Depression Intensifies ଆର୍ଯ୍ୟପଲ୍ଲୀ କୂଳରେ ଅଟକିଛି ୩୪ ରୁ ଊର୍ଦ୍ଧ୍ବ ଆନ୍ଧ୍ର ଟ୍ରଲର, ଉଦ୍ଧାର କାର୍ଯ୍ୟ ଜାରି
"ଛତ୍ରପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇଛି।
ଏହା ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି।
ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ପ୍ରବଳ ବେଗରେ ପବନ ବହିବା ସହ ଉତ୍ଥାଳ ତରଙ୍ଗ ଉଠୁଛୁ।
ଏଣୁ ଜୁଲାଇ ୪ରୁ ୭ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ପାଣିପାଗ ବିଭାାଗ ପକ୍ଷରୁ ବାରଣ କରାଯାଇଛି।
ଏହା ସତ୍ତ୍ବେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପୁରାତନ ଜେଟି ଆର୍ଯ୍ୟପଲ୍ଲୀରେ ୩୪ ଅଧିକ ଆନ୍ଧ୍ର ଟ୍ରଲର ଅଟକି ରହିଛନ୍ତି।
ସେମାନଙ୍କୁ ସୁରକ୍ଷିତ କୂଳକୁ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
Advertisment Cyclone In 24 Hours: ୨୪ ଘଣ୍ଟାରେ ବାତ୍ୟା।, ସୃଷ୍ଟି ହେଲା ଗଭୀର ଅବପାତ ସୂଚନାନୁସାରେ ରବିବାର ରାତି ଠାରୁ ଆନ୍ଧ୍ରପ୍ରଦେଶର ମାଛଧରା ଡଙ୍ଗା ଓ ଟ୍ରଲର ଫସି ରହିଛନ୍ତି।
ସେଥିରେ ମଧ୍ୟ ବହୁ ମତ୍ସ୍ୟଜୀବୀ ଅଛନ୍ତି।
ସମୁଦ୍ର ଅଶାନ୍ତ ଥିବାରୁ ସେମାନେ ନିଜ ଅଞ୍ଚଳକୁ ଫେରି ପାରୁନାହାଁନ୍ତି।
ଏବେ ପବନର ବେଗ ବଢୁ ଥିବାରୁ ସମୁଦ୍ର ଆହୁରି ଅଶାନ୍ତ ହୋଇପଡ଼ିଛି।
Bridge Collapsed: ଲଗାଣ ବର୍ଷାରେ ଭାଙ୍ଗିଗଲା ପୋଲ, ଯାତାୟତ ବାଧାପ୍ରାପ୍ତ ସୂଚନା ପାଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ଏବଂ ଟ୍ରଲର ଗୁଡ଼ିକୁ ସୁରକ୍ଷିତ ଭାବେ ଗୋପାଳପୂର ବନ୍ଦର ପରିସରରେ ସେମାନଙ୍କୁ ଆଶ୍ରୟ ଦେବାକୁ କୁହାଯାଇଛି।
ପରିସ୍ଥିତି ଉପରେ ତଟରକ୍ଷୀ ବାହିନୀ ଏବଂ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୁଲିସ ସତର୍କ ନଜର ରଖିଛନ୍ତି। ।
କେତକ ଟ୍ରଲର ପହଁଞ୍ଚି ଯାଇଥିବା ବେଳେ ଆଉ କିଛି ଟ୍ରଲରକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ଏବଂ ସେମାନଙ୍କୁ ଉଦ୍ଧାର କରିବା ଦିଗରେ କାର୍ଯ୍ୟ ଚାଲିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଭି.
କୀର୍ତ୍ତି ଭାସନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।