Northern Railway : 'ରେଲୱେ ରିକ୍ରୁଟମେଣ୍ଟ ସେଲ୍':  ୪,୬୫୧ଟି ଆପ୍ରେଣ୍ଟିସ୍ ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

Nov 22, 2026 - 18:14
Northern Railway : 'ରେଲୱେ ରିକ୍ରୁଟମେଣ୍ଟ ସେଲ୍':  ୪,୬୫୧ଟି ଆପ୍ରେଣ୍ଟିସ୍ ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ରେଳବାଇ ରେ ସରକାରୀ ଚାକିରି ଖୋଜୁଥିବା ଯୁବକଯୁବତୀଙ୍କ ପାଇଁ ଏକ ଖୁସି ଖବର।

ଉତ୍ତର ରେଳବାଇ ର 'ରେଲୱେ ରିକ୍ରୁଟମେଣ୍ଟ ସେଲ୍' ୪,୬୫୧ଟି ଆପ୍ରେଣ୍ଟିସ୍ ପଦବି ପୂରଣ କରିବା ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି।

ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଚାଲିଛି ଏବଂ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ୧୧ ଡିସେମ୍ବର, ୨୦୨୬।

Advertisment ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଅଫିସିଆଲ୍ ୱେବସାଇଟ୍ rrcnr.org ପରିଦର୍ଶନ କରିବା ଉଚିତ୍।

ଅଫଲାଇନ୍ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଦାଖଲ କରାଯାଇଥିବା ଆବେଦନ ଗ୍ରହଣ କରାଯିବ ନାହିଁ।

ଯୋଗ୍ୟତା: ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ + ଆଇଟିଆଇ ଏହି ନିଯୁକ୍ତି ପାଇଁ କୌଣସି ଉଚ୍ଚତର ଡିଗ୍ରିର ଆବଶ୍ୟକତା ନାହିଁ।

ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଅତିକମରେ ୫୦% ମାର୍କ ସହ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ଏବଂ ସେମାନଙ୍କ ପାଖରେ ଆଇଟିଆଇ ସାର୍ଟିଫିକେଟ୍ ରହିବା ଜରୁରୀ।

ଏହା ବ୍ୟତୀତ, ପ୍ରାର୍ଥୀଙ୍କ ବୟସ ଅତିକମରେ ୧୫ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଆବଶ୍ୟକ।

ପରୀକ୍ଷା କିମ୍ବା ସାକ୍ଷାତକାର ବିନା ଚୟନ ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କୁ କୌଣସି ଲିଖିତ ପରୀକ୍ଷା କିମ୍ବା ସାକ୍ଷାତକାର ଦେବାକୁ ପଡ଼ିବ ନାହିଁ।

ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଏକ ମେରିଟ୍ ଲିଷ୍ଟ (ମେଧା ତାଲିକା) ପ୍ରସ୍ତୁତ କରାଯିବ।

ଯେଉଁମାନଙ୍କ ନାମ ଏହି ମେରିଟ୍ ଲିଷ୍ଟରେ ରହିବ, ସେମାନଙ୍କୁ ଖାଲି ପଦବିଗୁଡ଼ିକରେ ନିଯୁକ୍ତି ଦିଆଯିବ।

ଅନଲାଇନ୍ ଆବେଦନ କରିବାର ସହଜ ପଦ୍ଧତି ଆପଣ ଘରେ ବସି ସହଜରେ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ।

ସାଧାରଣ, ଓବିସି ଏବଂ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀମାନଙ୍କୁ ୧୦୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ।

ଏସ୍‌ସି , ଏସ୍‌ଟି, ଦିବ୍ୟାଙ୍ଗ ଏବଂ ମହିଳା ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କରୁ ଛାଡ଼ ଦିଆଯାଇଛି।

ଦୁଇଫାଳ ହୋଇଗଲା କାର୍‌; ୨ ସେନା କର୍ମଚାରୀ, ପତ୍ନୀ ଓ ୩ ଶିଶୁଙ୍କ ସମେତ ୭ ମୃତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)