Odisha Rain Alert: ପୁରୀକୁ ଘୋଟି ଆସିଲା କଳା ବାଦଲ; ରାତିରୁ ବର୍ଷୁଛି ଯେ ଏବେ ଯାଏଁ ଥମୁନି

Nov 19, 2026 - 20:08
Odisha Rain Alert: ପୁରୀକୁ ଘୋଟି ଆସିଲା କଳା ବାଦଲ; ରାତିରୁ ବର୍ଷୁଛି ଯେ ଏବେ ଯାଏଁ ଥମୁନି

ପାଣିପାଗ ସ୍ଥିତି ଦେଖି ପୁରୀ ଆସନ୍ତୁ।

ଶ୍ରୀମନ୍ଦିର ଆସିବା ପୂର୍ବରୁ ପ୍ରତିକୂଳ ପରିସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ।

'ପାଣିପାଗ ପରିସ୍ଥିତି ଓ ସରକାରୀ ପରାମର୍ଶକୁ ଦୃଷ୍ଟିରେ ରଖି ଆସିବାକୁ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।

ଏସବୁ ଭିତରେ ପ୍ରତିଟି ମୁହୂର୍ତ୍ତ ପୁରୀ ପାଇଁ ବେଶ ଗୁରୁତ୍ବବହନ କରୁଛି।

କାରଣ ପାଗ ବଦଳୁଛି, ପାଗର ବ୍ୟବହାର ବି ବଦଳୁଛି।

Advertisment ପୁରୀକୁ ଘୋଟି ଆସିଲା କଳା ବାଦଲ।

ରାତିରୁ ବର୍ଷୁଛି ଯେ ଏବେ ଯାଏଁ ଥମୁନି।

ବର୍ଷା ପ୍ରତି ଘଣ୍ଟାରେ ବଢ଼ୁଛି।

ଏଭିତରେ ଶ୍ରୀମନ୍ଦିର ଆସିବା ପୂର୍ବରୁ ଟିକିଏ ଭାବନ୍ତୁ।

ଆଜି ପୁରୀର ପାଗ କିଛି ଏମିତି।

ଘନ ଘନ ବର୍ଷା ଆଉ ତାସାଙ୍ଗକୁ ପବନ।

ତଥାପି ଅନେକ ସଂଖ୍ୟାରେ ଭକ୍ତ ଆସି ଶ୍ରୀମନ୍ଦିର ପାଖରେ ପହଞ୍ଚିଛନ୍ତି।

ପବିତ୍ର କାର୍ତ୍ତିକ ମାସ ଥିବାରୁ ଲୋକଙ୍କ ଭିଡ଼ ବି ସ୍ବାଭାବିକ।

କିନ୍ତୁ ବାତ୍ୟା ବେଳେ ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିର ଆସିବା ପୂର୍ବରୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ଏକ୍ସ ଜରିଆରେ ସୂଚନା ଦେଇ କହିଛନ୍ତି କି, ପାଣିପାଗ ପରିସ୍ଥିତି ଓ ସରକାରୀ ପରାମର୍ଶକୁ ଦୃଷ୍ଟିରେ ରଖନ୍ତୁ।

ଏଭଳି ପରିସ୍ଥିତିରେ କେବଳ ଭରସା ମହାପ୍ରଭୁ।

ସମସ୍ତଙ୍କୁ ସୁରକ୍ଷା ଓ ଆଶୀର୍ବାଦ ପ୍ରଦାନ କରନ୍ତୁ ଶ୍ରୀଜିଉ ବୋଲି ସେ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛନ୍ତି।

Advertisment ପୁରୀ ସମୁଦ୍ରକୂଳ ଅଶାନ୍ତ ସମୁଦ୍ର, ଘନ କଳା କିଟିକିଟି ମେଘ ଆଉ ତା ପ୍ରବଳ ବର୍ଷା।

ସମୁଦ୍ରକୂଳରେ ସବୁ କିଛି ଶୂନଶାନ।

ଅନ୍ୟ ଦିନରେ ଏମିତି ନଥାଏ ପୁରୀ ବିଚ୍।

ତଥାପି ଲୋକଙ୍କୁ ସଜାଗ କରିବାକୁ ସତର୍କ କରାଇବାକୁ ଲାଗି ପଡ଼ିଛନ୍ତି ପୋଲିସ୍ ଟିମ୍।

ଖୋଦ୍ ଉତ୍ତରାଞ୍ଚଳ ଆଇଜି ସତ୍ୟଜିତ ନାୟକ ଗ୍ରାଉଣ୍ଡକୁ ଓହ୍ଲାଇ ଲୋକଙ୍କୁ ସତର୍କ କରାଉଛନ୍ତି।

ସମୁଦ୍ର କୂଳକୁ କେହି ଯେମିତି ଯିବେନି ସେ ନେଇ କଡ଼ା ନଜର ରଖାଯାଇଛି।

ବାତ୍ୟା ଆସିବା ଆଗରୁ ସତର୍କ ରହିବାକୁ ହେବ।

ଅଯଥା ହାଲୁକା ଭାବେ ଏହାକୁ ନନେଇ ସଜାଗ ରହିବାର ୟେ ସମୟ।

ପୁରୀକୁ ଘୋଟି ଆସିଲା କଳା ବାଦଲ ରାତିରୁ ବର୍ଷୁଛି ଯେ ଏବେ ଯାଏଁ ଥମୁନି ବର୍ଷା ପ୍ରତି ଘଣ୍ଟାରେ ବଢ଼ୁଛି ଶ୍ରୀମନ୍ଦିର ଆସିବା ପୂର୍ବରୁ ଟିକିଏ ଭାବନ୍ତୁ ବାତ୍ୟା ଆସୁଥିବାରୁ ପୁରୀ ପାଇଁ ଗୁରୁତ୍ବପୂର୍ଣ୍ଣ ଦିନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)