Naveen Patnaik Breaks Silence on Foreign Tour: ନବୀନ-ପାଣ୍ଡିଆନଙ୍କ ବିଦେଶ ଗସ୍ତ ତଦନ୍ତ, ଶଙ୍ଖ ଶିବିରରେ କମ୍ପନ!
ନବୀନ, ପାଣ୍ଡିଆନଙ୍କ ବିଦେଶ ଗସ୍ତ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଶେଷରେ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।
ବିଧାନସଭାରୁ ବାହାରି ଗଣମାଧ୍ୟମକୁ କିଛି ଏଭଳି ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି ନବୀନ।
'ମୁଁ ଓ ମୋର ଅଫିସରମାନଙ୍କ ବିରୋଧରେ ଆସିଥିବା ମିଥ୍ୟା ଅଭିଯୋଗ ସଂପର୍କରେ ମୁଁ ବୁଝି ପାରୁଛି' କହି ସରକାରଙ୍କୁ ତେରଛା ବାଣ ମାରିଛନ୍ତି।
ନବୀନ ଆହୁରି କହିଛନ୍ତି, ମୋର ବିଦେଶ ଗସ୍ତ ବହୁତ କମ୍।
ଯେତେବେଳେ ବି ଯାଇଛି ଓଡ଼ିଶା ସଂପର୍କିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଯାଇଛି।
ଏଭଳି ମିଛ ଅଭିଯୋଗର ଉଚିତ୍ ଜବାବ ଦିଆଯିବ।
Advertisment ସେପଟେ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବାପରେ ଚିହିଁକି ଉଠିଛି ବିଜେଡି।
ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଗଣେଶ୍ବର ବେହେରା ଓ ବ୍ୟୋମକେଶ ରାୟ ଆଜି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିଦେଶ ଗସ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି।
କହିଛନ୍ତି ଅଙ୍ଗନବାଡି କର୍ମୀ ଆନ୍ଦୋଳନରେ ବସିଛନ୍ତି, SSB ଅଧ୍ୟାପକ ଧାରଣାରେ ବସିଛନ୍ତି।
ଏଭଳି ସମୟରେ ଉପମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ କାହା ସ୍ବାର୍ଥରେ ବିଦେଶରେ ବୁଲୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ।
ଯାହାକୁ ବିଜେପି କଡା କାଉଣ୍ଟର କରିଛି।
ଦଳ ଯୁକ୍ତି ବାଢ଼ିଛି, ଉପମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଓଡିଆ ଐତିହ୍ୟକୁ ଆଗକୁ ବଢାଇବାକୁ ଇଣ୍ଡୋନେସିଆ ଯାଇଛନ୍ତି।
ବିଜୁ ବାବୁଙ୍କ ଗଭୀର ସଂପର୍କ ଇଣ୍ଡୋନେସିଆ ସହିତ ରହିଥିଲା।
ସେହିପରି ବିଧାୟକ ସନ୍ତୋଷ ଖଟୁଆ ପ୍ରଶ୍ନ କରିଛନ୍ତି, ନବୀନ ପୋପ୍ ଙ୍କୁ କାହା ସ୍ବାର୍ଥରେ ଭେଟିଥିଲେ।
2022-23 ଓ 2023-24 ରେ ନବୀନ-ପାଣ୍ଡିଆନ୍ ଓ IPS ଅଧିକାରୀ ରବି କାନ୍ତ ଇଟାଲି ଓ ଜାପାନ ଗସ୍ତ କରିଥିଲେ।
ଏହି ଗସ୍ତ ଖର୍ଚ୍ଚର ବିବରଣୀ ସନ୍ଦେହଜନକ, ଅସ୍ବଚ୍ଛ ଓ ଅସଂପୂର୍ଣ୍ଣ ବୋଲି ସୂଚନା ଅଧିକାର କର୍ମୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିବାରୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏବେ ଦେଖିବାର କଥା ନବୀନଙ୍କ ଶାଣିତ କାଉଣ୍ଟର ପରେ ତଦନ୍ତରୁ କି ଗୁମର ଖୋଲୁଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
