Jagannath Temple Land Records ପିପିଲି ତହସିଲରେ ସଂଶୋଧନ ହେଲା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ରେକର୍ଡ

Jul 06, 2026 - 17:31
Jagannath Temple Land Records ପିପିଲି ତହସିଲରେ ସଂଶୋଧନ ହେଲା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ରେକର୍ଡ

"ପୁରୀ:  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ଥିବା ଏବଂ ମାର୍ଫତଦାରଙ୍କ ନାମରେ ରେକର୍ଡ଼ଭୁକ୍ତ ଜମିର ରେକର୍ଡ ଅଫ୍ ରାଇଟ୍ସ ସଂଶୋଧନ କାର୍ଯ୍ୟରେ ଆଜି ଏକ ସଫଳତା ମିଳିଛି।

ପିପିଲିରେ ଥିବା ପ୍ରାୟ ୭୭ ଏକର ଜମିର ଖତିଆନ ସଂଶୋଧନ ହୋଇଛି।

Advertisment ଶ୍ରୀଜଗନ୍ନାଥଙ୍କ ଜମି ସରକାରଙ୍କ ଅଧୀନକୁ ନେବା ପ୍ରସଙ୍ଗ: ପ୍ରଶାସନର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସୂଚନାନୁସାରେ, ପିପିଲି ତହସିଲରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ଥିବା ରେକର୍ଡଭୁକ୍ତ ଜମିର ଅରିଜିନାଲ୍ ରେକର୍ଡ ଅଫ୍ ରାଇଟ୍ସ (ଆରଓଆର) ସଂଶୋଧନ କାର୍ଯ୍ୟ କରାଯାଇଛି।

ପିପିଲି ତହସିଲରେ ମୋଟ ୮୨ ଟି ଖାତାରେ ଥିବା ୭୭.୨୦ ଏକର ଜମିର ଖତିଆନ୍ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଚିହ୍ନଟ ହୋଇଛି।

ଏହି ସମ୍ପର୍କିତ ଏକ ରିପୋର୍ଟ ପିପିଲି ତହସିଲଦାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟରେ ଦାଖଲ କରିଛନ୍ତି।

ସୁକିନ୍ଦାଗଡ଼ ଶ୍ରୀଜଗନ୍ନାଥଙ୍କ ଜମିରେ ବେଆଇନ ଘର ନିର୍ମାଣ, ରାତିଅଧରେ ପଡ଼ିଲା ଛାତ ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଏବଂ ଆଇନଗତ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଉଅଛି।

ନିକଟରେ ଖୋର୍ଦ୍ଧା ଜିଲ୍ଲାର ୪୭୦୦ ଏକର୍ ରୁ ଉର୍ଦ୍ଧ୍ବ ଜମିର ରେକର୍ଡ ସଂଶୋଧନ ମହାପ୍ରଭୁଙ୍କ ନାମରେ କରାଯାଇଛି।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂ-ସମ୍ପତ୍ତିର ସୁରକ୍ଷା ତଥା ରାଜସ୍ବ ପ୍ରଶାସନରେ ସ୍ୱଚ୍ଛତା ବଜାୟ ରଖିବା ସହ ଭବିଷ୍ୟତରେ ଜମି ସମ୍ବନ୍ଧୀୟ ବିବାଦ ରୋକିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.

ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।