New history: ଲର୍ଡସ୍‌ରେ ଲେଖାହେବ ନୂଆ ଇତିହାସ: ଭାରତ-ଇଂଲଣ୍ଡ ମାଇଲ୍‌ଖୁଣ୍ଟ; ମହିଳା ଟେଷ୍ଟ ଆଜିଠୁ

Jul 11, 2026 - 04:51
New history: ଲର୍ଡସ୍‌ରେ ଲେଖାହେବ ନୂଆ ଇତିହାସ: ଭାରତ-ଇଂଲଣ୍ଡ ମାଇଲ୍‌ଖୁଣ୍ଟ; ମହିଳା ଟେଷ୍ଟ ଆଜିଠୁ

"ଲଣ୍ଡନ: ମହିଳା କ୍ରିକେଟ୍‌ ଇତିହାସରେ ଶୁକ୍ରବାର ନୂଆ ଅଧ୍ୟାୟ ଯୋଡ଼ିହେବ।

କେବଳ ଲର୍ଡସ୍‌ ନହେଁ, କ୍ରିକେଟ୍‌ର ସ୍ରଷ୍ଟା ଇଂଲଣ୍ଡ ଓ ଏହାର ଗଡ଼ ଭାରତର କ୍ରିକେଟ୍‌ ଦୃଶ୍ୟପଟରେ ମଧ୍ୟ ନୂଆ ଇତିହାସର ରଚନା ହେବ।

ଭାରତ ଓ ଇଂଲଣ୍ଡ ମଧ୍ୟରେ "କ୍ରିକେଟ୍‌ର ଘର" ଐତିହାସିକ ଲର୍ଡସ୍‌ ଷ୍ଟାଡିୟମ୍‌ରେ ପ୍ରଥମ ମହିଳା ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯିବ।

ଲର୍ଡସରେ ପ୍ରଥମ ପୁରୁଷ ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯିବାର ୧୪୨ ବର୍ଷ ପରେ ମହିଳା ଟେଷ୍ଟ୍‌ ପଦାର୍ପଣ କରିବ।

ଏଥିଲାଗି ଉଭୟ ଭାରତୀୟ ଓ ଇଂଲିସ୍‌ ଦଳର ମହିଳା କ୍ରିକେଟର୍‌ମାନେ ଉଲ୍ଲସିତ ଅଛନ୍ତି।

ଭାରତୀୟ ଖେଳାଳିମାନେ ଲର୍ଡସ୍‌ ପଡ଼ିଆ ସହ ଏହାର ଚର୍ଚ୍ଚିତ ବାଲ୍‌କୋନିରେ ଛିଡ଼ା ହୋଇ ଏହି ମାଇଲ୍‌ଖୁଣ୍ଟ ମ୍ୟାଚ୍‌ ପାଇଁ ନିଜ ଉତ୍ସାହର ପରିପ୍ରକାଶ କରିଛନ୍ତି।

ଇଂଲଣ୍ଡ ମହିଳା ଦଳର ଖେଳାଳିମାନେ ମଧ୍ୟ ଲର୍ଡସ୍‌ରେ ବିଜୟ ବାନା ଉଡ଼ାଇବାକୁ ଜୋରଦାର ପ୍ରସ୍ତୁତି କରୁଥିବା ଲକ୍ଷ୍ୟ କରାଯାଇଛି।

ଏହି ଚର୍ଚ୍ଚିତ ଟେଷ୍ଟ୍‌ ଚଳିତ ଜୁଲାଇ ୧୦ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ପୁରୁଷ ଟେଷ୍ଟ୍‌ ମ୍ୟାଚ୍‌ ଠାରୁ ଭିନ୍ନ ଅର୍ଥାତ୍ ୪ ଦିନ ପାଇଁ ଖେଳାଯିବ।

