Highcourt: ଏଲ୍‌ଓପି ଭାବେ ଋତବ୍ରତ ବାନାର୍ଜୀଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଲେ କାଲକାଟା ହାଇକୋର୍ଟ

Jun 18, 2026 - 02:11
Highcourt: ଏଲ୍‌ଓପି ଭାବେ ଋତବ୍ରତ ବାନାର୍ଜୀଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଲେ କାଲକାଟା ହାଇକୋର୍ଟ

"କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ରଥୀନ୍ଦ୍ର ନାଥ ବୋଷ୍‌ ଜୁନ୍‌ ୩ ତାରିଖରେ ଟିଏମ୍‌ସି ବିଧାୟକ ଋତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା(ଏଲ୍‌ଓପି) ମାନ୍ୟତା ଦେବା ନିଷ୍ପତ୍ତିକୁ ତୃଣମୂଳ କଂଗ୍ରେସ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟ କାଲକାଟା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ହାଇକୋର୍ଟ ଆଜି ଶୋଭନଦେବଙ୍କ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି।

ଟିଏମ୍‌ସି ଦଳ ଚଟ୍ଟୋପାଧ୍ୟାୟଙ୍କ ନାଁ ବିରୋଧୀ ଦଳ ନେତା ପଦ ପାଇଁ ସୁପାରିସ କରିଥିଲେ ସୁଦ୍ଧା ବାଚସ୍ପତି କିଭଳି ଜଣେ ନିଲମ୍ବିତ ଟିଏମ୍‌ସି ସଦସ୍ୟଙ୍କୁ ବିରୋଧୀ ଦଳ ନେତାର ମାନ୍ୟତା ଦେବାର ନିଷ୍ପତ୍ତି ନେଇପାରିବେ ବୋଲି ଆଜି ବିଚାରପତି କ୍ରୀଷ୍ଣା ରାଓ ପ୍ରଶ୍ନ କରିଥିଲେ।

Advertisment ଆହୁରି ପଢନ୍ତୁ: JammuKashmir : ଜମ୍ମୁ-କାଶ୍ମୀର: ଗାଁରେ ମାଟି ଧସିବାରୁ ଆତଙ୍କ, ବାସିନ୍ଦାମାନଙ୍କୁ ସ୍ଥାନାନ୍ତର କରାଗଲା ରାଜ୍ୟର ଅତିରିକ୍ତ ଏଡଭୋକେଟ ଜେନେରାଲ ବିଲୱଦଲ ଭଟ୍ଟାଚାର୍ଯ୍ୟ ବାଚସ୍ପତିଙ୍କୁ ପ୍ରତିନିଧିତ୍ବ କରିଥିବାବେଳେ ଟିଏମ୍‌ସି ଲୋକସଭା ସାଂସଦ ଏବଂ ବରିଷ୍ଠ ଆଇନଜୀବୀ କଲ୍ୟାଣ ବାନାର୍ଜୀ ଚ‌ଟ୍ଟୋପାଧ୍ୟାୟଙ୍କୁ ପ୍ରତିନିଧିତ୍ବ କରିଛନ୍ତି।

ଶୁଣାଣି ସମୟରେ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା କରିବାପାଇଁ ଟିଏମ୍‌ସି ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏବଂ ଋତବ୍ରତ ବାନାର୍ଜୀ ଟିଏମ୍‌ସିରୁ ନିଲମ୍ବନ ହୋଇଥିଲେ ସୁଦ୍ଧା‌ ବାଚସ୍ପତି କିଭଳି କେବଳ ଦସ୍ତଖଲ ଜାଲିଆତି ଅଭିଯୋଗ ପାଇଁ ଏହାକୁ ଅଣ‌ଦେଖା କରିପାରିବେ।

କୋର୍ଟ କହିଛନ୍ତି, ଏହି ଅଭିଯୋଗ ଏଯାବତ କୋର୍ଟରେ ପ୍ରମାଣ ହୋଇନାହିଁ।

ଶୁଣାଣି ସମୟରେ କଲ୍ୟାଣ ବାନାର୍ଜୀ ଯୁକ୍ତି ବାଢ଼ି କହିଥିଲେ ଯେ ଜଣେ ବାଚସ୍ପତି କେବେ ବି ଦଳକୁ ଅଣ‌ଦେଖା କରି ବିରୋଧୀ ଦଳ ନେତା ବାଛି ପାରିବେନି।

ବିଧାୟକମାନେ ହେଉଛନ୍ତି ରାଜନୈତିକ ଦଳର ଅଂଶ।

ଦଳର ନିଷ୍ପତ୍ତିକୁ କିଭଳି ବାଚସ୍ପତି ଅଣଦେଖା କରିପାରିବେ ବୋଲି କଲ୍ୟାଣ ବାନାର୍ଜୀ କୋର୍ଟରେ ଯୁକ୍ତି ରଖିଥିଲେ।

କୋର୍ଟ କହିଛନ୍ତି, ବାଚସ୍ପତି ତାଙ୍କ ନିଷ୍ପତ୍ତି ଘୋଷଣା କରିବା ପୂର୍ବରୁ ଟିଏମ୍‌ସିିକୁ ଏହାର ମାମଲାକୁ ଉପସ୍ଥାପନା କରିବାପାଇଁ ଏକ ସୁ‌ଯୋଗ ଦେବା ଉଚିତ ଥିଲା।

ଅନ୍ୟପକ୍ଷେ କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି।

"