School opens: ଅଗଷ୍ଟ ୩ରୁ ଯାଜପୁରରେ ସ୍କୁଲ ଖୋଲା

Aug 02, 2026 - 23:10
School opens: ଅଗଷ୍ଟ ୩ରୁ ଯାଜପୁରରେ ସ୍କୁଲ ଖୋଲା

"ଯାଜପୁର (ମନୋଜ କୁମାର ରାଉଳ): ବନ୍ୟା ପରିସ୍ଥିତିରେ ଗତ ୨୮ ଜୁଲାଇରୁ ୧ ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲରେ ପାଠପଢ଼ା ବନ୍ଦ ରହିଥିବାବେଳେ ସୋମବାର (୩ ଅଗଷ୍ଟ)ଠାରୁ ଅଧିକାଂଶ ସ୍କୁଲ ପୁଣି ଖୋଲିବ।

ତେବେ ବନ୍ୟାଜଳ ଜମି ରହିଥିବା ଏବଂ ଜଳବନ୍ଦି ସ୍ଥିତି ଲାଗି ରହିଥିବାରୁ ଜିଲ୍ଲାର ୭୬ଟି ସ୍କୁଲରେ ସୋମବାର ମଧ୍ୟ ପାଠପଢ଼ା ବନ୍ଦ ରଖିବାକୁ ଜିଲ୍ଲାପାଳ ଅମ୍ବର କୁମାର କର ନିର୍ଦ୍ଦେଶ ଦେଇଛନ୍ତି।

Advertisment ଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ ସ୍କୁଲ ଖୋଲିବା ପୂର୍ବରୁ ଶ୍ରେଣୀଗୃହ, ଛାତ, କାନ୍ଥ, ସିଡ଼ି, ପାଚେରି ଆଦିର ସୁରକ୍ଷା ଯାଞ୍ଚ୍‌, କ୍ୟାମ୍ପସରୁ କାଦୁଅ ଓ ଆବର୍ଜନା ସଫା, ପାନୀୟ ଜଳ ଉତ୍ସ ଓ ପାଣି ଟାଙ୍କି ବିଶୋଧନ, ବିଦ୍ୟୁତ ସଂଯୋଗ ଯାଞ୍ଚ୍‌, ଶୌଚାଳୟ ଓ ହାତଧୁଆ ସୁବିଧା କାର୍ଯ୍ୟକ୍ଷମ କରିବା, ମଶା ବଂଶବୃଦ୍ଧି ରୋକିବା, କ୍ଷତିଗ୍ରସ୍ତ ଆସବାବପତ୍ର ଓ ଶିକ୍ଷା ସାମଗ୍ରୀର ଆକଳନ, ବିପଦଜ୍ଜନକ ଗଛ ଓ ବିଦ୍ୟୁତ ଖୁଣ୍ଟ ହଟାଇବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ସମସ୍ତ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

୩ ଅଗଷ୍ଟରେ ବନ୍ଦ ରହିବାକୁ ଥିବା ୭୬ଟି ସ୍କୁଲ ମଧ୍ୟରେ ବଡ଼ଚଣା ବ୍ଲକର ବାହାଦୁରନଗର ୟୁଜିୟୁପି, ବନମାଳୀପୁର ୟୁଜିଏମ୍‌ଇ, ସୀତାରାମ ବାଳିକା ହାଇସ୍କୁଲ, ବରପଦା ବାଳିକା ହାଇସ୍କୁଲ ଥିବାବେଳେ ବିଂଝାରପୁର ବ୍ଲକର କେସି ନୋଡାଲ ୟୁପିଏସ୍‌, ଓଳେଇଚନ୍ଦନପୁର ପିଏସ୍‌, ବାଙ୍କା ବିହାରୀ ହାଇସ୍କୁଲ, ଅଜିମାବାଦ ପିଏସ୍‌, ଚନ୍ଦ୍ରମା ୟୁପିଏସ୍‌, ଚନ୍ଦ୍ରମା ପିଏସ୍‌, ମାଳିପୁର ଜଗନ୍ନାଥପୁର ପିଏସ, ସତ୍ୟସାଇ ହାଇସ୍କୁଲ, ଲୁଣିଦିହା ପିପିଏସ୍‌, ଏସି ହାଇସ୍କୁଲ, ଅନ୍ଧାଲୋ ପିଏସ୍‌, ଗଜଡିହ ପିଏସ, ଚମ୍ପାପାଳ ଫଳପୁର ପିଏସ, ହଳଦୀଡିହା ପିଏସ ଓ ଚମ୍ପାପାଳ ପିପିଏସ ରହିଛି।

