Digital education: ଓଡ଼ିଶାର ଜିଲ୍ଲାର ଶିକ୍ଷାକୁ ନେଇ ପିଜିଆଇ-ଡି ରିପୋର୍ଟ: ଆଗେଇପାରୁନି ଡିଜିଟାଲ ଶିକ୍ଷା
ଭୁବନେଶ୍ବର: ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ଡିଜିଟାଲ ଶିକ୍ଷା ଆଶାନୁରୂପ ହୋଇପାରି ନାହିଁ। ହାତଗଣତି ଗୋଟିଏ ଯୋଡ଼ିଏ ଜିଲ୍ଲା ବ୍ୟତୀତ ଅନ୍ୟ ଜିଲ୍ଲାରେ ଆବଶ୍ୟକ ଭିତ୍ତିଭୂମି ନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ପିଜିଆଇ-ଡି ରିପୋର୍ଟରେ ଓଡ଼ିଶାର ସ୍ଥିତି ଦୟନୀୟ ହୋଇଛି। ମୋଟ ୫୦ ମାର୍କ ମଧ୍ୟରୁ କେବଳ ଝାରସୁଗୁଡ଼ା(୩୩), ସମ୍ବଲପୁର(୨୬) ସ୍କୋର କରିଛନ୍ତି। ଅନ୍ୟ ସମସ୍ତ ଜିଲ୍ଲା ୨୫ ସ୍କୋର ତଳେ ରହିଛନ୍ତି। ଆଦିବାସୀ ଅଧୁଷିତ ଜିଲ୍ଲା ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଦେବଗଡ଼, ମୟୂରଭଞ୍ଜ, କଳାହାଣ୍ଡି ଜିଲ୍ଲାରେ ଡିଜିଟାଲ ଶିକ୍ଷାର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ବାଲେଶ୍ବର(୧୭), କେନ୍ଦ୍ରାପଡ଼ା(୧୬), ପୁରୀ(୧୬) ଭଳି ଉପକୂଳବର୍ତ୍ତୀ ଜିଲ୍ଲାରେ ତଦ୍ରୁପ ସ୍ଥିତି ଉପୁଜିଛି। ୬ଟି ବର୍ଗ ଯଥା ଶିକ୍ଷାଦାନର ଫଳାଫଳ, ଶ୍ରେଣୀଗୃହ ପାରସ୍ପରିକ କ୍ରିୟା, ଭିତ୍ତିଭୂମି ସୁବିଧା ଓ ଛାତ୍ରଛାତ୍ରୀଙ୍କ ଅଧିକାର, ବିଦ୍ୟାଳୟ ଓ ଶିଶୁଙ୍କ ସୁରକ୍ଷା, ଡିଜିଟାଲ୍ ଶିକ୍ଷଣ ଏବଂ ଶାସନ ପ୍ରକ୍ରିୟାକୁ ନେଇ ହୋଇଥିଲା।
Bank jobs 2026: ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୭୫୦ ଆପ୍ରେଣ୍ଟିସ୍ ପଦବି, ଶୀଘ୍ର କରନ୍ତୁ ଆବେଦନ
୨୮ ଜିଲ୍ଲାରେ ୨୫% ଛୁଇଁପାରିନି ଡିଜିଟାଲ ଶିକ୍ଷା
‘ଉତ୍କର୍ଷ’ ବର୍ଗରେ ୮ ଜିଲ୍ଲା, ଝାରସୁଗୁଡ଼ା ଶୀର୍ଷରେ
