Ketan Murder Case: ଲୋହାଗଡ ଦୁର୍ଗରେ କଣ ଘଟିଥିଲା ? ସିୟା-ଚେତନକୁ ନେଇ କ୍ରାଇମ୍ ସିନ ରିକ୍ରିଏଟ୍ କଲା ପୁଲିସ୍
ନୂଆଦିଲ୍ଲୀ ,୨୯/୦୬: ପୁନେ କେତନ ଅଗ୍ରୱାଲ ହତ୍ୟା ଘଟଣାରେ ପୁଲିସ୍ ରବିବାର ଅପରାଧ ଦୃଶ୍ୟର ପୁନଃନିର୍ମାଣ (କ୍ରାଇମ୍ ସିନ ରିକ୍ରିଏଟ୍) କରିଛି । ଏଥିପାଇଁ ପୁଲିସ ରବିବାର ସକାଳ ୬ଟା ୩୦ରେ ଅଭିଯୁକ୍ତ ସିୟା ଗୋୟଲ ଓ ତାଙ୍କ ପ୍ରେମିକ ଚେତନ ଚୌଧରୀଙ୍କୁ ଘଟଣା ଘଟିଥିବା ସ୍ଥାନ ଲୋହାଗଡ ଦୁର୍ଗକୁ ନେଇଥିଲା । ସେଠାରେ ୨ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ପୁଲିସ ସେମାନଙ୍କୁ ନେଇ ଖୋଳତାଡ କରିଥିଲା । ସେମାନେ କିଭଳି କେତନଙ୍କୁ ଦୁର୍ଗ ଉପରୁ ଠେଲି ହତ୍ୟା କରିଥିଲେ ତାର ପୁରା ଡେମୋ ଦେଖାଇଥିଲେ । ଏଥିପାଇଁ ପୁଲିସ କେତନଙ୍କର ଏକ ଡମି ମଧ୍ୟ ପ୍ରସ୍ତୁତ କରିଥିଲା । ଡମିକୁ ନେଇ ଅଭିଯୁକ୍ତ ଦ୍ୱୟ ଲୋହାଗଡ ପାଚେରିରୁ ଖାଇକୁ ଠେଲିଥିଲେ ।
ଅନ୍ୟପକ୍ଷରେ ଘଟଣାର ତଦନ୍ତ ଯେତିକି ଆଗଉଛି ଏହି ମାମଲା ସହ ଜଡିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ ସିୟା ଓ ଚେତନ ଲୋହାଗଡ ଦୁର୍ଗର ଡେଥ୍ ପଏଣ୍ଟ ଇଣ୍ଟରନେଟରେ ଗୁଗୁଲରେ ସର୍ଚ୍ଚ କରିଥିଲେ । ଏଥିସହ ସେଠାରେ ପହଞ୍ଚିବାର ରାସ୍ତା ଓ ଗଭୀର ଖାଇ କେଉଁଠି ଅଛି ତାକୁ ମଧ୍ୟ ଖୋଜିଥିଲେ । କେବଳ ଏତିକି ନୁହେଁ ବିଷ ଦେଇ କିଭଳି ହତ୍ୟା କରାଯାଏ ଏବଂ ପୁଲିସ କିଭଳି ଭାବେ ସନ୍ଦେହ ନକରିବ ତାହା ମଧ୍ୟ ସେମାନେ ଇଣ୍ଟରନେଟ୍ରେ ଖୋଜିଥିଲେ । ଧରାପଡିବା ପରେ ପୁଲିସକୁ କଣ ସବୁ ଉତ୍ତର ଦିଆଯିବ ଏବଂ କେଉଁ ସବୁ ହ୍ୱାଟସ୍ଆପ ମେସେଜ ଡିଲିଟ କରିବାକୁ ହେବ ତାହା ଖୋଜିଥିଲେ ।
ଏହା ବି ପଢନ୍ତୁ...Ketan Agarwal Case : କେତନଙ୍କ ପରିବାରର ଅଭିଯୋଗ, ଦ୍ୱାଦଶ ଫେଲ୍ ସିୟା… ପିଉ ଥିଲା ମଦ
ଉଭୟ ସିୟା ଓ ଚେତନଙ୍କ ମୋବାଇଲରୁ ଡିଲିଟ୍ ହୋଇଥିବା ହ୍ୱାଟସଆପ୍ ଚାଟ୍ ଖୋଜି ବାହାର କରିବା ଲାଗି ପୁଲିସ ତାକୁ ଫରେନସିକ ଯାଞ୍ଚ ନିମନ୍ତେ ପଠାଇଛି । ପୁଲିସ ଏହି ଘଟଣାରେ ଗତକାଲି ସିୟାଙ୍କ ପିତାମାତାଙ୍କୁ ୧୨ ଘଣ୍ଟା ପଚରାଉଚୁରା କରିଥିଲା । ଏହା ପୂର୍ବରୁ ସିୟାଙ୍କ ଭାଇଙ୍କୁ ମଧ୍ୟ ପୁଲିସ ୧୦ ଘଣ୍ଟା ଜେରା କରିଥିଲା । ସୂଚନାଯୋଗ୍ୟ ଯେ ଗତ ୧୮ ତାରିଖରେ ଚେତନ ସହ ମିଶି ସିୟା ଲୋହାଗଡ ଦୁର୍ଗରୁ ତାଙ୍କର ଭାବୀସ୍ୱାମୀ କେତନଙ୍କୁ ଠେଲି ହତ୍ୟା କରିଥିଲେ । ପରେ ତାକୁ ଦୁର୍ଘଟଣା ବୋଲି କହିଥିଲେ । କିନ୍ତୁ ଶେଷରେ ପୁଲିସ ହାତରେ ଉଭୟେ ଧରାପଡିଯାଇଥିଲେ ।