18 JUNE 2026

Welcome!

Unlock your personalized experience.
Sign Up

Chatisgarh: ଛତିଶଗଡ଼ରେ ବାଲି ଖନନକୁ ନେଇ ବିବାଦ: କାର୍‌ରେ ନିଆଁ ଲଗାଇ ୨ ଜଣଙ୍କୁ ହତ୍ୟା, ୩ ଗୁରୁତର

Jun 18, 2026 - 02:11
Chatisgarh: ଛତିଶଗଡ଼ରେ ବାଲି ଖନନକୁ ନେଇ ବିବାଦ: କାର୍‌ରେ ନିଆଁ ଲଗାଇ ୨ ଜଣଙ୍କୁ ହତ୍ୟା, ୩ ଗୁରୁତର

ରାୟପୁର: ଛତିଶଗଡ଼ର କୋରିୟା ଜିଲ୍ଲାରେ ବେଆଇନ ବାଲି ବ୍ୟବସାୟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନର ବିବାଦ ଭୟଙ୍କର ହିଂସାର ରୂପ ନେଇଛି। ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ତିନିଜଣ ଗୁରୁତର ଦଗ୍ଧ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ପୁଲିସ ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଗୋଟିଏ ଗୋଷ୍ଠୀର ଜଣେ ସଦସ୍ୟ ଅଭିଯୁକ୍ତ ପକ୍ଷର ଜଣେ ସମ୍ପର୍କୀୟଙ୍କୁ ମାଡ଼ ମାରିଥିଲେ। ଏହା ପରେ ରାତିରେ ମାଡ଼ ଖାଇଥିବା ଗୋଷ୍ଠୀ ପ୍ରତିପକ୍ଷ ଗୋଷ୍ଠୀଙ୍କ ଘରକୁ ଏ ବାବଦରେ ପଚରାଉଚରା କରିବାକୁ ଯାଇଥିବାବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେ ଏକ ଭାରୀ ଡମ୍ପର ଟ୍ରକ୍‌ ଦ୍ୱାରା ସେମାନଙ୍କ ଟୟୋଟା ଫର୍ଚ୍ଚୁନର୍ ଗାଡ଼ିକୁ ବାରମ୍ବାର ଧକ୍କା ଦେଇଥିଲେ। ଏହାଫଳରେ ଗାଡ଼ିର ଦ୍ୱାର ଜାମ୍ ହୋଇଯାଇଥିଲା ଏବଂ ଭିତରେ ଥିବା ଲୋକମାନେ ବାହାରି ପାରିନଥିଲେ। ପରେ ଗାଡ଼ି ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଥିଲା।

ଆହୁରି ପଢନ୍ତୁ: JammuKashmir : ଜମ୍ମୁ-କାଶ୍ମୀର: ଗାଁରେ ମାଟି ଧସିବାରୁ ଆତଙ୍କ, ବାସିନ୍ଦାମାନଙ୍କୁ ସ୍ଥାନାନ୍ତର କରାଗଲା

ଏହି ଘଟଣାରେ ଭାରତ ସିଂହ ଗହରୱାର ଓରଫ୍ ‘ଲଲ୍ଲା ସିଂହ’ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ଅନ୍ୟ ଜଣେ ଆହତ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଅବଶିଷ୍ଟ ତିନିଜଣଙ୍କ ଶରୀର ୪୦ରୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ପୋଡ଼ିଯାଇଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାୟପୁରକୁ ପଠାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଏହାର ମୂଳ କାରଣ ଅବୈଧ ବାଲି ଖନନକୁ ନେଇ ଚାଲିଥିବା ପୁରୁଣା ଶତ୍ରୁତା ବୋଲି ସନ୍ଦେହ କରୁଛି।