06 JULY 2026

Welcome!

Unlock your personalized experience.
Sign Up

କ୍ରିକେଟରେ କେମିତି ପୂରଣ ହୁଏ ଡବଲ ହ୍ୟାଟ୍ରିକ୍, କାହା ନାଁରେ ରହିଛି ଏହି ରେକର୍ଡ ?

Jul 06, 2026 - 19:21
କ୍ରିକେଟରେ କେମିତି ପୂରଣ ହୁଏ ଡବଲ ହ୍ୟାଟ୍ରିକ୍, କାହା ନାଁରେ ରହିଛି ଏହି ରେକର୍ଡ ?

ନୂଆଦିଲ୍ଲୀ: ଯଦି ଆପଣଙ୍କର କ୍ରିକେଟ ଜ୍ଞାନ ଥିବ କିମ୍ବା କ୍ରିକେଟ ଖେଳୁଥିବେ ତେବେ ହ୍ୟାଟ୍ରିକ୍ ସମ୍ପର୍କରେ ଜାଣିଥିବେ ନିଶ୍ଚୟ । ଲଗାତାର ତିନିଟି ବଲରେ ସଫଳତା ହାସଲ କରିବା ଅଥବା ଲଗାତାର ତିନିଟି ବଲରେ ତିନୋଟି ଓ୍ବିକେଟ୍, ଛକା କିମ୍ବା ଚୌକା ମାରିବା । ଲଗାତାର ତିନି ବଲରେ ସଫଳତା ହାସଲ କରିବାକୁ ହ୍ୟାଟ୍ରିକ୍ ବୋଲି କୁହାଯାଏ । ତେବ ଡବଲ ହ୍ୟାଟ୍ରିକ୍ କହିଲେ କ’ଣ ଓଭରର ୬ଟି ବଲରେ ସଫଳତା ହାସଲ କରିବାକୁ ପଡ଼ିବ କି ? ଏମିତି ପ୍ରଶ୍ନ ମଧ୍ୟ ଉଠିଥାଏ । ତେବେ କେମିତି ହାସଲ ହୁଏ ଡବଲ ହ୍ୟାଟ୍ରିକ୍ ?

ଡବଲ ହ୍ୟାଟ୍ରିକ୍ ହାସଲ କରିବା ପାଇଁ ହେଲେ ଲଗାତାର ଚାରୋଟି ବଲରେ ସଫଳତା ହାସଲ କରିବା ଜରୁରୀ । ଯାହାକୁ ଡବଲ ହ୍ୟାଟ୍ରିକ୍ ବୋଲି କୁହାଯାଏ । ଶ୍ରୀଲଙ୍କାରେ ଖେଳାଯାଉଥିବା ମେଜର ଲିଗ୍ କ୍ରିକେଟ ୨୦୨୬ରେ ଏଭଳି ଡବଲ ହ୍ୟାଟ୍ରିକ୍ ଦେଖିବାକୁ ମିଳିଛି । ଦାସୁନ ସନାକା ଏହି ରେକର୍ଡ କରିଛନ୍ତି । ସେ ପ୍ରଥମ ଖେଳାଳିଭାବେ ଏହି ଟୁର୍ଣ୍ଣାମେଣ୍ଟରେ ଡବଲ ହ୍ୟାଟ୍ରିକ୍ ହାସଲ କରିବାର ରେକର୍ଡ କରିଛନ୍ତି । ଶେଷ ଓଭରରେ ୧୫ ରନ ଆବଶ୍ୟକ ରହିଥିବାବେଳେ ସେ ୪ଟି ଓ୍ବିକେଟ ନେଇ କେବଳ ଦଳକୁ ଜିତାଇ ନଥିଲେ ବରଂ ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି ।

ସେପଟେ ଅନ୍ତର୍ଜାତୀୟ କ୍ରିକେଟରେ ଏହି ଡବଲ ହ୍ୟାଟ୍ରିକର ରେକର୍ଡ ମଧ୍ୟ ଜଣେ ଶ୍ରୀଲଙ୍କା କ୍ରିକେଟରଙ୍କ ନାମରେ ରହିଛି । ଯାହାକି ସେ ଥରେ ନୁହେଁ ବରଂ ଦୁଇଥର ହାସଲ କରିଛନ୍ତି । ସିଂହଳୀ କ୍ରିକେଟର ଲସିଥ ମଲିଙ୍ଗା ଡବଲ ହ୍ୟାଟ୍ରିକ୍ ରେକର୍ଡ ହାସଲ କରିଛନ୍ତି । ସେ ୨୦୦୭ ମସିହାରେ ଦକ୍ଷିଣ ଆଫ୍ରିକା ଏବଂ ୧୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ରେକର୍ଡ ଅର୍ଜନ କରିଛନ୍ତି । ବିଶ୍ବର ଏକମାତ୍ର ବୋଲର ଭାବେ ମାଲିଙ୍ଗା ଏହି ରେକର୍ଡ କରିଛନ୍ତି । ଏଯାବତ ତାଙ୍କର ଏହି ରେକର୍ଡ ରହିଛି । ଦୁଇ ଦୁଇଟି ଡବଲ ହ୍ୟାଟ୍ରିକ୍ ନେବାର ରେକର୍ଡ ମଧ୍ୟ କରିଛନ୍ତି । ତେବେ ଏହି ରେକର୍ଡ କେବେ ଭାଙ୍ଗିବ ଏହା ଉପରେ ରହିଛି ସମସ୍ତଙ୍କ ନଜର ।

ଏହାସହ ପଢ଼ନ୍ତୁ : ICCକୁ CTIର ଚିଠି: ମ୍ୟାଚ୍ ସମୟରେ ଦେଖାଅନି କଣ୍ଡୋମ ଏବଂ ଡେଟିଂ ଆପ୍ ବିଜ୍ଞାପନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।