Ocean Winner: ୮ ମିନିଟ୍‌ରେ ବୁଡ଼ି ଯାଇଥିଲା ‘ଓସେନ ଵିନର’! ଚୀନ ନାଗରିକ ବୁଝିପାରୁ ନାହାନ୍ତି ଉଦ୍ଧାରକାରୀ ଦଳର ଭାଷା

Aug 25, 2026 - 06:19
Ocean Winner: ୮ ମିନିଟ୍‌ରେ ବୁଡ଼ି ଯାଇଥିଲା ‘ଓସେନ ଵିନର’! ଚୀନ ନାଗରିକ ବୁଝିପାରୁ ନାହାନ୍ତି ଉଦ୍ଧାରକାରୀ ଦଳର ଭାଷା

"ଜଗତସିଂହପୁର: ପାରାଦୀପରୁ ଲୁହାପଥର ବୋଝେଇ କରି ଚୀନ ଅଭିମୁଖେ ଯାଉଥିବା "ଓସେନ୍ ଵିନର" ବୁଡ଼ିଯିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି।

ଜାହାଜ ଗଭୀର ସମୁଦ୍ରରେ ଭାରସାମ୍ୟ ହରାଇବା ପରେ ଗୋଟିଏ ପଟକୁ ଢଳି ଭାଙ୍ଗିଯିବା ପରେ ବୁଡ଼ି ଯାଇଥିବା କୁହାଯାଉଛି।

ମାତ୍ର ୮ ମିନିଟ୍ ମଧ୍ୟରେ ଏହି ଜାହାଜ ବୁଡ଼ି ଯାଇଥିବା ସୂଚନା ମିଳୁଛି।

ଜାହାଜ ବୁଡ଼ିବାକୁ ଘଣ୍ଟା ଘଣ୍ଟା ସମୟ ଲାଗୁଥିବା ବେଳେ ଏଠାରେ ଏମିତି କଣ ଘଟିଲା ଯେ  ଏତେ କମ ସମୟରେ ବୁଡ଼ି ଯାଇଥିଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।Advertisment Chrome valley: କ୍ରୋମ୍‌ ଉପତ୍ୟକାରେ ବୁଡ଼ିଗଲାଣି ଟ୍ରକ୍‌ ବ୍ୟବସାୟ!

ଚୀନ ନାଗରିକ ବୁଝିପାରୁ ନାହାନ୍ତି ଉଦ୍ଧାରକାରୀ ଦଳର ଭାଷାଶେଷ ଲୋକେସନ୍ ସହ ମେଳ ଖାଉନି ସର୍ଚ୍ଚ ଅପରେସନ୍୭୨ ଘଣ୍ଟା ପରେ ବି ସନ୍ଧାନ ପାଇପାରୁ ନାହିଁ କୋଷ୍ଟଗାର୍ଡ ଅଗଷ୍ଟ ୨୧ ତାରିଖ ରାତିରେ ଜାହାଜ ଆଣ୍ଡାମାନ ନିକଟର ବୁଡ଼ି ଯିବାକୁ ୭୨ ଘଣ୍ଟା ବିତି ଗଲାଣି।

କିନ୍ତୁ ଏଯାଏଁ ଜାହାଜର ସନ୍ଧାନ ପାଇପାରି ନାହିଁ ଉଦ୍ଧାରକାରୀ କୋଷ୍ଟଗାର୍ଡ ଦଳ।

ଜାହାଜର ୨୪ କର୍ମଚାରୀଙ୍କ ମଧ୍ୟରୁ ପାଣିରେ ଭାସୁଥିବା ଅବସ୍ଥାରେ ୨ ଜଣ ଚୀନ ନାଗରିକଙ୍କୁ ଉଦ୍ଧାର କରିଥିଲା ଏକ ଘରୋଇ ତେଲ ଜାହାଜ।

ସେହି ଦୁଇ ଜଣଙ୍କୁ ଏବେ କୋଷ୍ଟଗାର୍ଡ ଜାହାଜ "ଭରାଦ"ରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ସେମାନେ ସୁସ୍ଥ ଅଛନ୍ତି।

ସବୁଠାରୁ ବଡ଼ କଥା ହେଲା ଦୁଇ ଚୀନ ନାଗରିକ କେବଳ ଚାଇନିଜ୍‌ ଭାଷା ବ୍ୟତୀତ ଅନ୍ୟ କିଛି ବୁଝି ପାରୁ ନାହାନ୍ତି।

ଯାହାଫଳରେ କୋଷ୍ଟଗାର୍ଡକୁ ଯୋଗାଯୋଗରେ ଅସୁବିଧା ହେଉ ଥିବାରୁ ଠୋସ୍ ସୂଚନା ମିଳିପାରୁ ନାହିଁ।

Horoscope 2026 August 25: ଜାଣନ୍ତୁ ଆଜିର ରାଶିଫଳ...

ଅନ୍ୟପକ୍ଷରେ ଜାହାଜର ଶେଷ ଲୋକେସନ୍ ବା ଅବସ୍ଥିତି ପାରାଦୀପ ବନ୍ଦର ଠାରୁ ୨୨୬ରୁ ୨୪୦ ନଟିକାଲ୍ ମାଇଲ୍ ପର୍ଯ୍ୟନ୍ତ ସୂଚନା ଦେଉଥିଲା।

ଏହା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

କିନ୍ତୁ ସେହି ଅଞ୍ଚଳରେ ଜାହାଜର କୌଣସି ସନ୍ଧାନ ଏଯାଏଁ ପାଇପାରି ନାହିଁ କୋଷ୍ଟଗାର୍ଡ।

ବିଶେଷଜ୍ଞଙ୍କ କହିବା ଅନୁସାରେ, କାଦୁଅଯୁକ୍ତ ଲୁହାପଥର ଯୋଗୁ ଜାହାଜ ଗଭୀର ସମୁଦ୍ରରେ ଚାଲିବା ସମୟରେ ଗୋଟିଏ ପଟକୁ ଢଳିଥାଇପାରେ।

ଯାହାଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥାଇପାରେ।

କିମ୍ବା ଅତ୍ୟଧିକ ଓଜନ ଯୋଗୁ ଭାଙ୍ଗିଯାଇ ବୁଡ଼ି ଥାଇପାରେ ବୋଲି ଅନୁମାନ କରାଯାଉଛି।

ନିଖୋଜ ଅନ୍ୟ ୨୨ କର୍ମଚାରୀଙ୍କର ଏଯାଏଁ କୌଣସି ପତ୍ତା ମିଳିପାରି ନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)