CSK ପରେ ମନାକଲା MI, ହାର୍ଦ୍ଦିକଙ୍କ ଟ୍ରେଡ ଡିଲକୁ ନେଇ ଏମିତି କହିଲା ମୁମ୍ବାଇ ଇଣ୍ଡିଆନ୍ସ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଆଇପିଏଲ ସିଜିନରେ କେଉଁ ଦଳରୁ ଖେଳିବେ । କେବେ ଚେନ୍ନାଇରେ ଯୋଗଦେବେ କୁହାଯାଉଛି ତ ପୁଣି କେବେ କୋଲକାତାକୁ ଯିବେ ବୋଲି ଦାବି କରାଯାଉଛି । କିନ୍ତୁ ଏଯାବତ ମୁମ୍ବାଇ ଛାଡ଼ିନାହାନ୍ତି ପାଣ୍ଡ୍ୟା । ତଥାପି ତାଙ୍କୁ ନେଇ ବାଣିଜ୍ୟିକ ଚୁକ୍ତି କରାଯିବ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ଲାଗିଛି । ସିଏସକେ ତାଙ୍କୁ ନେବ ବୋଲି କୁହାଯାଉଥିବାବେଳେ ଏହାକୁ ପୂର୍ବରୁ ମନା କରିଦେଇଛି ଫ୍ରାଞ୍ଚାଇଜ୍ । ଏବେ ମୁମ୍ବାଇ ପକ୍ଷରୁ କୁହାଯାଇଛି କି, ପାଣ୍ଡ୍ୟାଙ୍କୁ ନେଇ କୌଣସି ଟ୍ରେଡ୍ ଡିଲର ଯୋଜନା ନାହିଁ ।
ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜି ସ୍ପଷ୍ଟ କରିଛି ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ CSK କିମ୍ବା ଅନ୍ୟ କୌଣସି ଦଳକୁ ଟ୍ରେଡ୍ କରିବାର କୌଣସି ଯୋଜନା ନାହିଁ । ଏହିସବୁ ଖବର ସମ୍ପୂର୍ଣ୍ଣ ଆଧାରହୀନ ଏବଂ କେବଳ ଗୁଜବ । ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଜଣେ ପ୍ରମୁଖ ଖେଳାଳି ଏବଂ ସେ ଦଳ ସହ ହିଁ ରହିବେ ।
କାହିଁକି ଉଠିଥିଲା ଏହି ଚର୍ଚ୍ଚା?
ଗୁଜରାଟ ଟାଇଟନ୍ସ (GT) ଛାଡ଼ି ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ରୋହିତ ଶର୍ମାଙ୍କ ସ୍ଥାନରେ ତାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଗତ ସିଜନରେ ମୁମ୍ବାଇର ନିରାଶାଜନକ ପ୍ରଦର୍ଶନ ଏବଂ ପ୍ରଶଂସକଙ୍କ ଅସନ୍ତୋଷ ପରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଆଲୋଚନା ଆରମ୍ଭ ହୋଇଥିଲା। ଏପରିକି CSK ସହ ତାଙ୍କର ଟ୍ରେଡ୍ ଡିଲ୍ ନେଇ ଗୁଜବ ସୃଷ୍ଟି ହୋଇଥିଲା।
ଆଇପିଏଲ୍ ଟ୍ରେଡିଂ ୱିଣ୍ଡୋ ନିୟମ
ଆଇପିଏଲ ନିୟମ ଅନୁଯାୟୀ, ଦୁଇଟି ଫ୍ରାଞ୍ଚାଇଜି ମଧ୍ୟରେ ପାରସ୍ପରିକ ସହମତିରେ ଖେଳାଳି ବିନିମୟ (Trade) ହୋଇପାରିବ। କିନ୍ତୁ ଏଥିପାଇଁ ଉଭୟ ଦଳ ଏବଂ ସମ୍ପୃକ୍ତ ଖେଳାଳିଙ୍କ ସମ୍ମତି ଆବଶ୍ୟକ। ମୁମ୍ବାଇ ଇଣ୍ଡିଆନ୍ସ ସ୍ପଷ୍ଟ କରିସାରିଛି ଯେ ସେମାନେ CSK ସହ ଏପରି କୌଣସି ଆଲୋଚନା କରିନାହାଁନ୍ତି। ଏହି ସ୍ପଷ୍ଟୀକରଣ ପରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଶଂସକଙ୍କ ମନରୁ ସନ୍ଦେହ ଦୂର ହୋଇଛି।
ଏହାସହ ପଢ଼ନ୍ତୁ : ଏହି ୪ ଖେଳାଳିଙ୍କ ମଧ୍ୟରୁ କିଏ ନେବେ ବୁମରାଙ୍କ ସ୍ଥାନ ? ଖୁବଶୀଘ୍ର ଘୋଷଣା କରିବ BCCI
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।