Neglect: କ୍ରୀଡ଼ା ଭିତ୍ତିଭୂମିକୁ ଅବହେଳା

Jun 16, 2026 - 09:10
Neglect: କ୍ରୀଡ଼ା ଭିତ୍ତିଭୂମିକୁ ଅବହେଳା

"ଅଞ୍ଜନ କୁମାର ପ୍ରଧାନ ବଲାଙ୍ଗୀର: କ୍ରିକେଟ୍‌ରେ ବଲାଙ୍ଗୀର ଜିଲ୍ଲା ମହିଳା ଦଳ ରାଜ୍ୟରେ ଦବ୍‌ଦବା ଜାହିର କରିଛି।

କ୍ରିକେଟ୍‌ ବ୍ୟତୀତ ଜିଲ୍ଲା ଅସିଚାଳନା ଏବଂ ସନ୍ତରଣରେ ଜାତୀୟସ୍ତରରେ ନାମ କରି ସାରିଲାଣି।

ପ୍ରତିବର୍ଷ ଉଭୟ ବର୍ଗରେ ଖେଳାଳିମାନେ ପଦକ ଜିଣି ଚାଲିଛନ୍ତି।

ଏଠାକାର ଖେଳାଳି ରାଜ୍ୟର ବିଭିନ୍ନ କ୍ରୀଡ଼ା ତାଲିମକେନ୍ଦ୍ରରେ ନିଯୁକ୍ତି ପାଉଛନ୍ତି।

କ୍ରୀଡ଼ାର ଅନ୍ତୁଡ଼ିଶାଳ ବଲାଙ୍ଗୀର ନିଜେ ଅବହେଳିତ।

ନା ସରକାରୀ ସ୍ତରରୁ କିଛି ସହାୟତା ମିଳୁଛି, ନା ଭିତ୍ତିଭୂମି ବିକାଶ ଦିଗରେ କାମ ହେଉଛି।

ରାଜେନ୍ଦ୍ର ନାରାୟଣ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଥରେ ବୁଲି ଆସିଲେ କ୍ରୀଡ଼ା ଭିତ୍ତିଭୂମିର କରୁଣ ଚିତ୍ର ଜଳଜଳ ହୋଇ ଦିଶୁଛି।Advertisment Chhattisgarh's: ଦୁର୍ବଳ ମୌସୁମୀ ଦେଖି ଛତିଶଗଡ଼ର ଚାଲାକି, ମାତ୍ର ୨ ଗେଟ୍ ଖୋଲିଲା, ଅଧିକ ଖୋଲିବା ନେଇ ସନ୍ଦେହ ଅସିଚାଳନା ତାଲିମ ୨୦୧୫ ମସିହାରୁ ଏଠାରେ ଆରମ୍ଭ ହୋଇଥିଲା।

୨୦୧୭ ମସିହାରେ ଏକ ଅସ୍ଥାୟୀ କୋଠାରେ ୫୦ ପିଲାଙ୍କୁ ନେଇ ଶିବିର ଚାଲିଥିଲା।

୨୦୨୩ ମସିହାରେ ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ପୋର୍ଟ‌ସ୍‌ କମ୍ପ୍ଲେକ୍ସରେ ଅସିଚାଳନା ପାଇଁ ପିଲାଙ୍କୁ ତାଲିମ ଦିଆଯାଉଛି।

୧୩ଜଣ ପିଲା ହ‌ଷ୍ଟେଲରେ ରହି ତାଲିମ ନେଉଛନ୍ତି।

ତିନି ବର୍ଷରେ ଏଠାରୁ ଜାତୀୟ ସ୍ତର‌ରେ ପିଲା ୭ଟି ପଦକ ପାଇଛନ୍ତି।

କିନ୍ତୁ, ସେମାନେ ତାଲିମ ବେଳେ କିମ୍ବା ମର୍ଯାଦାଜନକ ପ୍ରତି‌ଯୋଗିତାରେ ଫଟା ପୋଷାକ ପିନ୍ଧୁଥିବା ଦେଖିବାକୁ ମିଳୁଛି।

ରାଜ୍ୟ କ୍ରୀଡ଼ା ବିଭାଗ ପିଲାଙ୍କୁ ଆଜି ପର୍ଯ୍ୟନ୍ତ ଅସି କିମ୍ବା ପୋଷାକ ଯୋଗାଇ ଦେଇନାହିଁ।

ପିଲାମାନେ ନିଜ ଖର୍ଚ୍ଚରେ ଏସବୁ କିଣୁଛନ୍ତି।

ଏହି ଅବଧି ମଧ୍ୟରେ ଭୁବନେଶ୍ବର କ୍ୟାପିଟାଲ୍‌ ସ୍କୁଲ୍‌ଠାରେ ତାଲିମ ନେଉଥିବା ପିଲାଙ୍କ ପାଇଁ ୮୦ ଲକ୍ଷ ଟଙ୍କାର ଉପକରଣ ଦିଆଯାଇଛି।