Flood In Jajpur: ଯାଜପୁର ଜିଲ୍ଲାରେ ବନ୍ୟା; ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ଦଶରଥପୁର ବ୍ଲକର ଅନ୍ନପୂର୍ଣ୍ଣା ନୂଆପଡ଼ା ୟୁପିଏସ୍‌, କରନ୍ଦିପୁର ପିଏସ, କରନ୍ଦିପୁର ୟୁପିଏସ୍‌, ନାଚିନ୍ଦ୍ରପୁର ସରକାରୀ ୟୁପିଏସ, ସତ୍ୟପୀର ଉର୍ଦ୍ଦୁ ସ୍କୁଲ, ଗରିବବନ୍ଧୁ ସରକାରୀ ହାଇସ୍କୁଲ, ଗୋପବନ୍ଧୁ ପିଏସ୍‌, ଗୋପବନ୍ଧୁ ୟୁପିଏସ, ହେମନ୍ତପୁର ସରକାରୀ ପିଏସ୍‌, ନୂଆପଟଣା ସରକାରୀ ପିଏସ, ଅହିୟାସ ହାଇସ୍କୁଲ, ଦୀନବନ୍ଧୁପୁର ପିଏସ, ଡୋଭାବିଲ ସରକାରୀ ୟୁଜିଏମଇ ସ୍କୁଲ, ଡୋଭାବିଲ ପଟଣା ସରକାରୀ ପିଏସ, କାଳୀମାତା ସରକାରୀ ପିଏସ, କସ୍‌ପା ସରକାରୀ ପ୍ରାଥମିକ ବିଦ୍ୟାଳୟ, ପାଟ୍ରି ପ୍ରାଥମିକ ବିଦ୍ୟାଳୟ, ତାରାପଡ଼ା ପ୍ରାଥମିକ ବିଦ୍ୟାଳୟ, ବୌଳେଶ୍ୱର ହାଇସ୍କୁଲ, ହୋସେନପୁର ପିଏସ, କୋଟାପୁର "ଏ" ପ୍ରାଥମିକ ବିଦ୍ୟାଳୟ, ସୋଳପାଟ ସରକାରୀ ୟୁପିଏସ, ସୁସୁଆ ସରକାରୀ ୟୁପିଏସ, ବ୍ରହ୍ମଚାରୀ ପଟଣା ୟୁପିଏସ, ହାରାମଣି ବାଳିକା ହାଇସ୍କୁଲ, ଜଗନ୍ନାଥଜୀଉ ନୂଆପଡ଼ା ୟୁପିଏସ, ଜଗନ୍ନାଥପୁର ସରକାରୀ ପିଏସ, ଏମ୍‌ପି ଜଗନ୍ନାଥପୁର ସରକାରୀ ହାଇସ୍କୁଲ, ମଲ୍ଲିକାପୁର ସରକାରୀ ୟୁପିଏସ, ଦରଭା ୟୁଜିଏମଇ ସ୍କୁଲ, ଧରମପୁର ପିୟୁପିଏସ, ଗରାବନ୍ଧା ୟୁପିଏସ, ସରକାରୀ ଜୟଚଣ୍ଡୀ ଉନ୍ନୀତ ହାଇସ୍କୁଲ, ଗୁନ୍ଥୁଣିପଡ଼ା ପ୍ରାଥମିକ ବିଦ୍ୟାଳୟ, ଜୟଚଣ୍ଡୀ ସରକାରୀ ହାଇସ୍କୁଲ (ଡୁବକଣ), କୟାଁଗୋଲା ସରକାରୀ ହାଇସ୍କୁଲ, କେଳଙ୍ଗା ୟୁଜିଏମଇ ସ୍କୁଲ, କୁଳସାହି ପ୍ରାଥମିକ ବିଦ୍ୟାଳୟ, ମଲ୍ଲିକେଶ୍ୱର ପ୍ରାଥମିକ ବିଦ୍ୟାଳୟ, ବାଲିସାହି ପିପିଏସ, ବିଜୁଳିପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଚାରିବାଟିଆ ପିଏସ, ଚାଉଳିଆ ପିଏସ, କେନ୍ଦୁଆକୁଲି ପ୍ରାଥମିକ ବିଦ୍ୟାଳୟ, କେନ୍ଦୁଆକୁଲି ମଲ୍ଲିକେଶ୍ୱର ପିପିଏସ, ଖରାଖାଇ ପିଏସ, କୋଟାପୁର(ବି) ସରକାରୀ ପ୍ରାଥମିକ ବିଦ୍ୟାଳୟ, ମଲ୍ଲିକସାହି ସରକାରୀ ପିଏସ(ବଡ଼କୁଆଁଳୋ), ରଘୁନାଥଜୀଉ ସଂସ୍କୃତ ବିଦ୍ୟା ନିକେତନ (ଚାରିବାଟିଆ), ସାନକୁଆଁଳି ୟୁଜିଏମଇ ସ୍କୁଲ, ଶାସ୍ତ୍ରୀଜିଉ ନୋଡାଲ ୟୁପିଏସ (ବଡ଼କୁଆଁଳୋ), ଉତ୍କଳଗୌରବ ସରକାରୀ ହାଇସ୍କୁଲ, ସାନବିରୁଆଁ ସରକାରୀ ଭୋକେସନାଲ ପିଏସ।

କୋରେଇ ବ୍ଲକରେ ତେଲିଆ ସରକାରୀ ୟୁପିଏସ୍‌, କନକେଶ୍ୱର ସରକାରୀ ୟୁପିଏସ ଓ ମା ବଛୁତି ହାଇସ୍କୁଲ, ବରେଇ ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।