି ମାଡ଼ଗୋଳର ଭିଡିଓ ଏବେ ଭାଇରାଲ୍ ହେଉଛି।
କେମିତି ଉଛୁଳା ନଈ ମଝିରେ ଡଙ୍ଗା ଭିତରେ ଜୀବନକୁ ବାଜି ଲଗାଇ ଲଢ଼ୁଥିଲେ ଦୁଇଜଣ।
ଟିକିଏ ଅସାବଧାନତା ହୋଇଥିଲେ ଘଟିଥାନ୍ତା ବଡ଼ ଅଘଟଣ।
Advertisment ଆଶ୍ଚର୍ଯ୍ୟର କଥା, ଡଙ୍ଗାରେ ନା ଅଛି ଲାଇଫ୍ ଜ୍ୟାକେଟ୍, ନା ଅଛି ଜୀବନ ରକ୍ଷାର ଅନ୍ୟ କୌଣସି ବ୍ୟବସ୍ଥା ।
ଏଭଳି ବିପଦପୂର୍ଣ୍ଣ ସ୍ଥିତିରେ ଘାଟିଆ ଓ ଯାତ୍ରୀଙ୍କ ମାରପିଟ୍ ଯୋଗୁଁ ସଙ୍କଟରେ ପଡ଼ିଥିଲା ଡଙ୍ଗାରେ ଥିବା ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ।
ସୌଭାଗ୍ୟବଶତଃ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ସମସ୍ତେ।
ତେବେ ବାତ୍ୟା ପରବର୍ତ୍ତୀ ପ୍ରବଳ ବର୍ଷା ଓ ପବନ ସତ୍ତ୍ୱେ କେମିତି ହେଉଥିଲା ଡଙ୍ଗା ଚଳାଚଳ ?
ଯାତ୍ରୀଙ୍କ ସୁରକ୍ଷାକୁ କାହିଁକି କରାଯାଇଥିଲା ଅଣଦେଖା ?
ଏବେ ଏହାକୁ ନେଇ ଉଠିଛି ପ୍ରଶ୍ନ।
ମଝି ନଈରେ ଘାଟିଆ-ଯାତ୍ରୀ ମାରପିଟ୍ ଚାଲିଛି ଡଙ୍ଗା, ଥମୁନି ବିଧା ଗୋଇଠା ଜମ୍ବୁ ଫେରିଘାଟରେ ମାଡ଼ଗୋଳ ମାଡ଼ଗୋଳରେ ଦୋହଲିଲା ଡଙ୍ଗା ଅଳ୍ପକେ ବର୍ତ୍ତିଲେ ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ବାତ୍ୟା ପରେ ବିପଦପୂର୍ଣ୍ଣ ନଦୀ ପାର ଡଙ୍ଗାରେ ମାଡ଼ପିଟ୍, ଯାତ୍ରୀଙ୍କ ଛାତି ଧଡ଼ଧଡ଼ ନଈଁ ମଝିରେ ଯାତ୍ରୀଙ୍କ ଜୀବନ ସହ ଖେଳ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