ଭାରତୀୟ ସମୟ ଅପରାହ୍‌ଣ ୩ଟା ୩୦ରୁ ଖେଳ ଆରମ୍ଭ ହେବ।

Advertisment JD Vance: ଭାନ୍ସଙ୍କ ଭାଷଣକୁ ନେଇ ବିବାଦ: ପୋଷ୍ଟରର ଅସ୍ପଷ୍ଟ ଛବିକୁ କେନ୍ଦ୍ର କରି ବାଗ୍‌ଯୁଦ୍ଧ ଟ୍ବେଣ୍ଟି-୨୦ ବିଶ୍ୱକପ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରି ନଥିବା ଭାରତୀୟ ଦଳ ଲାଲ୍ ବଲ୍ କ୍ରିକେଟ୍‌ରେ ନୂଆ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।

ବିଶ୍ୱକପ୍‌ରୁ ସଅଳ ବିଦାୟ ନେବା ପରେ ଦଳ ପାଖରେ ଟେଷ୍ଟ୍ ପାଇଁ ପର୍ଯ୍ୟାପ୍ତ ପ୍ରସ୍ତୁତିର ସୁଯୋଗ ମିଳିଥିଲା।

ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ବକିଂହାମସାୟାରର ୱର୍ମସ୍ଲି କ୍ରିକେଟ୍ ପଡ଼ିଆରେ ଅଭ୍ୟାସ କରି ଦୋଷ ଦୂର୍ବଳତା ଦୂର କରିବାକୁ ଚେଷ୍ଟା କରିଛି।

ମୁଖ୍ୟ ପ୍ରଶିକ୍ଷକ ଅମୋଲ ମଜୁମଦାର କହିଛନ୍ତି, ଲର୍ଡସ୍‌ରେ ପ୍ରଥମ ଥର ମହିଳା ଟେଷ୍ଟ୍‌ ଖେଳାଯିବା ଏକ ଗୌରବମୟ ମୁହୂର୍ତ୍ତ।

ଭାରତୀୟ କ୍ରିକେଟର୍‌ଙ୍କ ପାଇଁ ଟେଷ୍ଟ୍‌ ଖେଳିବା ଏକ ସ୍ୱପ୍ନ ହୋଇଥିବା ବେଳେ ଲର୍ଡ୍ସରେ ଧଳା ଜର୍ସି ପିନ୍ଧି ମାଇଦାନକୁ ଓହ୍ଲାଇବା ଆହୁରି ବଡ଼ ଗର୍ବର ବିଷୟ।

ଅଧିନାୟିକା ହରମନପ୍ରୀତ୍ ଏହାକୁ ଭାରତୀୟ କ୍ରିକେଟ୍‌ ପାଇଁ ବଡ଼ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଛନ୍ତି।

ଭାରତ-ଇଂଲଣ୍ଡ ମାଇଲ୍‌ଖୁଣ୍ଟ; ମହିଳା ଟେଷ୍ଟ ଆଜିଠୁପୁରୁଷ ଟେଷ୍ଟର ୧୪୨ ବର୍ଷ ପରେ ଲର୍ଡସ୍‌ରେ ପଦାର୍ପଣ କରିବ ମହିଳା ଟେଷ୍ଟ ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ଓପନିଂ କରିବାର ସମ୍ଭାବନା ରହିଛି।

ଆହତ ପ୍ରତୀକା ରାୱଲଙ୍କ ବଦଳରେ ପ୍ରିୟା ପୁନିଆଙ୍କୁ ଦଳରେ ସ୍ଥାନ ମିଳିଛି।

ହର୍ଲିନ୍ ଦେଓଲ୍, ସ୍ପିନର୍ ଶ୍ରୀ ଚରଣୀ ଓ ପେସର୍ ନନ୍ଦିନୀ ଶର୍ମା ଟେଷ୍ଟ୍‌ କ୍ରିକେଟ୍‌ରେ ପଦାର୍ପଣ କରିପାରନ୍ତି।

ଇଂଲଣ୍ଡ ଦଳରେ ମଧ୍ୟ ଆଲିସ୍ କ୍ୟାପ୍ସି, ଟିଲି କୋର୍ଟିନ୍-କୋଲମ୍ୟାନ୍, ମ୍ୟାଡି ଭିଲିୟର୍ସ, ଗ୍ରେସ୍ ପଟ୍ସ ଓ ଏଲି ଥ୍ରେଲ୍‌କେଲ୍ଡଙ୍କ ସମେତ ପାଞ୍ଚ ଜଣ ସମ୍ଭାବ୍ୟ ଟେଷ୍ଟ୍‌ ପଦାର୍ପଣକାରୀ ରହିଛନ୍ତି।

