Dhenkanal Medical Patient Death: ମେଡିକାଲରେ ରାତି ଅଧରେ ଅଘଟଣ, ୪ ମହଲା ଛାତରୁ ଡେଇଁ ରୋଗୀ ମୃତ

Nov 14, 2026 - 12:43
Dhenkanal Medical Patient Death: ମେଡିକାଲରେ ରାତି ଅଧରେ ଅଘଟଣ, ୪ ମହଲା ଛାତରୁ ଡେଇଁ ରୋଗୀ ମୃତ

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା।

ମେଡିକାଲ୍ ର ୪ ମହଲା ଛାତରୁ ଡେଇଁ ରୋଗୀଙ୍କ ମୃତ୍ୟୁ।

ମୃତକ ଟାଉନ୍ ଥାନା ଗାନ୍ଧି ମନ୍ଦିର ରୋଡ୍ ଅଞ୍ଚଳର ବୋଲି ସୂଚନା ମିଳିଛି।

ଦୁଇ ଦିନ ପୂର୍ବରୁ ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ।

Advertisment ବିଳମ୍ବିତ ରାତିରେ ହଠାତ୍ ମେଡିକାଲ୍ ର ୪ ମହଲା ଉପରୁ ଡେଇଁ ପଡ଼ିଥିଲେ।

ଘଟଣା ପରେ ସୁରକ୍ଷା କର୍ମୀ ତାଙ୍କୁ ଉଦ୍ଧାର କରି ଓପିଡିରେ ଭର୍ତ୍ତି କରିଥିଲେ।

ତେବେ ଯାଞ୍ଚ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କେଉଁ ପରିସ୍ଥିତିରେ ରୋଗୀ ଜଣକ ଏଭଳି ପଦକ୍ଷେପ ନେଲେ, ତାହା ଏବେ ଅସ୍ପଷ୍ଟ ରହିଛି।

ଏ ଘଟଣାକୁ ନେଇ ମେଡିକାଲ୍ ପରିସରରେ ଚର୍ଚ୍ଚା ଜୋର୍‌ ଧରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)