29 JUNE 2026

Welcome!

Unlock your personalized experience.
Sign Up

ପତିଙ୍କଠାରୁ ପତ୍ନୀଙ୍କ ଆୟ ଅଧିକ ଥିଲେ ମିଳିବନି ମାସିକ ଭରଣପୋଷଣ, ହାଇକୋର୍ଟଙ୍କ ରାୟ

Jun 29, 2026 - 14:21
ପତିଙ୍କଠାରୁ ପତ୍ନୀଙ୍କ ଆୟ ଅଧିକ ଥିଲେ ମିଳିବନି ମାସିକ ଭରଣପୋଷଣ, ହାଇକୋର୍ଟଙ୍କ ରାୟ

ବେଙ୍ଗାଲୁର,୨୯।୬:  ସ୍ବାମୀଙ୍କଠାରୁ ଯଦି ସ୍ତ୍ରୀଙ୍କର ଆୟ ଅଧିକ, ତେବେ ପତ୍ନୀଙ୍କୁ ମିଳିବନି ମାସିକ ଭରଣପୋଷଣ ଟଙ୍କା ।ଏଭଳି ଏକ ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ରାୟ। କୋର୍ଟ କହିଛନ୍ତି, ଆର୍ଥୀକ ଭାବରେ ସମ୍ପନ୍ନ ଥିବା ମହିଳାଙ୍କୁ ଆର୍ଥିକ ସହାୟତା ଦରକାର ନଥାଏ। ହାଇକୋର୍ଟରେ ଟ୍ରାଏଲ କୋର୍ଟଙ୍କ ଏକ ରାୟକୁ ଚ୍ୟାଲେଞ୍ଜ ଦିଆଯାଇ ଆବେଦନ କରାଯାଇଥିଲା। ଯେଉଁଠି ସ୍ବାମୀଙ୍କୁ ମାସିକ ୨୦ ହଜାର ଭତ୍ତା ଦେବାକୁ କୁହାଯାଇଥିଲା। ହାଇକୋର୍ଟରେ ଜଷ୍ଟିସ୍ ଚିଲ୍ଲାକୁର ସୁମଲତା ଶୁଣାଣି କରି ଏହି ରାୟ ଦେଇଛନ୍ତି। ସେ କହିଛନ୍ତି, ଏଭଳି ଭାବରେ ନିର୍ଦେଶ ଜାରି କରାଯିବା ପୂର୍ବରୁ ମହିଳାଙ୍କ ଆର୍ଥିକ ସ୍ଥିତିର ଯାଞ୍ଚ କରିବା ଜରୁରୀ। ସେ ଚେତାଇଛନ୍ତି ଯେ, ଫ୍ୟାମିଲି କୋର୍ଟଙ୍କୁ ସବୁବେଳେ ଏହି କଥାକୁ ନେଇ ପ୍ରଭାବିତ ହେବା ଅନୁଚିତ ଯେ, ସ୍ବାମୀଙ୍କୁ ସ୍ତ୍ରୀର ଭରଣ ପୋଷଣ କରିବା ଜରୁରୀ।

କ’ଣ କହିଲେ ବିଚାରପତି ?

ଯଦି ପତ୍ନୀ ଆର୍ଥିକ ରୂପରେ ମଜବୁତ ଏବଂ ସ୍ବାମୀଠାରୁ ଅଧିକ ଆୟ କରେ। ଏହା ସହ ପିଲାଙ୍କର ଯଦି ଦାୟିତ୍ବ ନାହିଁ ତେବେ ଭରଣ ପୋଷଣ ପ୍ରଦାନ କରିବା ନେଇ ରାୟ ଦେବା ଅନୁଚିତ। ମହିଳାଙ୍କୁ ଖର୍ଚ୍ଚ ଉଠାଇବା ଦରକାର। ଭରଣ ପୋଷଣ ସେତେବେଳେ ଦେବା ଦରକାର, ଯେତେବେଳେ କୋର୍ଟରେ ଏହା ପ୍ରମାଣିତ ହୋଇଯିବ ଯେ, ପତ୍ନୀଙ୍କ ପାଖରେ ନିଜ ପତିଙ୍କ ଲାଇଫ୍ ଷ୍ଟାଇଲ୍ ହିସାବରେ ନିଜେ ବଞ୍ଚିବାର କୌଣସି ଆର୍ଥିକ ଜରିଆ କିମ୍ବା ଆୟ ନାହିଁ।’

ପୁରା କେସ୍ କ’ଣ ଥିଲା ?

ଏକ ମାମଳାରେ ହାଇକୋର୍ଟରେ ପତିଙ୍କ ପକ୍ଷରୁ ଦାଖଲ ଆବେଦନରେ କୁହାଯାଇଥିଲା ଯେ ପତ୍ନୀଙ୍କ ଆୟ ୬୦ ହଜାର ଟଙ୍କା ପ୍ରତି ମାସ ରହିଛି,ଯାହା ଉପରେ ଟ୍ରାଏଲ କୋର୍ଟ ବିଚାର କରି ନାହାନ୍ତି। ସେ ଏହା ମଧ୍ୟ କହିଥିଲେ ଯେ, ପତ୍ନୀ ୧ ଲକ୍ଷରୁ ଅଧିକ ଆୟ କରନ୍ତି  ।ହାଇକୋର୍ଟ ଏହି ଯୁକ୍ତିକୁ ସ୍ବୀକାର କରିଛନ୍ତି ଓ କହିଛନ୍ତି ଟ୍ରାଏଲ କୋର୍ଟ ପତ୍ନୀଙ୍କ ଆୟକୁ ଅଣଦେଖା କରିଛନ୍ତି।

ପତ୍ନୀ କହିଥିଲେ ଋଣ କଥା

ସବୁଠାରୁ ଖାସ୍ କଥା ଏହା ଯେ ବିବାହ ସମୟରେ ହୋଇଥିବା ଋଣକୁ ପରିଶୋଧ କରିବାର ଅଛି ବୋଲି ପତ୍ନୀ ତାଙ୍କ ଆବେଦନ କରିଥିଲେ।  

କୋର୍ଟଙ୍କ ରାୟ

ଏହି ମାମଲାରେ ପତ୍ନୀଙ୍କ ଆୟ ପତିଙ୍କଠାରୁ ଅଧିକ ରହିଛି। ପତ୍ନୀଙ୍କ ଆୟ ଯାହାକି ୧ ଲକ୍ଷ ଟଙ୍କା ମାସିକ ରହିଛି, ସେଥିରେ ଖୁବ୍ ଆରାମରେ ଖର୍ଚ୍ଚ ଉଠାଇ ପାରିବେ। ଏଭଳି ସ୍ଥିତିରେ ନିମ୍ନ ଅଦାଲତଙ୍କ ପାଇଁ ଏହା ବିଲକୁଲ୍ ବି ଜରୁରୀ ନଥିଲା ଯେ, ସ୍ବାମୀଙ୍କୁ ନିଜର ୬୦ ହଜାର ୬୪୬ ଟଙ୍କାରୁ ୨୦ ହଜାର ଟଙ୍କା ପତ୍ନୀଙ୍କୁ ମାସିକ ଖର୍ଚ୍ଚ ଦେବାର ନିର୍ଦେଶ ଦେବା। ଉଲ୍ଲେଖନୀୟ ଯେ, ହାଇକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା କେବଳ ଖର୍ଚ୍ଚକୁ ନେଇ ରହିଛି। ମୁଖ୍ୟ ମାମଲା ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ।