Odisha Matric Exam 2027: ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ସୂଚୀ! ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ୨୭ରେ ସରିବ ପରୀକ୍ଷା

Nov 14, 2026 - 12:43
Odisha Matric Exam 2027: ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ସୂଚୀ! ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ୨୭ରେ ସରିବ ପରୀକ୍ଷା

ଚଳିତବର୍ଷର ମାଟ୍ରିକ ପରୀକ୍ଷା ପାଇଁ ଘୋଷଣା ହେଲା ତାରିଖ।

ଆସନ୍ତା ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା।

ମାର୍ଚ୍ଚ ୨୭ ତାରିଖ ଯାଏ ଚାଲିବାକୁ ଥିବା ପରୀକ୍ଷା ଗୋଟିଏ ସିଟିଂରେ ସକାଳ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ହେବ।

Advertisment ତେବେ ଗଣିତ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍ ସମୟ।

ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି ମଧ୍ୟମା ଓ ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା ମଧ୍ୟ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇ ୨୭ ତାରିଖରେ ଶେଷ ହେବ।

ପରୀକ୍ଷାର ପ୍ରଥମ ଦିନ ଅର୍ଥାତ୍ ମାର୍ଚ୍ଚ ୧୨ ତାରିଖରେ ରହିଛି ପ୍ରଥମ ଭାଷା ସାହିତ୍ୟ ପରୀକ୍ଷା।

ଏହାପରେ ମାର୍ଚ୍ଚ ୧୫ ତାରିଖରେ ହେବ ବିଜ୍ଞାନ ପରୀକ୍ଷା।

ମାର୍ଚ୍ଚ ୧୭ ତାରିଖରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ।

ତେବେ ମାର୍ଚ୍ଚ ୧୮ ତାରିଖରେ ରହିଛି ଭିଜୁଆଲ୍ ଆର୍ଟ ପ୍ରାକ୍ଟିକାଲ୍ ପରୀକ୍ଷା।

ଏହାପରେ ମାର୍ଚ୍ଚ ୧୯ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

ସେହିପରି ମାର୍ଚ୍ଚ ୨୪ ତାରିଖରେ ଦ୍ୱିତୀୟ ଭାଷା ବା ଇଂରାଜୀ ପରୀକ୍ଷା ରହିଛି।

ମାର୍ଚ୍ଚ ୨୫ ତାରିଖରେ ହିନ୍ଦୀ ଏବଂ ଶେଷ ପର୍ଯ୍ୟାୟରେ ମାର୍ଚ୍ଚ ୨୭ ତାରିଖରେ ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହେବ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)