Contempt of Court: ଅଦାଲତ ଅବମାନନା: ଜେଲ୍‌ରେ ଦିନେ ରହିବେ ଡାକ୍ତର, ୨୦ ହଜାର ତଣ୍ଡ ଗଣିବେ

Nov 21, 2026 - 06:59
Contempt of Court: ଅଦାଲତ ଅବମାନନା: ଜେଲ୍‌ରେ ଦିନେ ରହିବେ ଡାକ୍ତର, ୨୦ ହଜାର ତଣ୍ଡ ଗଣିବେ

କଟକ : ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଉଲ୍ଲଂଘନ କରିବା ନୂଆବଜାର ଲେପ୍ରୋସି ହୋମ୍‌ ଏବଂ ହସ୍ପିଟାଲ (ଏଲ୍‌ଏଚ୍‌ଏଚ୍‌)ର ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଜେନାଙ୍କୁ ମହଙ୍ଗା ପଡ଼ିଛି।

ହାଇକୋର୍ଟ ଶ୍ରୀ ଜେନାଙ୍କୁ ଦେୱାନୀ କାରାଗାର (ସିଭିଲ ପ୍ରିଜନ୍‌)ରେ ଗୋଟିଏ ଦିନ ଅଟକ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ଶ୍ରୀ ଜେନା ୨୦ ହଜାର ଟଙ୍କା ଓଡ଼ିଶା ହାଇକୋର୍ଟ ଆଡଭୋକେଟସ୍‌ ୱେଲଫେୟାର ଫଣ୍ଡ୍‌ରେ ଚାରି ସପ୍ତାହ ଭିତରେ ଜମା କରିବେ।

ଶ୍ରୀ ଜେନା ଏହି ରାଶି ନିଜ ହାତରୁ ଦେବେ ବୋଲି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେବାଶିଷ ଲେଙ୍କା ଓ ଅନ୍ୟ ଦୁଇ ଜଣଙ୍କ ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି।

୨୦୨୪, ଏପ୍ରିଲ ୧୬ର ଅନ୍ତରୀଣ ନିର୍ଦ୍ଦେଶ ସଂକ୍ରାନ୍ତରେ ପ୍ରାରମ୍ଭରେ ଜାଣି ନଥିବା ପ୍ରତିପକ୍ଷ ଦର୍ଶାଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ଦୋଷ ସ୍ବୀକାର କରିବା ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ।

Advertisment Rahul Gandhi: ଭୂରାଜନୀତିରେ ଭାରତ ଏବେ ଗୌଣ ଖେଳାଳି: ରାହୁଲ ହାଇକୋର୍ଟ କହିଛନ୍ତି ଯେ କଣ୍ଟେପ୍ଟ ଅଫ୍‌ କୋର୍ଟସ୍‌ ଆଇନ, ୧୯୭୧ର ଧାରା ୧୨(୩) ଅନୁସାରେ ସର୍ବାଧିକ ୬ ମାସ ଦେୱାନୀ କାରାବାସ ଦଣ୍ଡ ପ୍ରଦାନ କରାଯିବା କଥା।

କିନ୍ତୁ ପ୍ରତିପକ୍ଷ ସରକାରଙ୍କ ଅଧୀନରେ ଜଣେ କ୍ଲାସ୍‌-୧ ଅଧିକାରୀ ତଥା ଡାକ୍ତର ହୋଇଥିବାରୁ ଏହି ମାମଲାରେ ତାଙ୍କୁ ଗୋଟିଏ ଦିନ ଦେୱାନୀ କାରାଗାରରେ ଅଟକ ରଖିବାକୁ ନିର୍ଦ୍ଦେଶ ଦିଆଯାଉଛି।

ମାମଲାର ବିବରଣୀ ଅନୁଯାୟୀ, ପୂର୍ବଭଳି ଏଲ୍‌ଏଚ୍‌ଏଚ୍‌କୁ ଖାଦ୍ୟ ଯୋଗାଣ ପାଇଁ ଆବେଦନକାରୀଙ୍କୁ ଅନୁମତି ଦେବା ପାଇଁ ୨୦୨୪, ଏପ୍ରିଲ ୧୬ରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ ଉଲ୍ଲଂଘନ କରି ଏକ ସ୍ବୟଂ ସହାୟକ ଗୋଷ୍ଠୀକୁ ଏପ୍ରିଲ ୧୭ରୁ ଏଲ୍‌ଏଚ୍‌ଏଚ୍‌କୁ ଖାଦ୍ୟ ଯୋଗାଣ ପାଇଁ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ।

ଏହି ଘଟଣାକୁ ନେଇ ଅଦାଲତ ଅବମାନନା ମାମଲା ଦାୟର ହୋଇଥିଲା।

ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ପ୍ରତୀକ ଦାଶ ମାମଲା ପରିଚାଳନା କରୁଥିଲେ।

Judgement: ଦୋଷୀର ମୃତ୍ୟୁଦଣ୍ଡାଦେଶ କାଏମ୍ ରଖିଲେ କଲିକତା ହାଇକୋର୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)