New Case Against Raja Chakra: ପୁଣି ବଢ଼ିଲା ରାଜା ଚକ୍ରର ଅଡ଼ୁଆ, ଆଉ ୩ ଦିନ ରିମାଣ୍ଡରେ ନେଲା EOW
ପୁଣି ବଢ଼ିଲା ରାଜା ଚକ୍ରର ଅଡ଼ୁଆ ।
ଆଉ ୩ ଦିନିଆ ରିମାଣ୍ଡରେ ନେଲା EOW ।
ଏକ ନୂଆ ମାମଲାର ତଦନ୍ତ ପାଇଁ ତାକୁ ୩ ଦିନିଆ ରିମାଣ୍ଡରେ ନେଇଛି ଅର୍ଥନୈତିକ ଅପରାଧ ଶାଖା।
ବାଲେଶ୍ୱର ଜେଲରୁ ତାକୁ ରିମାଣ୍ଡରେ ଆଣିଛି ତଦନ୍ତକାରୀ ଟିମ୍।
Advertisment ବେଆଇନ କ୍ରସର ୟୁନିଟ୍ ଜବରଦଖଲ ଏବଂ ଆର୍ଥିକ ହେରଫେର ଅଭିଯୋଗକୁ ନେଇ ଏହି ନୂଆ ମାମଲାର ତଦନ୍ତ କରୁଛି EOW।
ପୂର୍ବରୁ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ଟ୍ରାନ୍ସପୋର୍ଟ ସଂସ୍ଥାରେ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ ହୋଇ ରାଜା ଚକ୍ର ବାଲେଶ୍ୱର ଜେଲରେ ଥିଲା।
ଏବେ ପୁଣି ଜଣେ ମହିଳା ତା ବିରୋଧରେ ଅଭିଯୋଗ ଆଣିବା ପରେ ନୂଆ ମାମଲାରେ ତଦନ୍ତ ଜୋରଦାର କରିଛି EOW।
ଆଗାମୀ ୩ ଦିନ ଧରି ରିମାଣ୍ଡରେ ନେଇ ତାକୁ ପଚରାଉଚରା କରିବ ତଦନ୍ତକାରୀ ଟିମ୍।
ଏହି ସମୟରେ ବେଆଇନ କ୍ରସର ୟୁନିଟ୍ ଜବରଦଖଲ ପଛର ରହସ୍ୟ ଏବଂ ସମ୍ପୃକ୍ତ ଆର୍ଥିକ କାରବାର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଖୋଳତାଡ଼ କରିବ EOW।
Advertisment ପୁଣି ବଢ଼ିଲା ରାଜା ଚକ୍ରର ଅଡ଼ୁଆ ୩ ଦିନିଆ ରିମାଣ୍ଡରେ ନେଲା EOW ବାଲେଶ୍ୱର ଜେଲରୁ ରିମାଣ୍ଡରେ ଆଣିଲା EOW ଟିମ୍ ବେଆଇନ କ୍ରସର ୟୁନିଟ୍ ଜବରଦଖଲ ଓ ଆର୍ଥିକ ହେରଫେର ମାମଲାରେ ଜେରା ମହିଳାଙ୍କ ଅଭିଯୋଗ ପରେ ରୁଜୁ ହୋଇଛି ନୂଆ ମାମଲା ୩ ଦିନିଆ ରିମାଣ୍ଡରେ ଆର୍ଥିକ କାରବାରର ଖୋଳତାଡ଼ କରିବ EOW
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
