Ratha khala: ରଥଖଳା: ଶିଖର ଡମ୍ବରୁ ଆସ୍ଥାନ ସଂସ୍ଥାପନ କାର୍ଯ୍ୟ ଶେଷ
"ପୁରୀ: ଆଜି ଥିଲା ରଥ ନିର୍ମାଣର ୮୧ତମ ଦିବସ।
ରଥ ନିର୍ମାଣକାରୀ ସେବକମାନେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ଆଜି ତିନି ରଥର ଶିଖର ଡମ୍ବରୁ ଆସ୍ଥାନ ସଂସ୍ଥାପନ କାର୍ଯ୍ୟ ଶେଷ ହୋଇଛି।
ଦର୍ଜି ସେବକମାନେ ରଥର ବତା କନାରେ ଲେସ୍ ଫିଟିଂ କାର୍ଯ୍ୟ ଶେଷ କରିଛନ୍ତି।
ବତା ଓ ଚନ୍ଦ୍ରଶାଳି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।
ଦୁଆର ବେଢା,ପୋଟଳ, ସାରଥି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ମହାପ୍ରଭୁଙ୍କ ପହଣ୍ତି ପାଇଁ ଆବଶ୍ୟକ କନା ପ୍ରସ୍ତୁତ କାର୍ଯ୍ୟ ଜାରି ରହିଛି।
୧୨ ହାତିଆ ୪ପଟିଆ ୨ଟି, ୧୬ହାତିଆ ୪ପଟିଆ ୪ଟି ଶେଷ ହୋଇଛି।
Advertisment Horoscope 2026 July 11: ଜାଣନ୍ତୁ ଆଜିର ରାଶିଫଳ କୁସୁମି ୪ପଟିଆ ୬ଟି, ନେତପୁଟା, ଗୀତଗୋବିନ୍ଦ ପାଟ, ମୁଠିବେଣ୍ଟ, ନଳିଭୁଜ, ବିଜେତୁଳି, ସିପର ତୁଳି, ପଟି ନାଡ଼ ଇତ୍ୟାଦି ପହଣ୍ତି କାର୍ଯ୍ୟରେ ଲାଗିବ।
ଚିତ୍ରକାର ସେବକଙ୍କ ଦ୍ୱାରା ତିନି ରଥର ବାହ୍ୟ ଅଂଶଗୁଡିକରେ ରଙ୍ଗ କାର୍ଯ୍ୟ ସହ ତିନିରଥର ଘୋଡ଼ା, ସାରଥିଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଦୋଳବେଦି ଅସ୍ଥାୟୀ କମାରଶାଳରେ କମାର ସେବକ ରଥର ଜରୁରୀକାଳୀନ ପରିସ୍ଥିତି ପାଇଁ ଆବଶ୍ୟକୀୟ ଲୁହା କଣ୍ଟା ସାଜ ସରଞ୍ଜାମ ନିର୍ମାଣ କରୁଛନ୍ତି।
ଦୋଳବେଦିଠାରେ ପାହି ମହାରଣାମାନେ ରଥଯାତ୍ରା ପାଇଁ ଆବଶ୍ୟକୀୟ କାଠ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି।
Ratha yatra: ରଥଖଳା: ରଥରେ ହଂସପଟା ବାଡ଼ିଆ ଜାରି"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।