NEET: ମା’ଙ୍କୁ କ୍ଷମା ମାଗି ଭିଡିଓ ବାର୍ତ୍ତା ଛାଡ଼ିଥିଲେ ନିଟ୍‌ ଆଶାୟୀ ସୁଶୀଲ

Jun 25, 2026 - 20:46
NEET: ମା’ଙ୍କୁ କ୍ଷମା ମାଗି ଭିଡିଓ ବାର୍ତ୍ତା ଛାଡ଼ିଥିଲେ ନିଟ୍‌ ଆଶାୟୀ ସୁଶୀଲ

"ମୁମ୍ବାଇ: ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେନିଟ୍ (ୟୁଜି) ପୁନଃପରୀକ୍ଷା ଦେଇଥିବା ଜଣେ ୧୮ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସୁଶୀଲ ଧାଗେ ନାମକ ଏହି ଛାତ୍ର ନିଜ ଜୀବନ ଶେଷ କରିବା ପୂର୍ବରୁ ମୋବାଇଲରେ ୩୩ ସେକେଣ୍ଡର ଏକ ଭିଡିଓ ରେକର୍ଡ କରି ପରିବାରକୁ ପଠାଇଥିଲେ।

ସେଥିରେ ସେ ନିଜ ମା"ଙ୍କୁ କ୍ଷମା ମାଗିଥିଲେ ଓ ଭାବବିହ୍ୱଳ ହୋଇ ନିଜ ମନର କଥା କହିଥିଲେ।Advertisment ସୂଚନା ଅନୁସାରେ, ସୁଶୀଲ ଚଳିତ ବର୍ଷ ଜୁନ୍ ୨୧ରେ ପୁନଃ ଆୟୋଜିତ ନିଟ୍ (ୟୁଜି) ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।

ଏହା ପୂର୍ବରୁ ମେ ୩ରେ ହୋଇଥିବା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ପରେ ବାତିଲ ହୋଇଯାଇଥିଲା।

ଭିଡିଓ ବାର୍ତ୍ତାରେ ସୁଶୀଲ ନିଜ ମା"ଙ୍କୁ କହିଥିଲେ, ମୋତେ କ୍ଷମା କର ମା।

ସୁମେଧଙ୍କ ସହିତ ରୁହ ମା।

ନିଜର ଯତ୍ନ ନିଅ ଏବଂ ମୋ ବିଷୟରେ ଚିନ୍ତା କର ନାହିଁ।

ମୁଁ ଗଭୀର ଯନ୍ତ୍ରଣା ଅନୁଭବ କରୁଛି...

ମୁଁ କିଛି କରିପାରିବି ନାହିଁ...

ମୁଁ ଆଉ କିଛି ବୁଝିପାରୁ ନାହିଁ।

ମୋତେ କ୍ଷମା କରିଦିଅ ମା।

ଏତିକି କହି ୩୩ ସେକେଣ୍ଡର ଭିଡିଓରେ ଭାଙ୍ଗି ପଡ଼ିଥିଲେ ସୁଶୀଲ।

ପରେ ସେ ଏହି ଭିଡିଓ ପରିବାର ସଦସ୍ୟଙ୍କୁ ପଠାଇ ବୁଧବାର ଏକ କୂଅକୁ ଡେଇଁପଡ଼ି ଜୀବନ ହାରିଥିବା ଜଣାପଡ଼ିଛି।

ଏହି ଘଟଣା ପୁଣିଥରେ ପ୍ରତିଯୋଗିତାମୂଳକ ପରୀକ୍ଷାକୁ କେନ୍ଦ୍ର କରି ଛାତ୍ରଛାତ୍ରୀଙ୍କ ଉପରେ ବଢ଼ୁଥିବା ମାନସିକ ଚାପ ପ୍ରସଙ୍ଗକୁ ସାମ୍ନାକୁ ଆଣିଛି।

NEET: ଉତ୍ତରପ୍ରଦେଶରେ ଜୀବନ ହାରିଲେ ନିଟ୍‌ ଆଶାୟୀ "