Chhadakhai Fever Grips Odisha: ଛାଡ଼ଖାଇରେ ମଟନ୍ ଦର ହଜାରେ ଟଙ୍କା ଛୁଇଁଲା, ଆମିଷ ବଜାରରେ ପ୍ରବଳ ଭିଡ଼

Nov 25, 2026 - 21:01
Chhadakhai Fever Grips Odisha: ଛାଡ଼ଖାଇରେ ମଟନ୍ ଦର ହଜାରେ ଟଙ୍କା ଛୁଇଁଲା, ଆମିଷ ବଜାରରେ ପ୍ରବଳ ଭିଡ଼

ଓଡ଼ିଆଙ୍କ ପ୍ରିୟ ଖାସି ମାଂସ। ଛାଡଖାଇ ଆସିଲେ ବେଶି ଖୋଜା ପଡ଼େ ମଟନ୍। ଭଲ ଭାବେ ଦେଖନ୍ତୁ, ଭୁବନେଶ୍ବର ହେଉ କି ବାଲେଶ୍ବର କିମ୍ବା ବ୍ରହ୍ମପୁର। ସବୁଠି ମଟନ୍ କ୍ରେଜ୍। ଲମ୍ବା ଧାଡ଼ି କିଣିବାକୁ ଆଉ ଖାଇବାକୁ ବି ପ୍ରବଳ ଭିଡ଼। ଖାଲି ଖାସି ମାଂସର ବାସ୍ନା ଟିକେ ନାକରେ ବାଜିଲେ, ପେଟେ ଭାତ ଖାଇଦିଅନ୍ତି ଓଡିଆ ଲୋକେ। ମାଛ, ଅଣ୍ଡା ଠାରୁ ଲୋକେ ମଟନ୍  ଉପରେ ଅଧିକ ମାଡ କରନ୍ତି। ଆଇଁଷ ବଜାର କି ରେଷ୍ଟୁରାଣ୍ଟରେ ସୀମିତ ନାହିଁ ଏକଥା ଜାଇ ଉଠିଲାଣି ବିଧାନସଭାରେ। ରାଜ୍ୟରେ ବର୍ଷକୁ ୧୨୩ ହଜାର ମେଟ୍ରିକ ଟନ୍ ମାଂସ ଖାଉଥିବା ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଆଉ ଆଜି ତ ଛାଡ଼ଖାଇ, ନକହିଲେ ନସରେ ମଟନର କ୍ରେଜ୍। ବିରିୟାନୀରେ ହେଉ କି ଖାସି ମାଂସର ଝୋଳ, ମଟନର ସବୁ ଆଇଟମକୁ ବେଶ ପସନ୍ଦ କରନ୍ତି ଲୋକେ। ମଟନ କିଲୋ ହଜାର ଟଙ୍କା ଛୁଇଁଲେ ବି ଲୋକେ ମାଛ, ଚିକେନ ଅପେକ୍ଷା ଅଧିକ ମଟନ ଖାଇବାକୁ ପସନ୍ଦ କରନ୍ତି।

ମାଛ, ମାଂସ, ଚିଙ୍ଗୁଡ଼ି, ପମ୍ପଲେଟ୍, କଙ୍କଡ଼ାରେ କମ୍ପିଛି ବଜାର। ଘରେ ଘରେ ଆଜି ଆଇଁଷ। ଗୋଟିଏରେ ମନ ଭରିନି ଦୁଇ ତିନି ପ୍ରକାର ସଜେଇ ହେଇଛି ଟେବୁଲରେ। ଏମିତିକି ଘରେ ତ ଖାଇବାକୁ ଇଚ୍ଛା ନାହିଁ ମାସକର କାର୍ତ୍ତିକ ବ୍ରତ ପରେ ରେଷ୍ଟୁରାଣ୍ଟରେ ବସିଛି ଆସର। ଆଜି ଦର ବି ଟିକିଏ ଅଧିକ। ମଟନ୍ କିଲୋ ୯ ଶହ ପାର କରିଛି, ପାମ୍ପଲେଟ୍ ୧୨ ଶହ ଟଙ୍କା, କଙ୍କଡ଼ା ୪ଶହରୁ ୨୫ ଶହ ଭିତରେ ଥିବା ବେଳେ ଇଲିଶି ୨୩ ଶହ ଟଙ୍କା ଏବଂ ଭେକଟି ମାଛ ୭୫୦ ଟଙ୍କାରେ ବିକ୍ରି ହେଉଛି। ଏସବୁ ଭିତରେ ଦେଶୀ କୁକୁଡ଼ାର ଚାହିଦା ବି କିଛି କମ୍ ନାହିଁ। ୬୦୦ ଟଙ୍କା ଉପରେ ଆଜି ବାଲେଶ୍ବରରେ କିଲୋ ଥିଲା ଦେଶୀ କୁକୁଡ଼ାର।

ଘରୁ ଆରମ୍ଭ କରି ପଞ୍ଚ ତାରକା ହୋଟେଲ ପର୍ଯ୍ୟନ୍ତ ଆମିଷର ମହ ମହ ବାସ୍ନାରେ ଚହଟିଛି ଆଜି ସବୁକିଛି। ଛାଡ଼ଖାଇ ପାଇଁ ଯେମିତି ହୋଟେଲକୁ ଫେରିଛି ଉତ୍ସବ। ପଞ୍ଚ ତାରକା ହୋଟେଲରେ ମୁଣ୍ଡ ପିଛା ୫ଶହ ଟଙ୍କାରୁ ୨୫ଶହ ଟଙ୍କାରେ  ଅନଲିମିଟେଡ୍ ନନଭେଜ ଆଇଟମ୍ ପରଷା ଯାଇଛି। 

ଏସବୁ ଭିତରେ ମଟନ୍ ସବୁଠୁ ଆଗରେ। ମଟନ୍ ଖାଲି ପାଟିକୁ ସୁଆଦ ନୁହେଁ, ବରଂ ହାଡ଼ ଶକ୍ତ ରଖିବାକୁ ଡାକ୍ତର ବି ପରାମର୍ଶ ଦେଇଥାନ୍ତି। ମଟନରେ ପ୍ରଚୁର କ୍ୟାଲସିୟମ ଥିବାରୁ ଛେଳି ମାଂସର କଲିଜା, ଅନ୍ତପୁଟା, ଗୋଡ଼, ମୁଣ୍ଡ ସବୁର ଚାହିଦା ବି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)