ଆମୀରଙ୍କ ତୃତୀୟ ବିବାହ ଉତ୍ସବକୁ କାହିଁକି ଆସିଲେନି ପୂର୍ବତନ ପତ୍ନୀ ଏବଂ ସଲମାନ-ଶାହାରୁଖ ?
ନୂଆଦିଲ୍ଲୀ : ରବିବାର ୬୧ ବର୍ଷ ବୟସରେ ତୃତୀୟ ବିବାହ କରିଛନ୍ତି ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ । ଆମୀର ନିଜ ବାସଭବନରେ ଗୌରୀଙ୍କୁ ବିବାହ କରିଛନ୍ତି । ସେମାନଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ବହୁ କ୍ରିକେଟରଙ୍କ ସହ ଷ୍ଟାର ଏହି ଉତ୍ସବରେ ଯୋଗ ଦେଇଥିଲେ । ଆମୀରଙ୍କ ପୂର୍ବତନ ପତ୍ନୀଙ୍କ ପିଲାମାନେ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । କିନ୍ତୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ପ୍ରଥମ ପତ୍ନୀ ରୀନା ଦତ୍ତା ଏବଂ କିରଣ ରାଓ । ଏହାସହ ବଲିଉଡର ଦୁଇ ସୁପରଷ୍ଟାର ସଲମାନ ଖାନ ଏବଂ ଶାହାରୁଖ ଖାନ ମଧ୍ୟ ନଜର ଆସିନଥିଲେ । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।
ଆମୀର ଦୁଇ ପୂର୍ବତନ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ମଧ୍ୟ ସେମାନଙ୍କ ସହ ଭଲ ବନ୍ଧୁତା ରଖିଛନ୍ତି । ଅନେକ ସମୟରେ ସେମାନଙ୍କ ସହ ଏକାଠି ମଧ୍ୟ ନଜର ଆସିଛନ୍ତି । ଏହାସହ ତାଙ୍କ ତୃତୀୟ ପତ୍ନୀ ଗୌରୀଙ୍କ ସହ ପୂର୍ବତନ ପତ୍ନୀଙ୍କ ସମ୍ପର୍କ ମଧ୍ୟ ଭଲ ରହିଛି । ସେମାନେଙ୍କ ସହ ଗୌରୀଙ୍କୁ ମଧ୍ୟ ଭେଟ କରାଇଛନ୍ତି ଆମୀର । ସମସ୍ତଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିବା ପରେ ମଧ୍ୟ କାହିଁକି ବିବାହ ଉତ୍ସବକୁ ଆସିଲେନି ଏବେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ମାତ୍ର ଏନେଇ ରୀନା କିମ୍ବା କିରଣ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
ଏହାସହ ଆମୀରଙ୍କୁ ଦୁଇ ଘନିଷ୍ଠ ବନ୍ଧୁ ସଲମାନ ଏବଂ ଶାହାରୁଖ ମଧ୍ୟ ନଜର ଆସିନଥିଲେ । ସେମାନଙ୍କ ବନ୍ଧୁତା ସମ୍ପର୍କରେ ସମସ୍ତଙ୍କୁ ବେଶ ଭଲଭାବେ ଜଣା । ମାତ୍ର ଅନୁପସ୍ଥିତି ପଛର କାରଣ କଣ ? ଆମୀରଙ୍କ ବିଭିନ୍ନ କଷ୍ଟକର ସମୟରେ ମଦ୍ୟ ଉଭୟ ବନ୍ଧୁ ଛିଡ଼ା ହୋଇଛନ୍ତି । କିନ୍ତୁ ଏଭଳି ଏକ ଖୁସି ମୂହୁର୍ତ୍ତରେ କାହିଁକି ନଜର ଆସିଲେନି ? ତେବେ ଏହି ଦୁଇ ବଡ଼ ଷ୍ଟାରଙ୍କ ଅନୁପସ୍ଥିତି ଆମୀରଙ୍କ ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗି ଦେଇଛି । ହୁଏତ କାର୍ଯ୍ୟବ୍ୟସ୍ତତା ଭିତରେ ସେମାନେ ଯୋଗ ଦେଇନଥିବା ମଧ୍ୟ କୁହାଯାଉଛି ।
ଏହାସହ ପଢ଼ନ୍ତୁ : ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକେ କହିଲେ ପ୍ରେମ ପାଇଁ.....
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।