Government job: ସରକାରୀ ଚାକିରି ନାଁରେ ୨.୪୮ କୋଟି ଠକେଇ: ସିଣ୍ଡିକେଟ୍ର ମୁଖ୍ୟ କାର୍ପଟଦାର ଦମ୍ପତି ସମେତ ୫ ଗିରଫ
"ବ୍ରହ୍ମପୁର: ସରକାରୀ ଚାକିରିର ଲୋଭ ଦେଖାଇ ୨.୪୮ କୋଟି ଟଙ୍କା ଠକିଥିବା ଏକ ୫ଜଣିଆ ଗ୍ୟାଙ୍ଗ୍କୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ କାବୁ କରିଛି।
ଏହି ଗ୍ୟାଙ୍ଗ୍ରେ ଏକ ଦମ୍ପତି ମଧ୍ୟ ଅଛନ୍ତି।
ଅଭିଯୁକ୍ତମାନେ ହେଲେ, ଗୋପାଳପୁର ଥାନା ଅଞ୍ଚଳର ଜଗଦୀଶ କୁମାର ବେହେରା (୩୯) ଓ ପତ୍ନୀ ବନିତା ବେହେରା (୩୬) ଏବଂ ପୁରୀ ଜିଲ୍ଲା ମାରଦା ଅଞ୍ଚଳର ଅଜିତ ପଣ୍ଡା (୨୪), କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର ଶିଶିର କୁମାର ମିଶ୍ର (୫୪) ଓ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଲିଟୁ ସ୍ବାଇଁ (୨୬)।
ସେମାନଙ୍କଠୁ ବିଭିନ୍ନ ଚାକିରି ଅଫର୍ ଲେଟର୍, ନିଯୁକ୍ତିପତ୍ର, ୨୫ ଲକ୍ଷ ଟଙ୍କାର ରସିଦ ଓ କ୍ୟାସ୍ ଟ୍ରାନ୍ସଫର ଷ୍ଟେଟମେଣ୍ଟ୍ ଆଦି ଜବତ ହୋଇଛି।
ଜଗଦୀଶ ଓ ତା"ର ପତ୍ନୀ ଏହି ସିଣ୍ଡିକେଟ୍ର ମୁଖ୍ୟ କାର୍ପଟଦାର ବୋଲି ଜଣାପଡ଼ିଛି।Advertisment Chrome valley: କ୍ରୋମ୍ ଉପତ୍ୟକାରେ ବୁଡ଼ିଗଲାଣି ଟ୍ରକ୍ ବ୍ୟବସାୟ!
ସିଣ୍ଡିକେଟ୍ର ମୁଖ୍ୟ କାର୍ପଟଦାର ଦମ୍ପତି ସମେତ ୫ ଗିରଫବିଭିନ୍ନ କମ୍ପାନିର ନିଯୁକ୍ତିପତ୍ର ଜବତ୫୦ରୁ ୬୦ ଜଣଙ୍କୁ ଠକିଛନ୍ତି ମନୋରଞ୍ଜନ ମହାନ୍ତିଙ୍କ ଅଭିଯୋଗକ୍ରମେ, ଜଗଦୀଶ ବେହେରା ଓ ତାଙ୍କ ସହଯୋଗୀମାନେ ୫୦ରୁ ୬୦ ଜଣଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରି କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ମନୋରଞ୍ଜନ ବିଭିନ୍ନ ଆଶାୟୀ ଯୁବକଯୁବତୀଙ୍କଠୁ ୧ କୋଟି ୫୦ ଲକ୍ଷ ୫୦ ହଜାର ୪୯୮ ସଂଗ୍ରହ କରି ଜଗଦୀଶର ଆକାଉଣ୍ଟ୍କୁ ପଠାଇଥିଲେ।
ପରବର୍ତ୍ତୀ ସମୟରେ ଜଗଦୀଶକୁ ୯୮ ଲକ୍ଷ ଟଙ୍କା ନଗଦ ପ୍ରଦାନ କରିଥିଲେ।
ଅଭିଯୁକ୍ତ ବିଭିନ୍ନ ସମୟରେ ପ୍ରାର୍ଥୀଙ୍କଠୁ ସାର୍ଟିଫିକେଟ ନେଇଥିଲା।
କିନ୍ତୁ କେହି ମଧ୍ୟ ଚାକିରି ପାଇ ନଥିଲେ।
ଫଳରେ ଠକେଇର ଶିକାର ହୋଇଥିବା ଜାଣି ମନୋରଞ୍ଜନ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ।
କେସ୍ ନମ୍ବର ୨୮୭ ଅନୁସାରେ ଏକ ମାମଲା ରୁଜୁ ସହ ପୁଲିସ ଉପରୋକ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଆଶାୟୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।
ବର୍ଷାଧିକ କାଳ ହେବ ଏହି ସିଣ୍ଡିକେଟ୍ ଚାଲିଥିଲା। ସେହିପରି ଅଭିଯୋଗକାରୀ ମନୋରଞ୍ଜନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସୂଚନା ମିଳିଛି।
Rain in Odisha: ବର୍ଷା କମିଲା, ଦୁର୍ଦ୍ଦଶା ବଢ଼ିଲା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
