NH Safety Concerns ୫୫ ନମ୍ବର ଜାତୀୟ ରାଜପଥ,  ୧୦୦ରୁ ଅଧିକ ସ୍ଥାନରେ ଖାଲ, ଫାଟ, ସ୍ଥିତି ସଙ୍ଗିନ

Jul 06, 2026 - 16:53
NH Safety Concerns ୫୫ ନମ୍ବର ଜାତୀୟ ରାଜପଥ,  ୧୦୦ରୁ ଅଧିକ ସ୍ଥାନରେ ଖାଲ, ଫାଟ, ସ୍ଥିତି ସଙ୍ଗିନ

"ଜଗତସିଂହପୁର: ୫୫ନଂ ଜାତୀୟ ରାଜପଥର କନ୍ଦରପୁର ଠାରୁ ବାଲିକୁଦା ମଧ୍ୟରେ ୫୦ କିମି ରାସ୍ତାର ନିର୍ମାଣ ଶେଷ ହୋଇନାହିଁ କିନ୍ତୁ ଏଥିରେ ୧୦୦ରୁ ଅଧିକ ସ୍ଥାନରେ ଫାଟ ଓ ଖାଲ ସୃଷ୍ଟି ହୋଇଛି।

ଏହାଦ୍ବାରା ସେହି ରାସ୍ତାରେ ନିୟମିତ ଦୁର୍ଘଟଣା ଘଟି ଜନଜୀବନ ହାନୀ ହେଉଛି।

ରାଜପଥର ନିର୍ମାଣ ନିମ୍ନମାନର ହୋଇଥିବା ଦର୍ଶାଇ ସ୍ଥାନୀୟ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

Advertisment National Highway No.55: ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣରେ ବଡ଼ ଦୁର୍ନୀତି: ଧସିଗଲା ରାସ୍ତା, ଯାତାୟାତ ଠପ୍‌ ଲଗାଣ ବର୍ଷାରେ ପୁରୋହିତପୁର ଠାରେ ନିର୍ମାଣାଧୀନ ଫ୍ଲାଏ ଓଭରବ୍ରିଜରେ ମାଟି ଧସି ଘାଇ ସୃଷ୍ଟି ହୋଇଥିଲା।

ବର୍ତ୍ତମାନ ଯୋଗଧାରୀରୁ ପାକନପୁର ପର୍ଯ୍ୟନ୍ତ ଏକାଧିକ ସ୍ଥାନରେ ରାସ୍ତା ଫାଟି ଆଁ କରିବା ସହ ଦବିଯାଇଛି।

ଅଧିକାଂଶ ସ୍ଥାନରେ ରାସ୍ତାର ଦୁଇ ପାର୍ଶ୍ବରୁ ଭାଙ୍ଗି ଯାଇଛି।

ଆଜି (ସୋମବାର) ଯୋଗଧାରୀ ବାଇପାସ୍ ଠାରେ ଏକ ଫ୍ଲାଏ ଆସ୍ ବୋଝେଇ ଟ୍ରକ ଯାଉଥିବା ବେଳେ ରାସ୍ତା ଧସି ଯିବାରୁ ଓଲଟି ପଡ଼ିଛି।

ଏହି ଘଟଣା ପରେ ଜଗତସିଂହପୁର ବିଧାୟକ ସିଏମ୍ଓର ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି।

National highway: ଜାତୀୟ ରାଜପଥ ନିର୍ମାଣରେ ଅନିୟମିତତା: ୧୪୨ କୋଟିର ରାଜପଥ ୪୨ ଦିନ ଗଲାନି, ପିଏମ୍ଓ‌ ବିରକ୍ତ ମିଳିଥିବା ସୂଚନା ଅନୁସାରେ, କଟକ ଠାରୁ ନୂଆଗାଁ ପର୍ଯ୍ୟନ୍ତ ପ୍ରାୟ ଶହେ କିଲୋମିଟର ରାସ୍ତାକୁ ୫୫ ନମ୍ବର ଜାତୀୟ ରାଜପଥ ଘୋଷଣା କରାଯିବା ସହ କାମ ଚାଲୁଛି।

ପ୍ରଥମ ପର୍ଯ୍ୟାୟ କନ୍ଦରପୁର ଠାରୁ ବାଲିକୁଦା ପର୍ଯ୍ୟନ୍ତ ପ୍ରାୟ ୫୦ କିଲୋମିଟର ରାସ୍ତା କାମ କରାଯାଉଛି।

ପ୍ରାୟ ୨୦୦ କୋଟି ଟଙ୍କାର ଏହି କାମକୁ ଠିକା ସଂସ୍ଥା ଏଆରଏସ୍ଏସ୍ କରୁଛି।

କିନ୍ତୁ ରାସ୍ତାର ବିଭିନ୍ନ ସ୍ଥାନରେ କେଉଁଠି ଫାଟି ଯାଇଛି ତ ଆଉ କେଉଁଠି ଖାଲ ହୋଇଛି ଓ ଦବି ଯାଇଛି।

ରାସ୍ତା କାମ ଶେଷ ହୋଇ ନ ଥିବା ବେଳେ ଏଭଳି ଘଟଣାକୁ ନେଇ ସାଂଘାତିକ ଦୁର୍ନୀତିର ଗନ୍ଧ ବାରିଛନ୍ତି ସାଧାରଣ ଲୋକ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।