Cricket: ଟେଷ୍ଟ କ୍ରିକେଟରେ ତ୍ରିଶତକ ମାରିଥିଲେ; ଏବେ ୭ ୱିକେଟ୍ ନେଇ ଚର୍ଚ୍ଚାରେ ୱାଇଆନ୍ ମୁଲଡର

Nov 26, 2026 - 09:46
Cricket: ଟେଷ୍ଟ କ୍ରିକେଟରେ ତ୍ରିଶତକ ମାରିଥିଲେ; ଏବେ ୭ ୱିକେଟ୍ ନେଇ ଚର୍ଚ୍ଚାରେ ୱାଇଆନ୍ ମୁଲଡର

ସେଞ୍ଚୁରିଅନ୍: ଟେଷ୍ଟ କ୍ରିକେଟ୍‌ରେ ତ୍ରିଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକା ର ଅଲରାଉଣ୍ଡର ୱାଇଆନ୍ ମୁଲଡର ଘାତକ ବୋଲିଂ କରିଛନ୍ତି।

ସେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୩୧ ରନ୍‌ ଦେଇ ୭ ୱିକେଟ୍ ନେଇଛନ୍ତି।

ତାଙ୍କ ପାଇଁ ଏହା ପ୍ରଥମ ଘଟଣା ଯେ ସେ ଟେଷ୍ଟ କ୍ରିକେଟରେ ୭ ୱିକେଟ୍ ନେଇଛନ୍ତି।

Advertisment ଟେଷ୍ଟ କ୍ରିକେଟ୍‌ ୧୮୭୭ ମସିହାରେ ଆରମ୍ଭ ହୋଇଥିଲା।

ଏପର୍ଯ୍ୟନ୍ତ ୨୩୬ ଜଣ ବୋଲର ଏହି ଫର୍ମାଟରେ ୭ ୱିକେଟ୍ ନେଇଛନ୍ତି।

ମୁଲଡର ୨୩୭ତମ ଖେଳାଳି ଭାବେ ଏହି କ୍ଲବରେ ଯୋଡ଼ି ହୋଇଛନ୍ତି।

ଦକ୍ଷିଣ ଆଫ୍ରିକା ଏକ ଇନିଂସ୍ ଏବଂ ୨୧୯ ରନରେ ମ୍ୟାଚ୍ ଜିତି ସିରିଜ୍ କ୍ଲିନ୍ ସୁଇପ୍ କରିଛି।

ବଡ଼ ରେକର୍ଡର ଖେଳାଳି ୨୮ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ୱାଇଆନ୍ ମୁଲଡରଙ୍କ ମଧ୍ୟ ଟେଷ୍ଟ କ୍ରିକେଟରେ ତ୍ରିଶତକ ହାସଲ କରିଛନ୍ତି।

ସେ ଗତ ବର୍ଷ ଜିମ୍ବାୱେ ବିପକ୍ଷରେ ୩୬୭ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ।

ସେହି ସମୟରେ ବିସ୍ଫୋରକ ବ୍ୟାଟର ବ୍ରାଏନ୍ ଲାରାଙ୍କ ୪୦୦ ରନ୍‌ର ରେକର୍ଡ ଭାଙ୍ଗିବେ ବୋଲି ଆଶା କରାଯାଉଥିଲା।

କିନ୍ତୁ ମୁଲଡର ଇନିଂସ ଘୋଷଣା କରିଥିଲେ।

ସେ ସେହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ମଧ୍ୟ ଥିଲେ।

ଟେଷ୍ଟ ମ୍ୟାଚ୍‌ରେ ୨୯ଜଣ ଖେଳାଳିଙ୍କ ତ୍ରିଶତକ ଟେଷ୍ଟ ମ୍ୟାଚ୍‌ରେ ୨୯ ଜଣ ବ୍ୟାଟ୍ସମ୍ୟାନ୍ ତ୍ରିଶତକ ହାସଲ କରିଛନ୍ତି।

ଏଥିମଧ୍ୟରୁ ୮ ଜଣ ଗୋଟିଏ ଇନିଂସରେ ୫ କିମ୍ବା ତା'ଠାରୁ ଅଧିକ ୱିକେଟ୍ ନେଇଛନ୍ତି।

ଏହି ୮ ଜଣଙ୍କ ମଧ୍ୟରୁ ଦୁଇଜଣ ୬ ୱିକେଟ୍ ନେଇଛନ୍ତି।

ୱାଇଆନ୍ ମୁଲଡର ଏକମାତ୍ର ଖେଳାଳି ଯିଏ ଗୋଟିଏ ଇନିଂସରେ ୭ ୱିକେଟ୍ ମଧ୍ୟ ନେଇଛନ୍ତି।

ୱେଷ୍ଟଇଣ୍ଡିଜ୍ ମହାନ ଖେଳାଳି ସାର୍ ଗ୍ୟାରି ସୋବର୍ସ ଏବଂ ଅଷ୍ଟ୍ରେଲିଆର ମାଇକେଲ୍ କ୍ଲାର୍କ ଉଭୟ ତ୍ରିଶତକ ହାସଲ କରିଛନ୍ତି ଏବଂ ଟେଷ୍ଟରେ ୬ ୱିକେଟ୍ ନେଇଛନ୍ତି।

Cricket: କ୍ରିକେଟ୍‌ ପଡ଼ିଆରେ ପୁଣି ହାତ ମିଳାଇଲେନି ଭାରତୀୟ ଏବଂ ପାକିସ୍ତାନୀ ଖେଳାଳି; ବିବୃତ୍ତି ଜାରି କଲା ଏମ୍‌ସିସି ସମାନ ଟେଷ୍ଟରେ ଶତକ, ୭ ୱିକେଟ୍ ୱାଇଆନ୍ ମୁଲଡର ମଧ୍ୟ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଶତକ ହାସଲ କରିଛନ୍ତି।

ସେ ଦକ୍ଷିଣ ଆଫ୍ରିକାର ପଞ୍ଚମ ଖେଳାଳି ଭାବରେ ସମାନ ଟେଷ୍ଟ୍‌ରେ ଶତକ ଏବଂ ୫ ୱିକେଟ୍ ହାସଲ କରିଥିଲେ।

ସେ ସମାନ ଇନିଂସ୍‌ରେ ଶତକ ଏବଂ ୭ ୱିକେଟ୍ ହାସଲ କରିଥିବା ପ୍ରଥମ ଦକ୍ଷିଣ ଆଫ୍ରିକା ଖେଳାଳି ମଧ୍ୟ ହୋଇଥିଲେ।

ମୁଲଡର ମାତ୍ର ୬୪ ବଲ୍‌ରେ ଏହି ୭ ୱିକେଟ୍ ନେଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)