06 JULY 2026

Welcome!

Unlock your personalized experience.
Sign Up

ଖାମେନେଇଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେଲେ ହମାସ, ହିଜବୁଲା ଏବଂ ହୁତି ବିଦ୍ରୋହୀ, ଏବେ ବି ସକ୍ରିୟ ‘ଆକ୍ସିସ୍ ଅଫ୍ ରେଜିଷ୍ଟାନ୍ସ’

Jul 06, 2026 - 20:25
ଖାମେନେଇଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେଲେ ହମାସ, ହିଜବୁଲା ଏବଂ ହୁତି ବିଦ୍ରୋହୀ, ଏବେ ବି ସକ୍ରିୟ ‘ଆକ୍ସିସ୍ ଅଫ୍ ରେଜିଷ୍ଟାନ୍ସ’

ତେହରାନ,୬।୭: ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରକୁ କେବଳ ଏକ ଧାର୍ମିକ କିମ୍ବା ରାଷ୍ଟ୍ରିୟ କାର୍ଯ୍ୟକ୍ରମ ବୋଲି ଭାବିବା ଏକ ଭୁଲ ହେବ। ତେହେରାନରେ ଅନୁଷ୍ଠିତ ଏହି ସମାରୋହ ପୁଣି ଥରେ ପଶ୍ଚିମ ଏସୀୟ ରାଜନୀତିକୁ ମନେ ପକାଇଦେଲା ଯେ ସାମ୍ପ୍ରତିକ ଯୁଦ୍ଧ, ବିମାନ ଆକ୍ରମଣ ଏବଂ ସାମରିକ ଚାପ ସତ୍ତ୍ୱେ, ଇରାନର ‘ଆକ୍ସିସ୍ ଅଫ୍ ରେଜିଷ୍ଟାନ୍ସ’ ଏବେ ଶେଷ ହୋଇନାହିଁ।  

ଖାମେନେଇଙ୍କ  ଅନ୍ତିମ ସଂସ୍କାରରେ ଇରାନ ବିଶ୍ୱ ସମ୍ମୁଖରେ ‘ଟ୍ରିପଲ୍ ଏଚ୍’ ର ଶକ୍ତି ପ୍ରଦର୍ଶନ କରିଥିଲା। ‘ଟ୍ରିପଲ୍ ଏଚ୍’ ର ଅର୍ଥ ହମାସ, ହିଜବୋଲ୍ଲା ଏବଂ ହୁତି। ଇରାନ ଯୁଦ୍ଧ ଏବଂ ଗାଜା ଯୁଦ୍ଧ ପରେ, ବିଶ୍ୱ ଅନୁଭବ କରିବାକୁ ଲାଗିଲା ଯେ ହମାସ, ହିଜବୋଲ୍ଲା ଏବଂ ହୁତି ବିଦ୍ରୋହୀଙ୍କ ଶକ୍ତି ନଷ୍ଟ ପାଇଯାଇଛି। ତଥାପି, ଖାମେନେଇଙ୍କ  ଅନ୍ତିମ ସଂସ୍କାରରେ ହମାସ, ହିଜବୋଲ୍ଲା ଏବଂ ହୁତି ବିଦ୍ରୋହୀଙ୍କ ଉପସ୍ଥିତି ନେଇ ସର୍ବାଧିକ ଚର୍ଚ୍ଚାର ବିଷୟ ପାଲଟିଛି। ସରକାରୀ ମିଡିଆ ରିପୋର୍ଟ ଅନୁସାରେ, ଶନିବାର ଇରାନର ସର୍ବୋଚ୍ଚ ନେତା ଅଲ୍ଲୀ ଖାମନେଇଙ୍କ ଅନ୍ତିମ ସଂସ୍କାର ବେଳେ ତେହରାନ ସମର୍ଥିତ ଆତଙ୍କୀ ଓ ବିଦ୍ରୋହୀ ଗୋଷ୍ଠୀର ପ୍ରତିନିଧି ଉପସ୍ଥିତ ଥିଲେ। ହିଜବୋଲ୍ଲା ଓ ହୁତି ବିଦ୍ରୋହୀଙ୍କ ଉପସ୍ଥିତି ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।