ବଲାଙ୍ଗୀର ପ୍ରତି ଏଭଳି ଅବହେଳା କ୍ରୀଡ଼ା ସଂଗଠକ ଓ କ୍ରୀଡ଼ାପ୍ରେମୀଙ୍କୁ ହତାଶ କରିଛି।

ଏଠାରେ ‌ଗୋଟିଏ ଛୋଟ କୋଠରି ଭିତରେ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

ଅସିଚାଳନା ପାଇଁ ଆବଶ୍ୟକ ରହିଛି ୧୭ ମିଟର୍‌ ଲମ୍ବ ପିଷ୍ଟ୍‌ ସରକାର ଯୋଗାଇ ଦେଇନାହାନ୍ତି।

୧୦ମିଟର୍‌ ଲମ୍ବର ପିଷ୍ଟ୍‌ ରାଜ୍ୟ ଅସିଚାଳନା ସଂଘରୁ ଆଣି ପିଲାଙ୍କୁ ତାଲିମ ଦିଆଯାଉଛି।

Elephant Sanctuary: ଅଧପନ୍ତରିଆ ହାତୀ ଆଶ୍ରୟସ୍ଥଳ ସନ୍ତରଣରେ ମଧ୍ୟ ସମାନ ଅବସ୍ଥା।

ଏଠାରେ  ହଷ୍ଟେଲର ୧୫ଜଣ ପିଲା ସନ୍ତରଣ ତାଲିମ ନେଉଛନ୍ତି।

୨୦୨୪ ମସିହାରେ ପିଲାଙ୍କୁ ହଳେ ଲେଖାଏଁ ଜୋତା, ୨୦୨୫ରେ ଟ୍ରାକ୍‌ ସୁଟ୍‌ ସରକାରଙ୍କ ପକ୍ଷରୁ ଦିଆଯାଇଥିଲା।

ଯାହା ଚିରି ଫାଟି ଗଲାଣି।

ହଷ୍ଟେଲ୍‌ ପୃଷ୍ଠପୋଷକ ଏବଂ କ୍ରୀଡ଼ା ସଂଗଠକମାନେ ବାରମ୍ବାର ଅବଗତ କରିଥିଲେ ହେଁ ବଲାଙ୍ଗୀରକୁ କିଛି ଯୋଗାଣ ହୋଇନାହିଁ।

ଭୁବନେଶ୍ବରରେ ସନ୍ତରଣ ତାଲିମ ନେଉଥିବା ପ୍ରତି ପିଲାଙ୍କୁ ୮ଟି ଲେଖାଏଁ କ୍ରୀଡ଼ା ଉପକରଣ ସରକାର ଯୋଗାଇ ଦେଉଛନ୍ତି।

ହେଲେ, ବଲାଙ୍ଗୀରକୁ ମାତ୍ର ୨ଟି ଦିଆଯାଇଛି।

ତାହା ପୁଣି ବହୁ ବର୍ଷ ହେଲାଣି।

ଏଭଳି ସ୍ଥିତିରେ ପିଲା ଆଉ କ୍ରୀଡ଼ାକ୍ଷେତ୍ର ପ୍ରତି ଦୂରେଇ ରହିବା ଆଶଙ୍କା ବଢ଼ିଯାଇଛି।

ଜିଲ୍ଲା ପ୍ରଶାସନ ଓ ରାଜ୍ୟ କ୍ରୀଡ଼ା ବିଭାଗ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି।

ଏନେଇ କ୍ରୀଡ଼ା ଛାତ୍ରାବାସ ଦାୟିତ୍ବରେ ଥିବା ପରାଶର ବାଗଙ୍କୁ ଯୋଗାଯୋଗ କରାଯାଇଥିଲା।

ସନ୍ତରଣ ପାଇଁ ପିଲାଙ୍କୁ ଉପକରଣ ଦିଆଯାଇଛି।

ଅସିଚାଳନା ପାଇଁ କ୍ରୀଡ଼ା ବିଭାଗକୁ ଅବଗତ କରାଯାଇଥିଲେ ହେଁ ଉପକରଣ ଆସୁନଥିବା ସେ ପ୍ରତିକ୍ରିୟା ରଖିଛନ୍ତି।"