ଏହି ମ୍ୟାଚ୍ ଇଂଲଣ୍ଡର ଅଭିଜ୍ଞ ଓପନର୍ ଟମି ବିଉମଣ୍ଟଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରର ଶେଷ ମ୍ୟାଚ୍ ମଧ୍ୟ ହେବ।

ଲର୍ଡସ୍‌ରେ ମହିଳାଙ୍କ ପ୍ରଥମ ଟେଷ୍ଟ୍‌ ସହ ନିଜ କ୍ୟାରିୟରକୁ ବିଦାୟ ଦେବା ତାଙ୍କ ପାଇଁ ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ବୋଲି ବିଉମଣ୍ଟ କହିଛନ୍ତି।

Education: ବିଦ୍ୟାଳୟରେ ପକାଇଲେ ତାଲା, ଗାଁ ବାରଣ୍ତାରେ ବସିଲେ ଛାତ୍ରଛାତ୍ରୀ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟ୍‌ରେ ଭାରତର ରେକର୍ଡ ଉତ୍ସାହଜନକ ରହିଛି।

ଇଂଲଣ୍ଡରେ ଭାରତୀୟ ମହିଳା ଦଳ କେବେବି ଟେଷ୍ଟ୍‌ ହାରିନାହିଁ।

ଦୁଇଟି ବିଜୟ ଓ ସାତଟି ଡ୍ର" ସହ ଏହି ରେକର୍ଡକୁ ଅତୁଟ ରଖିବା ଲକ୍ଷ୍ୟରେ ହରମନପ୍ରୀତ୍‌ କୌରଙ୍କ ନେତୃତ୍ୱାଧୀନ ଦଳ ଲର୍ଡସ ଲଢ଼େଇକୁ ଓହ୍ଲାଇବ।

ସମ୍ଭାବ୍ୟ ଭାରତ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧାନା (ଉପଅଧିନାୟିକା), ଶେଫାଳି ବର୍ମା, ଜେମିମା ରଡ୍ରିଗ୍ସ, ଦୀପ୍ତି ଶର୍ମା, ଋଚା ଘୋଷ (ୱିକେଟ୍‌କିପର୍), ଶ୍ରୀ ଚରଣୀ, ୟାସ୍ତିକା ଭାଟିଆ (ୱିକେଟ୍‌ରକ୍ଷକ), ନନ୍ଦିନୀ ଶର୍ମା, ହର୍ଲିନ୍‌ ଦେଓଲ, ରେଣୁକା ସିଂହ ଠାକୁର, କ୍ରାନ୍ତି ଗୌଡ଼, ସାୟଲି ସତଘରେ, ସ୍ନେହ ରାଣା ଓ ପ୍ରିୟା ପୁନିଆ।

ସମ୍ଭାବ୍ୟ ଇଂଲଣ୍ଡ: ନାଟ୍ ସ୍କିଭର୍-ବ୍ରଣ୍ଟ (ଅଧିନାୟିକା), ଟମି ବିଉମଣ୍ଟ, ଲରେନ୍ ବେଲ୍, ମାୟା ବୁସିଅର୍, ଆଲିସ୍ କ୍ୟାପ୍ସି, ଟିଲି କୋର୍ଟିନ୍-କୋଲମ୍ୟାନ୍, ସୋଫି ଏକ୍ଲେଷ୍ଟୋନ୍, ଲରେନ୍ ଫାଇଲର୍, ଏମି ଜୋନ୍ସ (ୱିକେଟକିପର୍), ହିଦର୍ ନାଇଟ୍, ଏମା ଲ୍ୟାମ୍ବ, ଗ୍ରେସ୍ ପଟ୍ସ, ଏଲି ଥ୍ରେଲକେଲ୍ଡ, ମ୍ୟାଡି ଭିଲିୟର୍ସ ଓ ଇସି ୱଙ୍ଗ୍।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।