06 JULY 2026

Welcome!

Unlock your personalized experience.
Sign Up

China missile test: ପ୍ରଶାନ୍ତ ମହାସାଗରରେ ବୁଡ଼ାଜାହାଜରୁ ସଫଳତାର ସହ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଚୀନ୍

Jul 06, 2026 - 18:12
China missile test: ପ୍ରଶାନ୍ତ ମହାସାଗରରେ ବୁଡ଼ାଜାହାଜରୁ ସଫଳତାର ସହ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଚୀନ୍

ବେଜିଂ: ପ୍ରଶାନ୍ତ ମହାସାଗରରେ ଏକ ପରମାଣୁ ବୁଡ଼ାଜାହାଜରୁ ସଫଳତାର ସହ ଚୀନ୍ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏହାର କିଛି ଘଣ୍ଟା ପରେ ଚୀନ୍ ସୂଚନା ପ୍ରଦାନ କରିଛି। ଡମି ୱାରହେଡ୍ ବହନ କରିଥିବା କ୍ଷେପଣାସ୍ତ୍ର ସଫଳତାର ସହିତ ଲକ୍ଷ୍ୟଭେଦ କରିଥିବା ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲଏ)ର ନୌସେନାର ଏକ ବିବୃତି ଆଧାରରେ ସରକାରୀ ଗଣମାଧ୍ୟମ ଜିନହୁଆ ନ୍ୟୁଜ୍ ରିପୋର୍ଟ କରିଛି। ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଚୀନ୍ ପକ୍ଷରୁ ଆୟୋଜିତ ଏକ ନିୟମିତ ବାର୍ଷିକ ସାମରିକ ତାଲିମ ଅଭ୍ୟାସ କାର୍ଯ୍ୟକ୍ରମ ଅନ୍ତର୍ଗତ ହୋଇଛି। ଏହି ପରୀକ୍ଷଣ ଅନ୍ତର୍ଜାତୀୟ ଆଇନ ଏବଂ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଅଭ୍ୟାସ ଅନ୍ତର୍ଗତ କରାଯାଇଛି। ଏଥିରେ କୌଣସି ନିର୍ଦ୍ଦିଷ୍ଟ ଦେଶ କିମ୍ବା ଲକ୍ଷ୍ୟସ୍ଥଳକୁ ଟାର୍ଗେଟ୍ କରାଯାଇ ନାହିଁ ବୋଲି ଜିନହୁଆର ରିପୋର୍ଟରେ କୁହାଯାଇଛି। ସ୍ଥାନୀୟ ସମୟ ମଧ୍ୟାହ୍ନ ପ୍ରାୟ ୧୨.୦୧ ସମୟରେ (୦୪୦୧ଜିଏମଟି) କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ସେପ୍ଟେମ୍ବର ୨୦୨୪ ରେ ପ୍ରଶାନ୍ତ ମହାସାଗରରେ ଏକ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ) ପରୀକ୍ଷା କରିବା ପରେ ଏହା ହେଉଛି ଚୀନ୍‌ର ଦ୍ୱିତୀୟ ରଣନୈତିକ କ୍ଷେପଣାସ୍ତ୍ର ପରୀକ୍ଷଣ।

ଆହୁରି ପଢ଼ନ୍ତୁ: ପିପିଲି ତହସିଲରେ ସଂଶୋଧନ ହେଲା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ରେକର୍ଡ

ବେଜିଂ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଜାପାନର ଗଣମାଧ୍ୟମ ରିପୋର୍ଟକୁ ନିଶ୍ଚିତ କରି କହିଛନ୍ତି ଯେ, ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ପରମାଣୁ କ୍ଷମତାସମ୍ପନ୍ନ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା ହେବା ପୂର୍ବରୁ ସମ୍ପୃକ୍ତ ଦେଶର ସରକାରଙ୍କୁ ଚୀନ୍ ସୂଚିତ କରିଥିଲା। ଅଷ୍ଟ୍ରେଲିୟ ବ୍ରଡକାଷ୍ଟିଂ କର୍ପୋରେସନ ଅନୁଯାୟୀ, ସାମୁଦ୍ରିକ ଗୁଇନ୍ଦା କମ୍ପାନି ଷ୍ଟାରବୋର୍ଡ ଦ୍ବାରା ପ୍ରକାଶିତ ଚିତ୍ର ଦର୍ଶାଉଛି ଯେ,ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନ୍‌ର ଦୁଇଟି ସାଟେଲାଇଟ୍ ଜାହାଜକୁ ଟ୍ରାକିଂ କରାଯାଇଛି। ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ଉପରେ ନଜର ରଖିବା ପାଇଁ ଜାହାଜ ଦୁଇଟି ସେଠାରେ ରହିଛନ୍ତି।କ୍ୟୋଡୋ ନ୍ୟୁଜ୍ ଅନୁଯାୟୀ, ଜାପାନକୁ ମଧ୍ୟ ଏନେଇ ପୂର୍ବରୁ ସୂଚିତ କରାଯାଇଥିଲା। କ୍ୟୋଡୋ ନ୍ୟୁଜ୍ ଅନୁଯାୟୀ, ଜାପାନକୁ ମଧ୍ୟ ଏନେଇ ପୂର୍ବରୁ ସୂଚିତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଭଟ୍ଟି ଆତଙ୍କୀ ମଡ୍ୟୁଲର ୬ ସନ୍ଦିଗ୍ଧଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।