Horoscope 2026 June 18: ଜାଣନ୍ତୁ ଆଜିର ରାଶିଫଳ...
"୧୮ ଜୁନ୍ ୨୦୨୬, ଗୁରୁବାର।
ତିଥି: ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀ।
ନକ୍ଷତ୍ର: ପୁଷ୍ୟା।
ଚନ୍ଦ୍ର: କର୍କଟ।
ଶିବ ବିବାହ, ବିନାୟକ ଚତୁର୍ଥୀ, ଗୌରୀଗଣେଶ ଚତୁର୍ଥୀ।
ସୂର୍ଯ୍ୟୋଦୟ: ୫ଟା୧୧, ସୂର୍ଯ୍ୟାସ୍ତ: ୬ଟା୨୩।
ଘାତଚନ୍ଦ୍ର: ନାହିଁ।
ଘାତବାର: ତୁଳା ଓ କୁମ୍ଭ।
ଶୁଭବେଳା: ପ୍ରାତଃ ୫ଟା୧୧ରୁ ୬ଟା୪, ଦିବା ୯ଟା୩୫ରୁ ୧୧ଟା୨୧, ସନ୍ଧ୍ୟା ୭ଟା୬ରୁ ୯ଟା୧୬, ରାତ୍ରି ୧ଟା୮ରୁ ୨ଟା୨୯, ରାତ୍ରି ୩ଟା୪୫ରୁ ୫ଟା୧୨ ପର୍ଯ୍ୟନ୍ତ।Advertisment ମେଷ: ପୂରା ପରିଶ୍ରମରେ କାମ କଲେ ଭାବିଥିବା ଅଧିକତର କାମ ସଂପୂର୍ଣ୍ଣ ହୋଇଯିବ।
ଆପଣ ଯେତେ ଚିନ୍ତାରେ ରହିବେ ସେତେ ଆପଣଙ୍କର କାର୍ଯ୍ୟଦକ୍ଷତା କମ୍ ହେବ।
ଘରକୁ ବନ୍ଧୁ ଆସିବେ।
ବୃଷ: ବକେୟା ଅର୍ଥ ପାଇବେ।
ଧାର୍ମିକ କାର୍ଯ୍ୟରେ ମନ ଲାଗାଇଲେ ମାନସିକ ଶାନ୍ତି ପାଇବେ।
ବେପାରରେ ଯଥେଷ୍ଟ ଲାଭ ହେବ।
ଶରୀର ସୁସ୍ଥ ରଖିବା ଲାଗି ତାଜା ଫଳ ଖାଆନ୍ତୁ।
ମିଥୁନ: ସ୍ବଭାବରେ ନକାରାତ୍ମକତା ନଆଣି କାମରେ ଅଧିକ ଧ୍ୟାନ ଦିଅନ୍ତୁ।
ଯେଉଁ ଲୋକଙ୍କ ବିରୋଧ ଯୋଗୁଁ କାମରେ ବାଧା ଲାଗି ରହିଛି ତାହା ସମାପ୍ତ ହୋଇଯିବ।
ଜୀବନସାଥୀଙ୍କୁ ସମୟ ଦେବେ।
ତାଦ୍ବାରା ସମ୍ବନ୍ଧ ମଜଭୁତ ଓ ମଧୁର ହେବ।
କର୍କଟ: କଠିନ ପରିଶ୍ରମରେ ଭଲ ଫଳ ପାଇବେ।
ସମାଜରେ ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ଖୁସି ହେବେ।
ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କନ୍ୟାଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିପାରେ।
ସିଂହ: ସରକାରୀ କାମରେ ବାଧା ଦୂର ହେବ।
ଅଫିସରେ କର୍ତ୍ତୃପକ୍ଷଙ୍କୁ ଖୁସି ରଖିବା ଲାଗି ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।
ଛାତ୍ରଛାତ୍ରୀ କାମ ପୂରା କରିବା ଯୋଗୁଁ ଶିକ୍ଷକଙ୍କ ଠାରୁ ସାବାସି ପାଇବେ।
କନ୍ୟା: ବିଭିନ୍ନ ପ୍ରକାର ଗତିବିଧିରେ ଦିନଟି ବିତାଇବେ।
ତାହା ସହିତ କଠିନରୁ କଠିନ କାମକୁ ନିଶ୍ଚୟର ସହିତ ପୂରା କରିନେବେ।
ବିଦେଶ ଯିବା ପାଇଁ ପ୍ରୟାସରତ ଲୋକ ଭଲ ଖବର ପାଇବେ।
ଆହୁରି ପଢ଼ନ୍ତୁ- bear stops traffic ରାସ୍ତା ଉପରେ ବସିରହିଲା, ଗାଡ଼ି ଅଟକାଇ ଖାଇବାକୁ ମାଗିଲା ଭାଲୁ!
