63 villages: ନଦୀ ଆଁରେ ୬୩ ଗାଁ: କୂଳ ଖାଉଛି ଜମି, ନିଶ୍ଚିହ୍ନ ହେବ ଜନବସତି
"ଦେବେନ୍ଦ୍ର କୁମାର ବିଶି ଭବାନୀପାଟଣା: ନଦୀକୂଳ ଖାଉଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲାର ପ୍ରାୟ ୬୩ରୁ ଊର୍ଦ୍ଧ୍ବ ଗାଁରେ ସ୍ଥିତି ସଙ୍ଗିନ ହେଲାଣି।
ତଥ୍ୟ ଅନୁସାରେ, ଜିଲ୍ଲାର ଉଦନ୍ତୀ ନଦୀରେ ବନ୍ୟା ହେଲେ କୂଳରେ ଥିବା ଗୋଲାମୁଣ୍ଡା ବ୍ଲକ୍ର ମାନଝରୀ, ଲେତେର, ଚପରିଆ, ମହାଲିଙ୍ଗ, କେଗାଁ, ସିନାପାଲି, ଗଞ୍ଜିଆପଡ଼ା, ସାଲେଗା, ବରଫା, ଭବାନୀପାଟଣା ବ୍ଲକ୍ର ଅଜରାୟି, ପାଇକପଡ଼ା, ତୁର୍କେଲ, ଟେପାସି ଗାଁକୁ ପାଣି ମାଡ଼ିଯାଏ।
ସେହିଭଳି ଶଗଡ଼ା ନଦୀଜଳ ମିଚାସୁଲା, ରାନୀଗୁଡ଼ା, ଗବରା, ସାନଫୁଣ୍ଡା, ଲବଣୀପୁର, କରାଟିକଲି, ଖଇରମାଲ, ଭଟ୍ଟାଗୁଡ଼ା, ବରଗାଁ, ଚନ୍ଦୋପଲା, ନାନ୍ଦୋଲ ଗାଁ ଭିତରକୁ ମାଡ଼ି ଆସିଥାଏ।
ତେଲ ନଦୀ ଯୋଗୁଁ କାଙ୍କରୀ, ଛିଲପା, କୁଟୃ, କନାଗାଁ, ଥନଟ, ଚିଲଚିଲା, ଖମାରହଲଦି, ବେହେରାଗୁଡ଼ା, ତରଞ୍ଜା, ପଞ୍ଜିଆ, ଲଗୁରଭଟ୍ଟା, ତେଲିପଲାସ, ପଣ୍ଡକୁଲ, କୁମ୍ଭାରୀ, ଆଟିଗାଁ, ଖରଙ୍ଗ, ବୋରଗୁଡ଼ା, ତଲମଲା, ଚିଲଗାଁ, ମାକରଶୋଲା, କେନ୍ଦୁପାଟି, କରମାଟ, କାର୍ଲି, ବିଲେଇକାନି, ଫଠମୁଣ୍ଡା, ଫରଙ୍ଗ, ମାନକେଡ଼ିପଡ଼ା, ମାଖଲା, ଡ଼ଙ୍ଗରିଗୁଡ଼ା, ଚହଗାଁ, ଖୋଲଣ୍ଡି, ଠେମରା, ତେନ୍ତୁଲିପଡ଼ା, ତୁର୍ପି, ପଡ଼ିଆଗାଁ, ଗୁର୍ଜିମୁଣ୍ଡା, ମାଲପଡ଼ା, ସେଁପୁର, ଗୋଡ଼ତଲା, ଟିମନଭାଡ଼ି ଗାଁ ଲୋକେ ବର୍ଷା ଦିନେ ହନ୍ତସନ୍ତ ହେଉଛନ୍ତି।
ବନ୍ୟା ଜଳ ଏହି ଗାଁଗୁଡ଼ିକର ଜମିରେ ମାଡ଼ି ଯାଇଥାଏ।
ଏଥିଯୋଗୁଁ ଜମିଗୁଡ଼ିକରୁ ମାଟି ଧୋଇଗଲାଣି।
କମଲ ନଦୀ ଯୋଗୁଁ ଜୟପାଟଣା ବ୍ଲକ୍ର ରସଡୁମେର ଗାଁରେ ବନ୍ୟାଜଳ ପ୍ରବେଶ କରୁଛି।
ଏଥିସହିତ ଇନ୍ଦ୍ରାବତୀର ନିଷ୍କାସିତ ଜଳ, ଏକାଧିକ ନାଳ ସହ ସଂଯୋଗ କାରଣରୁ ହାତୀନଦୀରେ ଅତ୍ୟଧିକ ଜଳ ପ୍ରବାହିତ ହୋଇ କୂଳ ଖାଇବାରେ ଲାଗିଛି।
Advertisment Health: ଉପାନ୍ତ ଇଲାକାକୁ ୧୦୮ ଆମ୍ବୁଲାନ୍ସ ମନା!
