Odisha Awaits Cold Wave After Three Cyclones: କାର୍ତ୍ତିକ ସରିଲା, ଶୀତ କୁଆଡ଼େ ଗଲା? ଓଡ଼ିଶାରେ ଏବେ ବି ଗରମ!
ଓଡ଼ିଶାରୁ ଉଭାନ ଜାଡ଼ !
କାର୍ତ୍ତିକ ସରିଲାଣି, ହେଲେ ଏଯାଏଁ ଶୀତର ଦେଖା ନାହିଁ।
କାର୍ତ୍ତିକ ମାସରେ ଯେଉଁ ସମୟରେ ଜାଡ଼ରେ ଥରିବା ସେହି ସମୟରେ ଏବେ ଅନୁଭୂତ ହେଉଛି ଗରମ।
ସକାଳେ ଘନ କୁହୁଡ଼ି, ଆଉ ସୂର୍ଯ୍ୟ ଉଇଁଲେ ବଢ଼ୁଛି ତାତି।
ରାତିରେ କମ୍ବଳ କି ଶୀତବସ୍ତ୍ରର ଆବଶ୍ୟକ ପଡ଼ୁନି।
ନଭେମ୍ବର ମାସରେ କନ୍ଧମାଳର ଫୁଲବାଣୀ ଓ ଦାରିଙ୍ଗବାଡିରେ ରାଜୁତି କରେ ଶୀତ।
କିନ୍ତୁ ଏବର୍ଷ ଚିତ୍ର ଟିକିଏ ଅଲଗା।
ସନ୍ଧ୍ୟା ହେଲେ ପୁରା ଅଞ୍ଚଳରେ କୁହୁଡ଼ି ଛାଇ ଯାଉଛି।
ସକାଳ ୯ଟା ଯାଏଁ ଘନ କୁହୁଡ଼ିରେ ଦେଖାଯାଉନି ରାସ୍ତା।
କିନ୍ତୁ ତା ପରେ ଗାଏବ ଶୀତ, ଆଉ ବଢ଼ିଯାଉଛି ପାରଦ।
ଏ ସ୍ଥିତି କେବଳ କନ୍ଧମାଳ ନୁହେଁ, ବରଂ ଏ ସମୟରେ ଆଗରୁ ଥଣ୍ଡା ପଡୁଥିବା ସୁନ୍ଦରଗଡ଼, କୋରାପୁଟରେ ବି।
ସୁନ୍ଦରଗଡ଼ କୋଇଡ଼ାରେ ବି ସମାନ ସ୍ଥିତି।
କାର୍ତ୍ତିକ ମାସରେ ଏଠି ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଥାଏ।
ଗାଡ଼ି, ଗଛଲତା ଓ ଖୋଲା ପଡ଼ିଆରେ ଦେଖିବାକୁ ମିଳେ ବରଫର ଧଳା ଚାଦର।
ହେଲେ ଏଥର ନଭେମ୍ବର ସରିବାକୁ ବସିଲାଣି, ଏଯାଏଁ ଶୀତର ସେମିତି ଅନୁଭବ ନାହିଁ।
ସେମିତି କୋରାପୁଟରେ ବି ଲୁଚକାଳି ଖେଳୁଛି ଶୀତ।
ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟ ଶୀତ ଅନୁଭୂତ ହେଉଥିବା ବେଳେ ଆଉ କିଛି ସ୍ଥାନରେ ପ୍ରଭାବ କମ୍।
Advertisment ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ କାହିଁକି ବିଳମ୍ବ ହେଉଛି ଶୀତର ଆଗମନ ?
ପାଣିପାଗ ବିଶେଷଜ୍ଞଙ୍କ ମତରେ, ଏବେ ଆକାଶ ମେଘୁଆ ରହୁଥିବାରୁ କୁହୁଡ଼ିର ସମ୍ଭାବନା ରହୁଛି।
କୁହୁଡ଼ି ଓ ବାୟୁରେ ଅଧିକ ଜଳୀୟବାଷ୍ପ ରହିଲେ ତାପମାତ୍ରା ଶୀଘ୍ର କମେ ନାହିଁ।
ଅନ୍ୟପଟେ ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ ଓ ବାତ୍ୟା ଯୋଗୁଁ ବାୟୁରେ ଆର୍ଦ୍ରତା ବଢ଼ିଛି।
ଏହା ତାପମାତ୍ରା କମିବାରେ ବାଧା ଦେଉଛି।
ତେବେ ଆସନ୍ତା ଦୁଇ ଦିନ ପରେ କୁହୁଡ଼ି କମିବା ଆଶା କରାଯାଉଛି।
ଫଳରେ ନଭେମ୍ବର ୨୮ରୁ ଧୀରେ ଧୀରେ ପାରଦ ଖସିପାରେ।
ଆଉ ଡିସେମ୍ବର ପ୍ରଥମ ସପ୍ତାହରୁ ଭଲ ଶୀତ ଅନୁଭବ ହେବ।
ତେବେ ଗତ କିଛି ବର୍ଷ ତୁଳନାରେ ଏବର୍ଷ ଶୀତ ପ୍ରଭାବ କମ୍ ରହିବ ବୋଲି ଅନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ।
ଏବେ ଅପେକ୍ଷା ଓଡ଼ିଶାକୁ କେବେ ଆସୁଛି ଶୀତ, ଆଉ କେବେ ଖୋଜା ପଡୁଛି ଶୀତବସ୍ତ୍ର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
