Jalaswar temple: ଜଳେଶ୍ବର ମନ୍ଦିରରେ ପଶିଲା ଡ୍ରେନ୍‌ ଜଳ

Jul 11, 2026 - 07:06
Jalaswar temple: ଜଳେଶ୍ବର ମନ୍ଦିରରେ ପଶିଲା ଡ୍ରେନ୍‌ ଜଳ

"ଭୁବନେଶ୍ୱର: ଅସରାଏ ବଡ଼ ବର୍ଷା ହେଉହେଉ ଏକାମ୍ର କ୍ଷେତ୍ରର ଅନ୍ୟତମ ଶୈବପୀଠ ସମ୍ପୂର୍ଣ୍ଣ ଜଳେଶ୍ବର ମନ୍ଦିରରେ ଡ୍ରେନ୍‌ ପାଣି ପଶିଯାଉଛି।

୭ନମ୍ବର ଡ୍ରେନ୍‌(ପ୍ରାକୃତିକ ନାଳ)ରେ ଜବଦରଖଲ ସମସ୍ୟା ଥିବାରୁ ଏଭଳି କଦର୍ଯ୍ୟ ସ୍ଥିତି ଉପୁଜୁଛି।

କିନ୍ତୁ ବାରମ୍ବାର ଅଭିଯୋଗ ପରେ ବି ବିଏମ୍‌ସି କର୍ତ୍ତୃପକ୍ଷ ଏଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି।

ମନ୍ଦିର ଭଳି ପବିତ୍ର ସ୍ଥାନରେ ଡ୍ରେନ୍‌ର ପଚାପାଣି ପଶୁଥିବାରୁ ଏବଂ ବିଏମ୍‌ସି କର୍ତ୍ତୃପକ୍ଷ ଏଦିଗରେ ଉଦାସୀନ ରହୁଥିବାରୁ ଏକାମ୍ରବାସୀଙ୍କ ଭିତରେ କ୍ଷୋଭ ପ୍ରକାଶ ପାଇଛି।

ଆଜି ଅପରାହ୍ଣରେ ହୋଇଥିବା ପ୍ରବଳ ବର୍ଷାରେ ଏହି ମନ୍ଦିର ପରିସରରେ ପଚା ପାଣି ଲହଡ଼ି ମାରୁଛି।

ସେହିଭଳି କୋଟି ତୀର୍ଥେଶ୍ବର ଗଳିରୁ ଲୁଇସ୍‌ ରୋଡ୍‌କୁ ସଂଯୋଗ କରୁଥିବା ରାସ୍ତାରେ ମଧ୍ୟରେ ଆଣ୍ଠୁଏ ଉଚ୍ଚର ପାଣି ଜମିଗଲା।

ଲୋକମାନେ ଅନ୍ଧାର ରାତିରେ ପାଣିରେ ପଶି ବଡ଼ କଷ୍ଟରେ ଯାତାୟାତ କରିଥିଲେ।

Advertisment Competition: ଆମେରିକାରେ ଓଡ଼ିଶାର ପାରଂପରିକ ପିଠା ପ୍ରତିଯୋଗିତା କୋଟି ତୀର୍ଥେଶ୍ବର ଲେନ୍‌ ପରିସରରେ ରହିଛି ସମ୍ପୂର୍ଣ୍ଣ ଜଳେଶ୍ବର ମନ୍ଦିର।

ଏହି ମନ୍ଦିର କଡ଼ରେ ରହିଛି ୭ନମ୍ବର ଡ୍ରେନ୍‌।

ବଡ଼ ବର୍ଷା ହେଲେ ଏହି ନାଳରେ ଜଳ ନିଷ୍କାସନ ହୋଇପାରୁନି ଏବଂ ମଇଳା ପାଣି ମନ୍ଦିର ପରିସରରେ ଲହଡ଼ି ମାରୁଛି।

ମନ୍ଦିର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିବାରୁ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିବାକୁ ଯାଇପାରୁନାହାନ୍ତି।

କୋଟି ତୀର୍ଥେଶ୍ବର ଗଳିରୁ ଲୁଇସ୍‌ ରୋଡ୍‌ ମଧ୍ୟରେ ଡ୍ରେନ୍‌ ଦୁଇପଟୁ ଜବରଦଖଲ ହୋଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି।

ସେହିଭଳି ଏହି ଡ୍ରେନ୍‌କୁ ଭଲ ଭାବେ ସଫା କରାଯାଉନାହିଁ।

ଫଳରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି।

ଖାସ୍‌ ଏହି କାରଣ ପାଇଁ ଡ୍ରେନ୍‌ ନିକଟରେ ଥିବା ବାସୁଦେବ କଲୋନି ତାରିଣୀ ଗଳିରେ ଡ୍ରେନ୍‌ ପାଣି ପଶୁଛି।

ଅଧିକ ବର୍ଷା ହେଲେ ଡ୍ରେନ୍‌ ଉପରେ ଥିବା ଛୋଟ ବ୍ରିଜ୍‌ ମଧ୍ୟ ବୁଡ଼ି ଯାଉଛି।

Education: ବିଦ୍ୟାଳୟରେ ପକାଇଲେ ତାଲା, ଗାଁ ବାରଣ୍ତାରେ ବସିଲେ ଛାତ୍ରଛାତ୍ରୀ ସ୍ଥାନୀୟ ଅଧିବାସୀ ଦୁଃଶାସନ ମହାପାତ୍ର ଓ ସେବାୟତ ଗୋପାଳ ମକଦ୍ଦମ କହିଛନ୍ତି ଯେ ଡ୍ରେନ୍‌ ପାଣି ମନ୍ଦିର ପରିସରକୁ ପଶିବା ଯୋଗୁ ପୂଜାର୍ଚ୍ଚନାରେ ବାଧା ସୃଷ୍ଟି ହେଉଛି ଏବଂ ଏହା ଭକ୍ତଙ୍କ ଭାବାବେଗ ଉପରେ ବଡ଼ ଆଘାତ।

ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ, ଡ୍ରେନ୍‌ ଜବରଦଖଲ ଓ ସଫେଇ ବ୍ୟବସ୍ଥାକୁ ଦାୟୀ କରିଛନ୍ତି।

ଏ ନେଇ ବିଏମ୍‌ସି ଡ୍ରେନେଜ୍‌ ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ବେହେରାଙ୍କ ମତାମତ ନେବାବେଳେ ସେ ଡ୍ରେନ୍‌ ଜବରଦଖଲ କଥାକୁ ସ୍ବୀକାର କରିଥିଲେ।

ତେବେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଖୁବ୍‌ଶୀଘ୍ର ଜବରଦଖଲ ହଟିବ ବୋଲି ସେ କହିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।