Odisha All Party Meeting: ଶୀତ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ, ସକାଳ ୧୧ଟାରେ ବସିବେ ଶାସକ-ବିରୋଧୀ
ଶୀତ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ।
ବିଧାନସଭାରେ ଗୃହକାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସକାଳ ୧୧ଟାରେ ବସିବ ଏହି ବୈଠକ।
ଏଥିରେ ବିଜେପି, ବିଜେଡି ଓ କଂଗ୍ରେସର ନେତା ସାମିଲ ହେବେ।
Advertisment ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଏବଂ ସରକାରୀ ଦଳର ମୁଖ୍ୟ ସଚେତକଙ୍କ ସହ ବିରୋଧୀ ଦଳର ବିଧାୟକମାନେ ଯୋଗଦେବେ।
ଅଧିବେଶନକୁ କିଭଳି ଶୃଙ୍ଖଳିତ ଓ ସୁରୁଖୁରୁରେ ଚଳାଯିବ, ସେନେଇ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି।
ଏଥିସହ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାର୍ଥ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ରହିବ ଫୋକସ୍।
ଅନ୍ୟପଟେ ଅଧିବେଶନରେ ନିଜ ନିଜର ରଣନୀତି ପ୍ରସ୍ତୁତି ପାଇଁ ଆଜି ବସିବ ବିଭିନ୍ନ ଦଳର ବିଧାୟକ ଦଳ ବୈଠକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