ତୁଳା: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟ ଭଲ।
ସମାଜରେ କରିଥିବା କାମ ପାଇଁ ପ୍ରଶଂସା ପାଇବେ।
ଉଚ୍ଚାଧିକାରୀ ଆଗରେ ନିଜର କଥା ରଖନ୍ତୁ ଭଲ ବ୍ୟବହାର ପାଇବେ।
ପରିବାରରେ ସ୍ଥିତି ଠିକ୍ ରହିବ।
ବିଛା: ଲୁଗା ବ୍ୟବସାୟୀଙ୍କର ଭଲ ଫାଇଦା ହେବ।
ଯାହାଦ୍ବାରା ଆର୍ଥିକ ସ୍ଥିତି ମଜଭୁତ ରହିବ।
ବଡ଼ଙ୍କର ଆଶୀର୍ବାଦ ଆପଣଙ୍କ ସଙ୍ଗରେ ରହିବ।
ଅବିବାହିତ ବ୍ୟକ୍ତିଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ପାଇବେ।
ଧନୁ: ଦୀର୍ଘ ଦିନରୁ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ।
ଯାହାଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ।
କାହାରି ସହିତ ଅଯଥାରେଥଟ୍ଟା ତମାସା କରନ୍ତୁ ନାହିଁ।
ନିଜ ଭୁଲରୁ ଶିଖିକରି ଆଗକୁ ବଢ଼ିବାର ପ୍ରେରଣା ପାଇବେ।
ମକର: କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ତା" ସମ୍ବନ୍ଧରେ ସର୍ବପ୍ରଥମେ ଉଚିତ ବିଚାରବିମର୍ଶ କରିବେ।
ବ୍ୟବସାୟର ସବୁ ଗତିବିଧି ଉପରେ ଧ୍ୟାନ ରଖନ୍ତୁ।
ଆପଣଙ୍କ ମନ ଆଧ୍ୟାତ୍ମିକତାରେ ଲାଗି ରହିବ।
କୁମ୍ଭ: ଯେଉଁ ଲୋକ ଘରେ ବ୍ୟବସାୟ କରିବାକୁ ଭାବୁଛନ୍ତି ସେମାନଙ୍କ ଲାଗି ଦିନଟି ଭଲ।
ବନ୍ଧୁ ଠାରୁ କାମଧନ୍ଦା ବିଷୟରେ ନୂଆ ଜ୍ଞାନ ପାଇପାରନ୍ତି।
ଗାୟକଙ୍କର କୌଣସି ଗୀତ ଲୋକଙ୍କୁ ଖୁବ୍ ପସନ୍ଦ ଆସିବ।
ମୀନ: ସବୁ ଅଟକିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ।
ଆର୍ଥିକ ସ୍ଥିତି ମଜଭୁତ ରହିବ।
ବ୍ୟବସାୟ କାମରେ ବାହାରକୁ ଯାଇପାରନ୍ତି।
ବିଜ୍ଞାନ ଛାତ୍ରଙ୍କୁ ଭଲ ଚାକିରିର ସୁଯୋଗ ମିଳିପାରେ।"