29 JUNE 2026

Welcome!

Unlock your personalized experience.
Sign Up

Book Printing Errors: ପୁସ୍ତକ ମୁଦ୍ରଣ ତ୍ରୁଟିର ଖୋଲୁଛି ଗୁମର, ସ୍କାନର୍‌ରେ ଜଣକ ପରେ ଜଣେ ଅଧିକାରୀ

Jun 29, 2026 - 13:39
Book Printing Errors: ପୁସ୍ତକ ମୁଦ୍ରଣ ତ୍ରୁଟିର ଖୋଲୁଛି ଗୁମର, ସ୍କାନର୍‌ରେ ଜଣକ ପରେ ଜଣେ ଅଧିକାରୀ

ଭୁବନେଶ୍ୱର,୨୯/୦୬: ରାଜ୍ୟରେ ପାଠ୍ୟପୁସ୍ତକ ମୁଦ୍ରଣ ତ୍ରୁଟିର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ସ୍କାନର୍‌ରେ ଅଛନ୍ତି ଜଣକ ପରେ ଜଣେ ଅଧିକାରୀ ।  ଏସସିଇଆରଟିର ତତ୍କାଳୀନ ନିର୍ଦ୍ଦେଶକ  ମନୋଜ ପାଢ଼ୀ ନିଲମ୍ୱିତ ହେବା ପରେ  ଏବେ ତଦନ୍ତ ସ୍କାନରକୁ ଆସିଛନ୍ତି କୋର୍‌ କମିଟି ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ । ଯିଏ କି ବହି ପ୍ରକାଶନ ପାଇଁ ଗଠିତ ଷ୍ଟେଟ୍‌ ଷ୍ଟିୟରିଂ କମିଟି ଏବଂ କୋର୍‌ କମିଟିର ମୁଖ୍ୟ ଥିଲେ । ଏଥିସହ ଅନ୍ୟ ସମସ୍ତ ସବ୍‌-କମିଟିର  କାର୍ଯ୍ୟ ତଦାରଖ କରିବା ସହ  ତ୍ରୁଟିଶୂନ୍ୟ ବହି ପ୍ରକାଶନ କରିବା  ପାଇଁ ସିଧାସଳଖ ଦାୟୀ ଥିଲେ ।

​​​​​​​

ଅଧିକ ପଢ଼ନ୍ତୁ :- OAV Students : ନୂଆ ଶିକ୍ଷାବର୍ଷର ୩ମାସ ହୋଇଗଲା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପିଲାଙ୍କୁ ଏଯାଏଁ ମିଳିଲାନି ବହି

ଶ୍ରୀ ପ୍ରଧାନଙ୍କ ସମେତ ବହୁ ପ୍ରତିଷ୍ଠିତ ଶିକ୍ଷାବିତ୍‌ ଥାଉ ଥାଉ ପାଠ୍ୟପୁସ୍ତକରେ ଏଭଳି ଗୁରୁତର ତ୍ରୁଟି ରହିଗଲା କେମିତି? ବହି ଛପା ହେବା ପୂର୍ବରୁ  ସେ ନିଜେ ଏହାକୁ ପରଖିଥିଲେ, ନା କେବଳ ଆଖିବୁଜି ପ୍ରିଣ୍ଟିଂ ପାଇଁ ସବୁଜ ସଙ୍କେତ ଦେଇଥିଲେ?  ବହି ଛପା କାର୍ଯ୍ୟରେ ଶ୍ରୀ ପାଢ଼ୀଙ୍କ ମନମାନୀ ବାବଦରେ ଯଦି ସେ ଜାଣିନଥିଲେ କିମ୍ୱା  ତାଙ୍କୁ ବହି ଦେଖାଯାଇନଥିଲା, ତେବେ ଏ ନେଇ ସେ ସେତେବେଳେ ଓସେପା  କିମ୍ୱା ଗଣଶିକ୍ଷା ସଚିବଙ୍କୁ ଜଣାଇଥିଲେ କି? ଘଟଣାର ୧୫ ଦିନ ବିତିଯାଇଥିଲେ ମଧ୍ୟ ଶ୍ରୀ ପ୍ରଧାନଙ୍କ ରହସ୍ୟଜନକ  ନୀରବତାକୁ ନେଇ ଶିକ୍ଷାବିତ୍‌ ମହଲରେ  ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।