କୂଳ ଖାଉଥିବା ଯୋଗୁଁ କଲମପୁର ବ୍ଲକ୍ର ଖଣ୍ଡିଡ଼ଙ୍ଗରିଗୁଡ଼ା, ବିରିପୁର, ମାଟିଖାଲ, ବାଲିଛଡ଼ା, କର୍ଲାପଡ଼ା, କର୍ମେଲି, ପରୁଆଗୁଡ଼ା, ଚୁରାଗାଁ, ଟେମରା, ବଙ୍କାପଲା, ଜୁନାଗଡ଼ ବ୍ଲକ୍ର ଦାସିଗାଁ, ଚିଲଗୁଡ଼ା, କୋଳିଗାଁ, କୋଟେନ, ବଣିଜରା, ମାଟିଗାଁ, ବରଗାଁ, ପଲାସ, ବଲଧିଆମାଲ, ବାଗଡ଼ଙ୍ଗରି, ସାହାଜକନା, ମିଚାଗାଁ, ମସିଗାଁ, ଭଇଁରିଗୁଡ଼ା, ମୁର୍ଲାପଦର, ଚିଙ୍ଗୁଡ଼ିସର, ପାଣିଗାଁ ସମେତ ୨୫ରୁ ଊର୍ଦ୍ଧ୍ବ ଗାଁରେ ପ୍ରତିବର୍ଷ ମାଟି ଧୋଇ ନେଉଥିବାରୁ ଚାଷ କ୍ଷତିଗ୍ରସ୍ତ ହେବାରେ ଲାଗିଛି।
କଲମପୁର ବ୍ଲକ୍ର ବାଲିଛଡ଼ା ଗ୍ରାମ କୂଳ ଖାଇଯିବାରୁ ଅସ୍ତିତ୍ବ ହରାଇବାକୁ ବସିଛି।
ବର୍ଷା ଦିନେ ଏହି ଗାଁ ଗୁଡ଼ିକରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥାନ୍ତି।
ବନ୍ୟାଜଳ ଧୋଇ ନେଉଥିବାରୁ ଗାଁଗୁଡ଼ିକର ଚାଷଜମି ହ୍ରାସ ପାଇବାରେ ଲାଗିଛି।
କଳାହାଣ୍ଡି ଜିଲ୍ଲାର ବହୁ ଗ୍ରାମ ନଦୀଗର୍ଭରେ ବିଲୀନ ହେବାର ଆଶଙ୍କା ରହିଛି।
ରାଜ୍ୟ ସରକାର ସରଜମିନ ଯାଞ୍ଚ କରି ଠୋସ୍ ପଦକ୍ଷେପ ନେବାକୁ ମତପ୍ରକାଶ ପାଇଛି।
ଫୋନ୍ ବ୍ୟାଟେରି ଶୀଘ୍ର ସରୁଛି କି?
ବଦଳାନ୍ତୁ ଏହି ୭ଟି ସେଟିଂସ୍, ବଢ଼ିବ ବ୍ୟାଟେରି ବ୍ୟାକଅପ୍"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।