Fertilizer is not for cannabis cultivation: ସାର ଗଞ୍ଜେଇ ଚାଷ ପାଇଁ ନୁହେଁ: ଉପମୁଖ୍ୟମନ୍ତ୍ରୀ

Aug 25, 2026 - 06:19
Fertilizer is not for cannabis cultivation: ସାର ଗଞ୍ଜେଇ ଚାଷ ପାଇଁ ନୁହେଁ: ଉପମୁଖ୍ୟମନ୍ତ୍ରୀ

"ଭୁବନେଶ୍ୱର: ଓଡ଼ିଶାରେ ସାରର କୌଣସି ଅଭାବ ନାହିଁ।

ଚାଷୀଙ୍କ ପାଇଁ ସବୁ ଜିଲ୍ଲାରେ ପର୍ଯ୍ୟାପ୍ତ ସାର ଉପଲବ୍ଧ ରହିଛି।

ଅଯଥାରେ ଗୁଜବ ସୃଷ୍ଟି କରି ଚାଷୀଙ୍କୁ ଭୟଭୀତ କରନ୍ତୁ ନାହିଁ ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ୬୫ତମ ପ୍ରତିଷ୍ଠା ଦିବସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।

କୃଷି ଶିକ୍ଷା ସଦନଠାରେ ଅନୁଷ୍ଠିତ ଉତ୍ସବରେ ଦଲାଲ୍‌ମାନଙ୍କୁ ଚେତାବନୀ ଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଲେ, ସାର ଉପରେ କେବଳ ଚାଷୀଙ୍କ ହକ୍‌ ରହିଛି।

ଧାନ ଚାଷ ପାଇଁ ସାର ନେଇ ତାହାକୁ ଗଞ୍ଜେଇ ଚାଷରେ ବ୍ୟବହାର କଲେ ବରଦାସ୍ତ କରାଯିବ ନାହିଁ।

ଯିଏ ହେଉଥାଆନ୍ତୁ ନା କାହିଁକି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଧାନର ସହାୟକ ମୂଲ୍ୟ ଓଡ଼ିଶାରେ ଅଧିକ ରହିଛି।

ତେଣୁ ବାହାର ରାଜ୍ୟରୁ ଧାନ ସଂଗ୍ରହ କରି ଦଲାଲ୍‌ମାନେ ଓଡ଼ିଶାରେ ବିକ୍ରି କରୁଛନ୍ତି।

ଏହାକୁ ଆଦୌ ଗ୍ରହଣ କରାଯିବ ନାହିଁ।

ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି।

ଚାଷୀଙ୍କ ସହ ଆମ ସରକାର ରହିଛନ୍ତି।

ସେମାନେ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ନ ଭାଙ୍ଗିବାକୁ ଏ ସରକାର ଶପଥ ନେଇଛି ବୋଲି ସେ କହିଛନ୍ତି।Advertisment Judgement: ଓସିଏ ତୁରନ୍ତ ନିର୍ବାଚନ କରିବା ଉଚିତ: ଓଡ଼ିଶା ହାଇକୋର୍ଟ କୌଣସି ଜିଲ୍ଲାରେ ସାରର ଅଭାବ ନାହିଁବାହାର ରାଜ୍ୟର ଧାନକୁ ଜଗିଛନ୍ତି ସରକାର ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶାର ମାଛ, ଅଣ୍ଡା, କ୍ଷୀର ଉତ୍ପାଦନ ବୃଦ୍ଧି ପାଉଛି।

ଏବେ ୫,୫୦୦ କୋଟି ଟଙ୍କାର ମାଛ ବାହାରକୁ ରପ୍ତାନୀ ହେଉଛି।

୨୦୩୬ ସୁଦ୍ଧା ୨୫ହଜାର କୋଟି ଟଙ୍କାର ମାଛ ରପ୍ତାନୀ କରିବାକୁ ଲକ୍ଷ୍ୟ ରଖାଯାଇଛି।

୨୦୨୪ରେ ଦୈନିକ ୭୩ଲକ୍ଷ ଲିଟର କ୍ଷୀର ଉତ୍ପାଦନ ହେଉଥିବା ବେଳେ ଏବେ ତାହା ୭୫ଲକ୍ଷ ଲିଟରରେ ପହଞ୍ଚିଛି।

ଅଣ୍ଡା ଉତ୍ପାଦନକୁ ଆହୁରି ବଢ଼ାଇବାକୁ ହେବ।

କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସଚିବ ସଚିନ ରାମଚନ୍ଦ୍ର ଯାଦବ ଯୋଗଦେଇ ସ୍ମାର୍ଟ ଚାଷ ସହ ମିଶ୍ରିତ ଚାଷକୁ ଆପଣେଇ ସରକାରୀ ଯୋଜନାର ସୁଫଳ ଗ୍ରହଣ କରିବା ଦିଗରେ ମତ ରଖିଛନ୍ତି।

CJP: ସେପ୍ଟେମ୍ବର ୫ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଉତ୍ସବରେ ଅଧ୍ୟକ୍ଷତା କରିବା ସହ ଭବିଷ୍ୟତରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ନୂତନ ଦିଗନ୍ତ ସୃଷ୍ଟି କରିବାର ସଂକଳ୍ପ ନେବ ବୋଲି ମତପ୍ରକାଶ କରିଥିଲେ।

ଏହି ଅବସରରେ ଓୟୁଏଟି ଦ୍ବାରା ପ୍ରସ୍ତୁତ ୩୭ଟି ପ୍ରକାଶନ ଉନ୍ମୋଚନ ସହ ବିଦ୍ୟାର୍ଥୀ ଭବନ, ଉଦ୍ୟମିତା ଭବନ, ଭୁବନେଶ୍ୱରୀ ଛାତ୍ରୀ ନିବାସ, ପଶୁ ଚିକିତ୍ସା ପରିସର ଆଭାସୀ ମାଧ୍ୟମରେ ଉଦଘାଟନ ହୋଇଛି।

ଏଥିସହ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୩୩ଜଣ ମହିଳା କୃଷି ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

କୃଷି ସମ୍ପ୍ରସାରଣ ଓ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଓ କୁଳସଚିବ ପ୍ରତିଭା ଦୋରା ଧନ୍ୟବାଦ ଦେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)