ଘର ଆଗରେ ଶୋଇଥିବା ବେଳେ ଯୁବକଙ୍କୁ ହତ୍ୟା କରି ଦୁର୍ବୃତ୍ତ ଫେରାର
କଳାହାଣ୍ଡି, ୨୯।୬ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଡାଳଗୁମା ଗ୍ରାମରେ ଘଟିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ l ଘର ଆଗରେ ଜଣେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ହତ୍ୟା କରି ଫେରାର ହୋଇଯାଇଛନ୍ତି। ମୃତକ ଜଣକ ହେଲେ ଶୁକଦେବ ଧରୁଆ l
ସୂଚନା ଅନୁଯାୟୀ ପ୍ରତିଦିନ ପରି ରବିବାର ରାତିରେ ସେ ରାସ୍ତା କଡ଼ରେ ଥିବା ନିଜ ଘର ଆଗରେ ମଶାରୀ ଟାଙ୍ଗି ଶୋଇଥିଲେ । ତେବେ ରାତିର ଅନ୍ଧାରରେ କେହି ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲା। ସକାଳେ ତାଙ୍କ ସମ୍ପର୍କୀୟ ଭାଇ ଘଟଣା ଦେଖିବା ପରେ ପରିବାର ସଦସ୍ୟଙ୍କ ସହ ପୋଲିସକୁ ଖବର ଦେଇଥିଲେ l ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି l ତେବେ କିଏ ଏବଂ କେଉଁ କାରଣରୁ ଶୁକଦେବ ଧରୁଆଙ୍କୁ ହତ୍ୟା କରିଛି l ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ l ପୋଲିସ ସମସ୍ତ ଦିଗକୁ ନଜରରେ ରଖି ଘଟଣାର ତଦନ୍ତ ଜାରି ରଖିଛି ।
ଆହୁରି ପଢନ୍ତୁ : ବାପା-ଭଉଣୀ ଆଗରେ ଯୁବକଙ୍କୁ ଲୁହାରଡରେ ପିଟି ପିଟି ହତ୍ୟା,