Sexual Harassment Allegations Rock Odisha Police: ଖାକିରେ ଯୌନ କଳଙ୍କ! ୩ ବର୍ଷରେ ୧୩ ପୋଲିସ ବାବୁଙ୍କ ନାଁରେ ମାମଲା

Nov 23, 2026 - 21:18
Sexual Harassment Allegations Rock Odisha Police: ଖାକିରେ ଯୌନ କଳଙ୍କ! ୩ ବର୍ଷରେ ୧୩ ପୋଲିସ ବାବୁଙ୍କ ନାଁରେ ମାମଲା

ରାଜ୍ୟବ୍ୟାପି ଖାକିରେ ଯୌନ କଳଙ୍କ।

୩ ବର୍ଷରେ ୧୩ ପୋଲିସ ବାବୁ ବୋଳିଦେଇଛନ୍ତି କଳା ଦାଗ।

ଛନ୍ଦି ହୋଇଛନ୍ତି ଯୌନ ନିର୍ଯାତନାର ଜଘନ୍ୟ ଅଭିଯୋଗର ଜାଲରେ।

ରାଜ୍ୟ ବ୍ୟାପି ଖାକିବର୍ଦ୍ଦିରେ ବୋଳିଛନ୍ତି କଳାଦାଗ, କମିଶନରେଟ୍ ପୋଲିସ ବି ବର୍ତ୍ତିନି ଯୌନ କଳଙ୍କ ଅଭିଯୋଗର ଅପବାଦରୁ।

ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖି ଗୃହରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସିଏମଙ୍କ ତଥ୍ୟ କହୁଛି, ୧୩ ପୋଲିସ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ୬ ASI, ୪ ଇନିସପେକ୍ଟର, ୩ ସବ୍ ଇନିସପେକ୍ଟର।

ଅର୍ଥାତ ଅଭିଯୋଗ କେବଳ ତଳସ୍ତରରେ ସୀମିତ ନାହିଁ।

ବରିଷ୍ଠ ଅଧିକାରୀଙ୍କ ବିରୋଧରେ ବି ରହିଛି ଯୌନ ନିର୍ଯାତନାର ସଂଗୀନ ମାମଲା।

ମୟୁରଭଞ୍ଜ ଜାମଦାର ଜଣେ ASIଙ୍କ ବିରୋଧରେ ତ ଲାଗିଛି POCSO ଭଳି ସଂଗୀନ ଦଫା।

ଯାହା ଅତି ଚିନ୍ତାଜନକ ବିଷୟ।

ତେବେ ରୁଜୁ ହୋଇଥିବା ମାମଲା ମଧ୍ୟରୁ ୯ଟିରେ ଚାର୍ଜସିଟ୍ ଦାଖଲ ହୋଇସାରିଥିବାବେଳେ ଅନ୍ୟ ମାମଲାର ଚାଲିଛି ତଦନ୍ତ।

୧୩ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଗିରଫ କରାଯାଇଛି, ୩ ଜଣଙ୍କୁ ନୋଟିସ୍ ହୋଇଛି ଏବଂ ଜଣେ ଜାମିନରେ ଅଛନ୍ତି।

Advertisment ୨୦୨୩ରୁ ୨୦୨୫।

୩ ବର୍ଷ ଭିତରେ ପୋଲିସ ବିରୋଧରେ ୯ ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ।

ମୟୁରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ନୂଆପଡ଼ା, ରାଇରଙ୍ଗପୁର, କନ୍ଧମାଳ।

ଏହି ୭ ଜିଲ୍ଲା ସମେତ କମିଶନରେଟ୍ ପୋଲିସର ଜଣେ ASIଙ୍କ ନାଁ ବି ରହିଛି ଯୌନ ନିର୍ଯାତନା ମାମଲାରେ।

ଏ ହେଉଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାର ପୂର୍ବତନ ଏସଡିପିଓ ମଦନମୋହନ ପ୍ରଧାନ।

ସସପେଣ୍ଡ ହୋଇଥିବା ମଦନମୋହନ ପଦବୀରେ ଥିବା ବେଳେ ଫତେଗଡ଼ ଥାନାକୁ ନ୍ୟାୟ ପାଇବା ଆଶାରେ ଆସିଥିବା ଜଣେ ମହିଳାଙ୍କୁ ରୋଜ୍ ରାତିରେ ଭିଡିଓ କଲ୍ କରି କୁଆଡ଼େ ଅଶ୍ଲୀଳ ଇଙ୍ଗିତ କରୁଥିଲେ।

ପରେ ଡିଜିପିଙ୍କ ନିକଟରେ ଅଭିଯୋଗ ପରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ।

ସେହିପରି ଏ ହେଉଛନ୍ତି ଶରଣକୂଳ ଥାନାର ପୂର୍ବତନ IIC ସୁଜିତ କୁମାର ଦାସ।

ଏ ବାବୁ ବି କୁଆଡେ ରାତି ହେଲେ ଜଣେ ମହିଳାଙ୍କୁ ଭିଡିଓ କଲ୍ କରି ଅଶ୍ଳୀଳ ଇଙ୍ଗିତ କରୁଥିଲେ।

ଯେଉଁଥିପାଇଁ ତାଙ୍କୁ ନିଲମ୍ବନ ସହ ତାଙ୍କ ନିଜ ଥାନାରେ ହିଁ ସଂଗୀନ ଦଫାରେ ରୁଜୁ ହୋଇଥିଲା ମାମଲା।

ମୟୁରଭଞ୍ଜ ଜିଲ୍ଲା ପ୍ରଭାତ ନାୟକ ନାମକ ଜଣେ SI ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗରେ ତାଙ୍କ ବିରୋଧରେ ବି ହୋଇଥିଲା କାର୍ଯ୍ୟାନୁଷ୍ଠାନ।

ଗୋଟିଏ ପଟେ ପୋଲିସ ବିଭାଗରେ ଜୀବନ ହାରିବାକୁ ନେଇ ଉଦବେଗ, ଆରପଟେ ଯୌନ ନିର୍ଯାତନା ଭଳି ସଂଗୀନ ମାମଲା।

ପ୍ରଶ୍ନ ଉଠୁଛି, ପୋଲିସ ବିଭାଗରେ ଚାଲିଛି କ'ଣ ?

ଶୃଙ୍ଖଳିତ ବିଭାଗରେ ଏଭଳି ବିଶୃଙ୍ଖଳିତ କାର୍ଯ୍ୟ କାହିଁକି ?

ଖାକି ପୋଷାକ କେବଳ ଗୋଟିଏ ୟୁନିଫର୍ମ ନୁହେଁ।

ଏହା ହେଉଛି ଜନସାଧାରଣଙ୍କ ଭରସା, ସୁରକ୍ଷା ଓ ନ୍ୟାୟର ପ୍ରତୀକ।

କିନ୍ତୁ ସେହି ଖାକି ପୋଷାକ ପିନ୍ଧିଥିବା ଅଧିକାରୀଙ୍କ ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆସେ, ସେତେବେଳେ କେବଳ ଅଭିଯୁକ୍ତଙ୍କ ବିରୋଧରେ ନୁହେଁ, ପୂରା ବ୍ୟବସ୍ଥା ଉପରକୁ ପ୍ରଶ୍ନ ଉଠେ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)