ଆଜିଠୁ ଦୁଇ ଦିନ ରତ୍ନଭଣ୍ଡାର ଗଣତିମଣତି, ୩-ଡି ମ୍ୟାପିଂରେ ହେବ ଅଳଙ୍କାରର ଡିଜିଟାଲ ରେକର୍ଡ

Nov 26, 2026 - 09:42
ଆଜିଠୁ ଦୁଇ ଦିନ ରତ୍ନଭଣ୍ଡାର ଗଣତିମଣତି, ୩-ଡି ମ୍ୟାପିଂରେ ହେବ ଅଳଙ୍କାରର ଡିଜିଟାଲ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ:ଆଜି ଓ କାଲି ଦୁଇ ଦିନ ରତ୍ନଭଣ୍ଡାରର ପରବର୍ତ୍ତୀ ପର୍ଯ୍ୟାୟ ଗଣତିମଣତି କରାଯିବ। ସରକାରଙ୍କ ଅନୁମୋଦିତ ଏସଓପି ଅନୁସାରେ ମାଜିଷ୍ଟ୍ରେଟ୍ , ଅଧିକୃତ ସେବାୟତ, ରତ୍ନ ବିଶେଷଜ୍ଞ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଅଳଙ୍କାର ଯାଞ୍ଚ କରାଯିବ। ଏଥିସହ ଫଟୋଗ୍ରାଫି, ଭିଡିଓଗ୍ରାଫି ଓ ଥ୍ରୀ-ଡି ମ୍ୟାପିଂ ମାଧ୍ୟମରେ ଡିଜିଟାଲ୍ ରେକର୍ଡ ପ୍ରସ୍ତୁତ କରାଯିବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଲ୍ୟବାନ ସୁନା, ରୁପା ଓ ଅନ୍ୟାନ୍ୟ ରତ୍ନଖଚିତ ଅଳଙ୍କାରର ସବିଶେଷ ତାଲିକା ପ୍ରସ୍ତୁତ କରିବା ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ।ଏହା ସହିତ ପୂର୍ବରୁ ପ୍ରସ୍ତୁତ ତାଲିକା ସହ ବର୍ତ୍ତମାନର ଅଳଙ୍କାର ତଥ୍ୟ ମେଳାଇବା ମଧ୍ୟ ଗୁରୁତ୍ୱ ବହନ କରୁଛି । ଦୀର୍ଘ ୪୬ ବର୍ଷ ପରେ ୨୦୨୪ ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଭିତର ଭଣ୍ଡାର ଖୋଲାଯାଇଥିଲା । ପରେ ଜୁଲାଇ ୧୮ ତାରିଖରେ ଭିତର ଭଣ୍ଡାରରୁ ମୂଲ୍ୟବାନ ସାମଗ୍ରୀ ସ୍ଥାନାନ୍ତର ପ୍ରକ୍ରିୟା କରାଯାଇଥିଲା।ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କରାଯାଇଥିଲା । ସେତେବେଳର ତାଲିକା ଅନୁସାରେ ଭିତର ଓ ବାହାର ରତ୍ନଭଣ୍ଡାରରେ ମୋଟ ୪୫୪ଟି ସୁନା ଅଳଙ୍କାର ଓ ସାମଗ୍ରୀ ଏବଂ ୨୯୩ଟି ରୁପା ସାମଗ୍ରୀ ରହିଥିବା ଉଲ୍ଲେଖ ଥିଲା । ଭିତର ରତ୍ନ ଭଣ୍ଡାରର ଗଣତିମଣତି କରାଯିବାକୁ ରହିଥିବା ବେଳେ ସମୟ ସାପେକ୍ଷ ଥିବା ଜଣାପଡ଼ିଅଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)