Odisha Coast on Alert as Cyclone: ବାତ୍ୟା ଆସିବା ପୂର୍ବରୁ ଭୟଙ୍କର ରୂପ ନେଲାଣି ସମୁଦ୍ର; ଅକ୍ୱାନକୁ ନେଇ ଉପକୂଳରେ ଛନକା
ବାତ୍ୟା ଆସିବା ପୂର୍ବରୁ ଭୟଙ୍କର ରୂପ ନେଲାଣି ସମୁଦ୍ର।
ଅକ୍ୱାନ୍ କୁ ନେଇ ଉପକୂଳରେ ଛନକା ।
ଅଶାନ୍ତ ସମୁଦ୍ର, ଉଚ୍ଚ ଉଚ୍ଚ ଜୁଆର ଆଉ ତୁହାକୁ ତୁହା ବର୍ଷା ପବନ ।
ଯାହାକୁ ଦେଖି ଭୟଭୀତ ମତ୍ସ୍ୟଜୀବୀ ।
କେଉଁଠି ଡଙ୍ଗା ଓ ଜାଲ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ତ ଆଉ କେଉଁଠି ସମୁଦ୍ରରୁ କୂଳକୁ ଫେରୁଛି ଟ୍ରଲର ।
ପୂର୍ବ ବାତ୍ୟାର କ୍ଷତି ଏବେ ବି ମନରୁ ଲିଭିନି ।
ତେଣୁ ପୁଣି ଏକ ବାତ୍ୟାର ଆଶଙ୍କା ମତ୍ସ୍ୟଜୀବୀଙ୍କ ଚିନ୍ତା ବଢ଼ାଇଛି ।
ଅନ୍ୟପଟେ ବିପଦ ଟାଳିବାକୁ ଆଲର୍ଟ ମୋଡ୍ ରେ ପ୍ରଶାସନ ।
Advertisment ସମୁଦ୍ରର ଏ ଉଗ୍ର ରୂପ, ଆଉ ଆକାଶରେ ବାତ୍ୟାର ଭୟ।
ଅକ୍ୱାନ୍ ର ପ୍ରଭାବରେ ଅଶାନ୍ତ ହୋଇପଡ଼ିଛି ସମୁଦ୍ର।
ବଡ଼ ବଡ଼ ଢେଉ ମାଡ଼ି ଆସୁଥିବା ବେଳେ ଭୟଭୀତ ମତ୍ସ୍ୟଜୀବୀ।
କେଉଁଠି ଡଙ୍ଗା ଓ ଜାଲକୁ ସୁରକ୍ଷିତ ସ୍ଥାନକୁ ନେଇ ରଖୁଛନ୍ତି ମତ୍ସ୍ୟଜୀବୀ, ତ ଆଉ କେଉଁଠି ସମୁଦ୍ରରୁ କୂଳକୁ ଫେରୁଛି ଟ୍ରଲର।
ପୂର୍ବରୁ ବାତ୍ୟାର ମାଡ଼ ସହିଥିବା ମତ୍ସ୍ୟଜୀବୀଙ୍କ ମନରେ ଏବେ ପୁଣି ଛନକା।
ଆଉ ସେଇଥି ପାଇଁ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ନିଜ ନିଜ ଡଙ୍ଗାକୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି।
ପୁରୀ ଜିଲ୍ଲା ଅସ୍ତରଙ୍ଗର ଡାଳୁଅକଣୀ ତଣ୍ଡା ସମୁଦ୍ରରେ ଉଚ୍ଚ ଉଚ୍ଚ ଢେଉ ଦେଖି ଛାନିଆ ମତ୍ସ୍ୟଜୀବୀ।
ସମୁଦ୍ରର ଉଗ୍ର ରୂପକୁ ଦେଖି ଆଉ ବିପଦ ମୁଣ୍ଡାଇବାକୁ ଚାହୁଁନାହାନ୍ତି।
ସୁରକ୍ଷା ପାଇଁ ନିଜ ଡଙ୍ଗା ଓ ଜାଲକୁ ସମୁଦ୍ର କୂଳରୁ ଦୂରରେ ସୁରକ୍ଷିତ ସ୍ଥାନକୁ ନେଇ ରଖୁଛନ୍ତି।
ମତ୍ସ୍ୟଜୀବୀ Advertisment କେବଳ ଅସ୍ତରଙ୍ଗ ନୁହେଁ, ଚିଲିକା କୂଳିଆ ଗାଁରେ ବି ଅକ୍ୱାନ୍ କୁ ନେଇ ଆତଙ୍କ।
ବିଶେଷ କରି ମତ୍ସ୍ୟଜୀବୀଙ୍କ ଚିନ୍ତା ବଢ଼ିଛି।
ବାତ୍ୟା ଅର୍ଣ୍ଣବର ମାଡ଼ରେ ବ୍ୟାପକ କ୍ଷତି ସହିଥିବା ଅରଖକୁଡ଼ା ଗାଁର ମତ୍ସ୍ୟଜୀବୀ ଏବେ ନିଜ ଡଙ୍ଗା ଓ ଜାଲକୁ ସୁରକ୍ଷିତ ରଖିବାରେ ଲାଗିପଡ଼ିଛନ୍ତି।
ସମୁଦ୍ର ଅଶାନ୍ତ ହେବା ସହ ବଡ଼ ବଡ଼ ଢେଉ ଉଠୁଛି।
ତୁହାକୁ ତୁହା ବର୍ଷା ଓ ପବନ ବି ଲାଗି ରହିଛି।
ପ୍ରତିକୂଳ ପାଗ ଦେଖି ସମୁଦ୍ରରୁ କୂଳକୁ ଫେରୁଛନ୍ତି ମତ୍ସ୍ୟଜୀବୀ ।
ମତ୍ସ୍ୟଜୀବୀ ଭଦ୍ରକ ଜିଲ୍ଲା ଧାମରାରେ ବି ଆଲର୍ଟ ମୋଡ୍ ରେ ପ୍ରଶାସନ।
ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ।
ଡାକବାଜି ଯନ୍ତ୍ର ଓ ମାଇକ୍ ଯୋଗେ ଚାଲିଛି ସଚେତନତା।
ସମୁଦ୍ରରେ ଥିବା ସମସ୍ତ ଡଙ୍ଗା ଓ ଟ୍ରଲରକୁ ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି।
...ବାତ୍ୟା ଭୟରେ ସମୁଦ୍ରକୁ ଯାଇପାରୁନାହାନ୍ତି ମତ୍ସ୍ୟଜୀବୀ।
ୟେ ଗଲା ମାସକରେ ତୃତୀୟ ବାତ୍ୟା ତେଣୁ ବାରମ୍ବାର ସମୁଦ୍ର ଭିତରକୁ ଯିବା ଉପରେ ରୋକ ଲାଗିଛି।
ଅଶାନ୍ତ ସମୁଦ୍ର, ଉଠୁଛି ବଡ଼ ବଡ଼ ଢେଉ ଉପକୂଳରେ ବାତ୍ୟା ଭୟ ଭୟଭୀତ ମତ୍ସ୍ୟଜୀବୀ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ଡଙ୍ଗା ଓ ଜାଲ ସମୁଦ୍ରରୁ କୂଳକୁ ଫେରୁଛି ଟ୍ରଲର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
