World War 3 Warning: ପୁଟିନ୍‌ଙ୍କ ଗୋଟିଏ ଭୁଲ୍‌ରୁ ଆରମ୍ଭ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ!

Nov 22, 2026 - 18:01
World War 3 Warning: ପୁଟିନ୍‌ଙ୍କ ଗୋଟିଏ ଭୁଲ୍‌ରୁ ଆରମ୍ଭ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ!

ବିଶ୍ୱ ଉପରେ ଘନେଇଲା କି ଆଉ ଏକ ମହାଯୁଦ୍ଧର କଳାବାଦଲ?

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ନେଇ ବ୍ରିଟେନର ଗୁଇନ୍ଦା ବିଭାଗ ଦେଇଛି ଭୟଙ୍କର ଚେତାବନୀ।

ପାଶ୍ଚାତ୍ୟ ଦେଶଗୁଡ଼ିକ ପ୍ରତି ପୁଟିନ୍‌ଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଯେକୌଣସି ସମୟରେ ବଡ଼ ବିପଦ ଡାକି ଆଣିପାରେ।

ଏପରିକି ଗୋଟିଏ ଭୁଲ୍ ନିଷ୍ପତ୍ତି କିମ୍ବା ଭୁଲ୍ ବୁଝାମଣା ତୃତୀୟ ବିଶ୍ୱଯୁଦ୍ଧର କାରଣ ହୋଇପାରେ ବୋଲି ଆଶଙ୍କା କରିଛି ବ୍ରିଟେନ।

Advertisment ବ୍ରିଟେନର ହେଡ୍ ଅଫ୍ ଡିଫେନ୍ସ ଇଣ୍ଟେଲିଜେନ୍ସ ଲେଫ୍ଟନାଣ୍ଟ ଜେନେରାଲ ମାଥ୍ୟୁ ଜୋନ୍ସ କହିଛନ୍ତି, ପୁଟିନ୍ ଏବେ ଚାପରେ ଅଛନ୍ତି।

ପଶ୍ଚିମ ଦେଶଗୁଡ଼ିକୁ ଚ୍ୟାଲେଞ୍ଜ ଦେବାକୁ ଯାଇ ଋଷର ଆଭିମୁଖ୍ୟ ଅଧିକ ଆକ୍ରମଣାତ୍ମକ ହେଉଛି।

ଋଷ ନିଜେ ନାଟୋ ସହ ଯୁଦ୍ଧ ଚାହୁଁନଥିଲେ ମଧ୍ୟ ତାର ବେପରୁଆ କାର୍ଯ୍ୟକଳାପ ଛୋଟ ଘଟଣାକୁ ବଡ଼ ଯୁଦ୍ଧରେ ପରିଣତ କରିପାରେ।

କେମ୍ବ୍ରିଜ୍ ଇଣ୍ଟେଲିଜେନ୍ସ ସେମିନାରରେ ଭାଷଣ ଦେଇ ଜୋନ୍ସ କହିଛନ୍ତି, ଭୁଲ୍ ବୁଝାମଣା ଏବଂ ଭୁଲ୍ ଆକଳନ ହିଁ ତାଙ୍କର ସବୁଠାରୁ ବଡ଼ ଚିନ୍ତା।

ପୋଲାଣ୍ଡରେ ଋଷୀୟ ମିସାଇଲ୍ ଓ ସନ୍ଦିଗ୍ଧ ଡ୍ରୋନ୍ ଖସିବା, ଜର୍ମାନୀର ଲିପଜିଗ୍ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ ଏବଂ ରୋମାନିଆର କୃଷ୍ଣ ସାଗର ଜଳସୀମାରେ ବାଣିଜ୍ୟିକ ଜାହାଜ ବୁଡ଼ିବା ଘଟଣାକୁ ସେ ଉଦାହରଣ ଦେଇଛନ୍ତି।

Advertisment ତେବେ ବ୍ରିଟେନ ଋଷ ସହ କୌଣସି ଯୁଦ୍ଧ କିମ୍ବା ସଂଘର୍ଷ ଚାହୁଁନାହିଁ।

କିନ୍ତୁ ନିଜ ଦେଶ ଓ ସହଯୋଗୀଙ୍କ ସୁରକ୍ଷା ପ୍ରତି ବିପଦ ଆସିଲେ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ବୋଲି ଜୋନ୍ସ ସ୍ପଷ୍ଟ କରିଛନ୍ତି।

ଏବେ ପ୍ରଶ୍ନ, ଋଷ ଓ ନାଟୋ ମଧ୍ୟରେ ବଢ଼ୁଥିବା ଉତ୍ତେଜନା କେଉଁ ମୋଡ଼ ନେବ?

ବିଶ୍ୱକୁ ଆଉ ଏକ ମହାଯୁଦ୍ଧ ଆଡ଼କୁ ଠେଲିଦେବ କି ଏହି ଶକ୍ତି ପ୍ରଦର୍ଶନ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)