ସରକାରୀ ଗଣମାଧ୍ୟମ ଅନୁସାରେ, ଶନିବାର ଇରାନର ସର୍ବୋଚ୍ଚ ନେତା ଅଲ୍ଲୀ ଖାମେନେଇଙ୍କ ଅନ୍ତିମ ସଂସ୍କାର ତେହରାନ ସମର୍ଥିତ ଆତଙ୍କୀ ଓ ବିଦ୍ରୋହୀ ଗୋଷ୍ଠୀର ପ୍ରତିନିଧି ସାମିଲ ହୋଇଥିଲେ। ହିଜବୋଲ୍ଲା ଓ ହମାସ ଦୂତ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘାଚୀଙ୍କୁ ସାକ୍ଷାତ କରିଛନ୍ତି। ତେହେରାନ ବହୁ ବର୍ଷ ହେବ ପାଲେଷ୍ଟାନ୍‌ର ହମାସ, ଲେବାନନ୍ର ହିଜବୁଲ୍ଲାହ ଓ ୟେମେନ୍‌ର ହୁତି ବିଦ୍ରୋହୀଙ୍କୁ ସମର୍ଥନ ଦେଉଛି। ଏହି ସମସ୍ତଙ୍କୁ ଆମେରିକା ଓ ଅନ୍ୟ ପଶ୍ଚିମ ଦେଶ ଆତଙ୍କବାଦୀ ସଂଗଠନ ଘୋଷିତ କରିଥିଲେ। ଇରାନ ଏହାର ଇସ୍ରାଏଲ ବିରୋଧୀ ସହଯୋଗୀଙ୍କ ନେଟୱାର୍କକୁ ‘ଆକ୍ସିସ୍ ଅଫ୍ ରେଜିଷ୍ଟାନ୍ସ’ ଭାବରେ ନାମିତ କରିଛି। ଏହି ନେଟୱାର୍କରେ ଇରାକର ସଶସ୍ତ୍ର ଗୋଷ୍ଠୀ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ହିଜବୋଲା ଲେବାନନ୍ ଗଣମାଧ୍ୟମକୁ କହିଛି ଯେ ତେହେରାନକୁ ଯାଇଥିବା ଏହାର ପ୍ରତିନିଧିମଣ୍ଡଳର ନେତୃତ୍ୱ ବରିଷ୍ଠ ଅଧିକାରୀ ଏବଂ ପୂର୍ବତନ ମନ୍ତ୍ରୀ ମହମ୍ମଦ ଫନିଶ ନେଇଥିଲେ ଏବଂ ଏଥିରେ ଅଧିକାରୀ ,ମୃତ ଏବଂ ଆହତ ସଦସ୍ୟଙ୍କ ପରିବାର ସାମିଲ ଥିଲେ। ହମାସ କହିଛି, ଏହାର ପ୍ରତିନିଧିମଣ୍ଡଳର ନେତୃତ୍ୱ ଏହାର ରାଜନୈତିକ ବ୍ୟୁରୋ ମୁଖ୍ୟ ମହମ୍ମଦ ଦାରୱିଶ ନେଇଥିଲେ ଏବଂ ଏଥିରେ ବାସେମ ନାଇମଙ୍କ ସମେତ ଅନ୍ୟ ବ୍ୟୁରୋ ସଦସ୍ୟମାନେ ସାମିଲ ଥିଲେ।

ପାଲେଷ୍ଟାଇନୀୟ ଆତଙ୍କବାଦୀ ଗୋଷ୍ଠୀ ଏବଂ ହମାସ ସହଯୋଗୀ ଇସଲାମିକ୍ ଜିହାଦର ନେତା ଜିଆଦ ଅଲ-ନଖାଲାହ ଏବଂ ବରିଷ୍ଠ ହୁତି ସଦସ୍ୟ ଜାଇଫ ଅଲ୍ଲାହ ଅଲ-ଶାମି ମଧ୍ୟ ଶନିବାର ତେହେରାନରେ ଅନୁଷ୍ଠିତ ଉତ୍ସବରେ ଯୋଗ ଦେଇଥିଲେ।ଗତ କିଛି ବର୍ଷ ମଧ୍ୟରେ, ଇସ୍ରାଏଲ ଗାଜାରେ ହମାସ, ଲେବାନନରେ ହିଜବୋଲ୍ଲା ଏବଂ ୟେମେନରେ ହୁତି ନେଟୱାର୍କକୁ ଦୁର୍ବଳ କରିବା ପାଇଁ ବାରମ୍ବାର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିକଟରେ ଇରାନ-ଇସ୍ରାଏଲ ବିବାଦ ସମୟରେ, ଇସ୍ରାଏଲ ଏବଂ ଆମେରିକା ଦାବି କରିଥିଲେ ଯେ ଇରାନ-ସମର୍ଥିତ ନେଟୱାର୍କଗୁଡ଼ିକୁ ପ୍ରଚୁର କ୍ଷତି ସହିବାକୁ ପଡିଛି। ତଥାପି, ଖାମେନିଙ୍କ ଅନ୍ତିମ ସଂସ୍କାରରେ ଏହି ତିନୋଟି ସଂଗଠନର ଉପସ୍ଥିତି ଏକ ଭିନ୍ନ ଚିତ୍ର ଉପସ୍ଥାପନ କରିଥିଲା।

ଆହୁରି ପଢନ୍ତୁ :PM Modi Indonesia Visit: ଏହି ଦେଶରେ ୯୦% ମୁସଲିମ୍‌, ପୂଜା ପାଉଛନ୍ତି ରାମ-କୃଷ୍ଣ; ମାନ୍ୟତା ପାଇଛି ରାମାୟଣ-ମହାଭାରତ !

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।