Nuclear: ଦୁଇ ପରମାଣୁ ପ୍ରତିଷ୍ଠାନ ମଝିରେ ଏକ ଭୂତଳ ଦୁର୍ଗ ନିର୍ମାଣ କରୁଛି ଇରାନ: ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଲା ସତ

Nov 26, 2026 - 09:46
Nuclear: ଦୁଇ ପରମାଣୁ ପ୍ରତିଷ୍ଠାନ ମଝିରେ ଏକ ଭୂତଳ ଦୁର୍ଗ ନିର୍ମାଣ କରୁଛି ଇରାନ: ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଲା ସତ

ତେହେରାନ: ଆମେରିକା ସହିତ ଉତ୍ତେଜନା ମଧ୍ୟରେ କେନ୍ଦ୍ରୀୟ ଇରାନର ଏକ ପର୍ବତ ତଳେ ଭୂତଳ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ସମ୍ପର୍କରେ ୱାସିଂଟନ ସ୍ଥିତ ଇନଷ୍ଟିଚ୍ୟୁଟ୍ ଫର୍ ସାଇନ୍ସ ଆଣ୍ଡ ଇଣ୍ଟରନ୍ୟାସନାଲ ସିକ୍ୟୁରିଟି ସୂଚନା ପ୍ରଦାନ କରିଛି।

ନାଟାଞ୍ଜ ଏବଂ ଇସଫାହାନ ପରମାଣୁ ସ୍ଥଳ ମଝିରେ ଥିବା ବେହଜାତାବାଦରେ ଏହି ଭୂତଳ ଦୁର୍ଗ ନିର୍ମାଣ ଜୋରସୋରରେ ଜାରି ରହିଛି।

ଏହା ନାଟାଞ୍ଜ ଏବଂ ଇସଫାହାନ ଉଭୟଠାରୁ ପ୍ରାୟ ୬୨ କିଲୋମିଟର ଦୂରରେ ଅବସ୍ଥିତ।

Advertisment ଭାଣ୍ଟର ଟେକ୍ନୋଲୋଜିର ନୂତନ ଚିତ୍ରଗୁଡ଼ିକ ଭୂତଳ ସୁବିଧାରେ ଦ୍ରୁତ ନିର୍ମାଣ କାର୍ଯ୍ୟକୁ ପ୍ରକାଶ କରିଛି।

ଇରାନ ପରମାଣୁ କାର୍ଯ୍ୟକ୍ରମ ପାଇଁ ନୂତନ ଭିତ୍ତିଭୂମି ନିର୍ମାଣ କରୁଥିବା ଏହି ଚିତ୍ରଗୁଡ଼ିକୁ ନେଇ ପ୍ରଶ୍ନ ଉଠିଛି।ଇରାନ ଦେଶ ଭିତରେ ଅନେକ ଭୂତଳ ସ୍ଥଳ ନିର୍ମାଣ କରିଛି।

କିନ୍ତୁ ବେହଜାତାବାଦରେ ନିର୍ମାଣ ହେଉଥିବା ଭୂତଳ ଦୁର୍ଗର ସଠିକ୍ କାରଣ ଅସ୍ପଷ୍ଟ ରହିଛି।

ତେବେ ଏହା ଚାରିପଟେ ଥିବା କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଅନୁମାନ କରାଯାଉଛି ଯେ, ଏହାକୁ ସାମରିକ କିମ୍ବା ପରମାଣୁ ଉଦ୍ଦେଶ୍ୟ ପାଇଁ ଡିଜାଇନ୍ କରାଯାଉଛି।

ଭୂତଳ ଭିତ୍ତିଭୂମି ନିର୍ମାଣ ଅନ୍ତର୍ଭୁକ୍ତ ଏହି ସ୍ଥାନରେ ନିର୍ମାଣ ହେଉଥିବାର ପ୍ରଥମ ସୂଚନା ୭ରୁ ୧୨ ଡିସେମ୍ବର ୨୦୨୫ ମଧ୍ୟରେ ମିଳିଥିଲା।

ଜାନୁଆରି ୨୦୨୬ରେ ସାଟେଲାଇଟ୍ ଚିତ୍ରଗୁଡ଼ିକ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଅଧିକ ତଥ୍ୟ ପ୍ରକାଶ କରିଥିଲା।

ଏଠାରେ ଏପ୍ରିଲରେ ଖନନ କରାଯାଇଥିଲା।

ଏଥିରେ ଭୂତଳ ଭିତ୍ତିଭୂମି ଏବଂ ପ୍ରଶାସନିକ ସୁବିଧା ନିର୍ମାଣ ଅନ୍ତର୍ଭୁକ୍ତ ଥିଲା।

ଜୁନ୍ ସୁଦ୍ଧା ଭୂତଳ ନିର୍ମାଣ ନିଟବର୍ତ୍ତୀ ଅନ୍ୟ ଅଞ୍ଚଳରେ ମଧ୍ୟ କରାଯାଇଥିଲା।

ଏହା ୪୯ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତାରିତ ବୋଲି ଅନୁମାନ କରାଯାଉଛି।

ବିଶେଷଜ୍ଞମାନଙ୍କ ଅନୁସାରେ ଏଠାରେ କ୍ଷେପଣାସ୍ତ୍ର ପ୍ରଣାଳୀ ଏବଂ ଅସ୍ତ୍ରଶସ୍ତ୍ର ରଖାଯାଇପାରିବ।

ରିପୋର୍ଟରେ ଇରାନ ପରମାଣୁ କାର୍ଯ୍ୟକ୍ରମ ଜାରି ରଖିଥିବାର ସମ୍ଭାବନାକୁ ମଧ୍ୟ ଅସ୍ୱୀକାର କରାଯାଇନାହିଁ।

Shooting: ପୁଲିସ ଷ୍ଟେସନ ଠାରୁ ୫୦ ପାଦ ଦୂରରେ ଭୟଙ୍କର ଗୁଳିମାଡ଼; ଚାରି ଜଣ ଯୁବକଙ୍କ ମୃତ୍ୟୁ ଜୁନ୍ ୨୦୨୫ରେ ହୋଇଥିବା ସଂଘର୍ଷ ଏବଂ ଚଳିତ ବର୍ଷ ଫେବ୍ରୁଆରି ୨୮ରେ ଆରମ୍ଭ ହୋଇଥିବା ସାମରିକ ଅଭିଯାନ ସମୟରେ ଆମେରିକା ଏବଂ ଇସ୍ରାଏଲ ଇରାନର ପରମାଣୁ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିଥିଲେ।

ଜୁନ୍ ୨୦୨୫ରେ ହୋଇଥିବା ଆକ୍ରମଣରେ ନାଟାଞ୍ଜ, ଫୋର୍ଡୋ ଏବଂ ଇସଫାହାନ ପରମାଣୁ ସ୍ଥାନଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।

୨୦୨୬ରେ ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ ହେବା ପରେ ନାଟାଞ୍ଜ ଏବଂ ଇସଫାହାନକୁ ପୁଣି ଥରେ ଟାର୍ଗେଟ କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)