Car Sales: ଜୁନ୍ରେ କାର୍ ବିକ୍ରି ୨୯% ବୃଦ୍ଧି
"ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଦେଶରେ ଇଲେକ୍ଟ୍ରିକ୍, ହାଇବ୍ରିଡ୍ ଓ ସିଏନ୍ଜି ଗାଡ଼ିର ଚାହିଦା ଯଥେଷ୍ଟ ବଢ଼ିଛି।
ଗତ ଜୁନ ମାସରେ ଏହି ଧରଣର ଗାଡ଼ିଗୁଡ଼ିକର ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।
ମୋଟ୍ କାର୍ ବିକ୍ରିରେ ଏଭଳି ବିକଳ୍ପ ଇନ୍ଧନରେ ଚାଲୁଥିବା ଗାଡ଼ିଗୁଡ଼ିକର ଭାଗ ଉଲ୍ଲେଖନୀୟ ୪୦.୩୫ ପ୍ରତିଶତ ରହିଛି ଯାହା ଗୋଟିଏ ମାସ ପୂର୍ବରୁ ୩୮ ପ୍ରତିଶତ ରହିଥିଲା।
ଗତ ମେ ମାସରେ ପେଟ୍ରୋଲ ଓ ଡିଜେଲ ଦାମ୍ ବଢ଼ିବା ପରେ ନୂଆ ଗାଡ଼ି ମାଲିକମାନେ ବିକଳ୍ପ ଇନ୍ଧନରେ ଚାଲୁଥିବା ଗାଡ଼ି କିଣିବାକୁ ଅଧିକ ଆଗ୍ରହ ଦେଖାଇଛନ୍ତି।Advertisment ସାରା ଦେଶରେ ୨୬ ନିୟୁତରୁ ଅଧିକ ଗାଡ଼ି ବିକ୍ରି ଏ ସମ୍ପର୍କରେ ଅଟୋମୋବାଇଲ୍ ଡିଲର ମହାସଂଘ ବା ଏଫ୍ଏଡିଏର ସଭାପତି ସି ଏସ୍ ବିଗ୍ନେଶ୍ବର କହିଛନ୍ତି ଯେ ଗ୍ରାହକମାନେ ଆବେଗ ଦ୍ବାରା ପରିଚାଳିତ ହୋଇ ଏଭଳି ଗାଡ଼ି କିଣିବାକୁ ନିଷ୍ପତ୍ତି ନେଇଛନ୍ତି ନା ଅନ୍ୟ କିଛି ତାହା ଆଗାମୀ ଦିନରେ ଅଭିବୃଦ୍ଧି ବଜାୟ ରହିଲେ ଜଣାପଡ଼ିବ।
ଜୁନରେ ସାରା ଦେଶରେ ୨୬ ନିୟୁତରୁ ଅଧିକ ଗାଡ଼ି ବିକ୍ରି ହୋଇଛି।
କାର୍ ବିକ୍ରି ୨୮.୬ ପ୍ରତିଶତ ବଢ଼ି ୪,୧୦,୮୫୩ରେ ପହଞ୍ଚିଛି।
କାର୍ଗୁଡ଼ିକ ମଧ୍ୟରେ ସିଏନ୍ଜି ମଡେଲ୍ ବିକ୍ରି ୨୪.୩ ପ୍ରତିଶତ, ହାଇବ୍ରିଡ୍ ୮.୩ ପ୍ରତିଶତ ଓ ଇଭି ବିକ୍ରି ୭.୮ ପ୍ରତିଶତ ବଢ଼ିଛି।
Russia Attack: ଟ୍ରମ୍ପ ଶାନ୍ତିଦୂତ ହେବ ନୋହିଲା!: ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ ଉପରେ ବାଲିଷ୍ଟିକ୍ ଆକ୍ରମଣ କଲା ରୁଷ ଗତ ମାସରେ ମାରୁତି ସୁଜୁକି ପକ୍ଷରୁ କୁହାଯାଇଥିଲା ଯେ ତେଲ ଦର ବଢ଼ିବା ପରେ କମ୍ପାନିର ସିଏନ୍ଜି ମଡେଲ୍ ବୁକିଂରେ ୪୦ ପ୍ରତିଶତ ବୃଦ୍ଧି ହୋଇଥିଲା।
ତାହାର ପ୍ରତିଫଳନ ମାସ ଶେଷ ବିକ୍ରି ତଥ୍ୟରେ ଦେଖିବାକୁ ମିଳିଛି।
ଯୁଦ୍ଧ ବନ୍ଦ କରିବାକୁ ଇରାନ ଓ ଆମେରିକା ମଧ୍ୟରେ ଅନ୍ତରୀଣ ଶାନ୍ତି ଚୁକ୍ତି ହୋଇଥିବାରୁ ତେଲ ଦରରେ ବୃଦ୍ଧି ଓ ଯୋଗାଣ ଶୃଙ୍ଖଳରେ ଦେଖାଦେଇଥିବା ସମସ୍ୟା ଦୂର ହେବାକୁ ଯାଉଛି।
ତେଣୁ ଆସନ୍ତା କିଛି ମାସ ମଧ୍ୟରେ ବଜାର ସ୍ବାଭାବିକ ହୋଇଯିବ ବୋଲି ବିଗ୍ନେଶ୍ବର ଆଶା ପ୍ରକଟ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।