ଓଡ଼ିଶାର ୮ଟି ଜିଲ୍ଲା ଉତ୍ତର-୩ ବର୍ଗରେ ସ୍ଥାନ ପାଇଛନ୍ତି। ମୋଟ ୬୦୦ ସ୍କୋରରୁ ୪୦୫ ସ୍କୋର ହାସଲ କରି ଝାରସୁଗୁଡ଼ା ଶୀର୍ଷରେ ପହଞ୍ଚିଛି। ଜଗତ୍ସିଂହପୁର (୩୭୦), ସମ୍ବଲପୁର (୩୬୮), ଅନୁଗୋଳ (୩୬୭), କଟକ (୩୬୭), ସୁନ୍ଦରଗଡ଼ (୩୬୨), କଳାହାଣ୍ଡି (୩୬୧) ଓ ଢେଙ୍କାନାଳ(୩୬୦) ସ୍କୋର ସହ ଯଥାକ୍ରମେ ଦ୍ବିତୀୟରୁ ୮ମ ସ୍ଥାନ ମଧ୍ୟରେ ରହିଛନ୍ତି। ଅନ୍ୟ ୨୨ଟି ଜିଲ୍ଲା ଯଥା ଖୋର୍ଦ୍ଧା (୩୫୯), ଗଞ୍ଜାମ (୩୫୨), ଭଦ୍ରକ (୩୫୦), କେନ୍ଦୁଝର (୩୫୦), ନୟାଗଡ଼(୩୪୭), ପୁରୀ (୩୪୭), କୋରାପୁଟ (୩୪୨), ବଲାଙ୍ଗୀର (୩୪୨), ବୌଦ୍ଧ (୩୪୧), ନୂଆପଡ଼ା (୩୪୧), ଯାଜପୁର (୩୩୯), କେନ୍ଦ୍ରାପଡ଼ା (୩୩୮), ସୁବର୍ଣ୍ଣପୁର (୩୩୮), ବାଲେଶ୍ବର (୩୩୮), କନ୍ଧମାଳ(୩୩୬), ବରଗଡ଼ (୩୩୩), ଦେବଗଡ଼ (୩୩୦), ରାୟଗଡ଼ା (୩୨୯), ମୟୂରଭଞ୍ଜ (୩୨୯), ଗଜପତି (୩୨୬), ନବରଙ୍ଗପୁର (୩୧୫) ଓ ମାଲକାନଗିରି(୩୦୬) ସ୍କୋର ପାଇଛନ୍ତି।
‘ସିଇଏ ନିୟମାବଳୀ ଏବଂ ବୈଷୟିକ ମାନକ’ ଉପରେ କର୍ମଶାଳା
ମାଲକାନଗିରି, ନବରଙ୍ଗପୁର, ଗଜପତି, ମୟୂରଭଞ୍ଜ, ରାୟଗଡ଼ା, କନ୍ଧମାଳ, ନୂଆପଡ଼ା, ବୌଦ୍ଧ, କୋରାପୁଟ, କେନ୍ଦୁଝର ଜିଲ୍ଲାର ଶିକ୍ଷାଦାନ ଫଳାଫଳ ୫୦% ଛୁଇଁପାରି ନାହିଁ। ଭିତ୍ତିଭୂମି ସୁବିଧା ଓ ଛାତ୍ରଛାତ୍ରୀଙ୍କ ଅଧିକାର ଜିଲ୍ଲାଗୁଡ଼ିକ କିଛି ମାତ୍ରାରେ ଭଲ ସ୍ଥିତିରେ ରହିଛନ୍ତି। ବିଦ୍ୟାଳୟ ଓ ଶିଶୁଙ୍କ ସୁରକ୍ଷାରେ ପୁରୀ ଜିଲ୍ଲା(୩୫ ସ୍କୋରରୁ ୧୮) ସବୁଠାରୁ ଖରାପ ସ୍ଥିତିରେ ରହିଛି। ସୂଚନାଯୋଗ୍ୟ ଯେ ୯୦%ରୁ ଅଧିକ ସ୍କୋରକୁ ଉତ୍କର୍ଷ, ୮୧%ରୁ ୯୦% ମଧ୍ୟରେ ଉତ୍ତମ-୧, ୭୧%ରୁ ୮୦% ମଧ୍ୟରେ ଉତ୍ତମ-୨, ୬୧%ରୁ ୭୦% ମଧ୍ୟରେ ଉତ୍ତମ-୩, ୫୧%ରୁ ୬୦% ମଧ୍ୟରେ ପ୍ରଚେଷ୍ଟା-୧, ୪୧%ରୁ ୫୦% ମଧ୍ୟରେ ପ୍ରଚେଷ୍ଟା-୨, ୩୧%ରୁ ୪୦% ମଧ୍ୟରେ ପ୍ରଚେଷ୍ଟା-୩, ୨୧%ରୁ ୩୦% ମଧ୍ୟରେ ଆକାଂକ୍ଷୀ ବର୍ଗରେ ନିଆଯାଇଛି। ୨୦୨୪-୨୫ରେ ଦେଶର ୭୮୨ଟି ଜିଲ୍ଲାକୁ ପିଜିଆଇ-ଡିରେ ସାମିଲ କରାଯାଇଥିବା ବେଳେ ୨୦୨୫-୨୬ରେ ୭୮୪ ଜିଲ୍ଲାକୁ ନିଆଯାଇଥିଲା। ଅରୁଣାଚଳ ପ୍ରଦେଶର ଦୁଇଟି ଜିଲ୍ଲାକୁ ନୂଆ କରି ଏଥିରେ ସାମିଲ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।