Nayagarh Murder Case: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୀଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କ ବେକ କାଟି ନାଳରେ ଫିଙ୍ଗିଦେଲା

Nov 20, 2026 - 19:11
Nayagarh Murder Case: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୀଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କ ବେକ କାଟି ନାଳରେ ଫିଙ୍ଗିଦେଲା

ଯୁବକଙ୍କ ବେକ କାଟି ନାଳରେ ଫିଙ୍ଗିଦେଲା ପଡ଼ୋଶୀ।

ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ନୟାଗଡ, ଟାଉନ୍ ଥାନା ଭାଟସାହି ଗାଁରେ।

ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି।

ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଛାନଭିନ କରୁଛନ୍ତି।

Advertisment ସୂଚନା ଅନୁସାରେ, ଭାଟସାହି ଗାଁର ବିଜୟ ବେହେରାଙ୍କ ସହ ପଡ଼ୋଶୀ ଟୁନା ବେହେରା, ଝରିଆ ବେହେରାଙ୍କ ପୂର୍ବ ଶତ୍ରୁତା ରହିଥିଲା ।

ଉଭୟ ଜମି ପ୍ଲଟିଙ୍ଗି ବେପାର କରିବେ ବୋଲି ଲକ୍ଷେ ଟଙ୍କା ବିଜୟଙ୍କ ଠାରୁ ନେଇଥିଲେ।

ଟଙ୍କା ନେବା ପରେ ବିଜୟ ବାରମ୍ବାର ମାଗିଥିଲେ ମଧ୍ୟ ଫେରାଇ ନଥିଲେ ।

ଏନେଇ ଆଗରୁ ଥାନା ରେ ମଧ୍ୟ ଅଭିଯୋଗ ହୋଇଥିଲା ।

ଆଜି ବିଜୟ ଧାନ ବିଲ ଦେଖିବାକୁ ଆସିଥିବା ବେଳେ, ତାଙ୍କ ତଣ୍ଟି କାଟି ନାଳ ଭିତରକୁ ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ନୟାଗଡ ଏସଡିପିଓଙ୍କ ନେତୃତ୍ୱ ରେ ଏକ ଟିମ୍ ଓ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ ଆରମ୍ଭ କରିଛନ୍ତି ।

ଅଭିଯୁକ୍ତ ମାନେ ଫେରାର ଥିବାବେଳେ, ପୋଲିସ ସେମାନଙ୍କୁ ଖୋଜୁଥିବା ଏସଡିପିଓ କହିଛନ୍ତି ।

Advertisment ଯୁବକଙ୍କ ବେକ କାଟି ନାଳରେ ଫିଙ୍ଗିଦେଲା ପଡ଼ୋଶୀ ଟାଉନ ଥାନା ଭାଟସାହି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଡ଼ୋଶୀ ହତ୍ୟା କରିଥିବା ଅଭିଯୋଗ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ଫେରାର; ପୋଲିସର ତଦନ୍ତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)