CM Mohan Majhi Visits Cyclone-Hit Ganjam: ଆକାଶରୁ ଦେଖିଲେ, ବିଲକୁ ଓହ୍ଲାଇଲେ; ଚାଷୀଙ୍କ ଦୁଃଖ ବୁଝିଲେ ମୋହନ
ଚାଷୀର ଉଜୁଡା ବିଲରେ ମୁଖ୍ୟମନ୍ତ୍ରୀ।
କାଦୁଅ ପଚ ପଚ ଧାନ କିଆରିରେ ପଶିଲେ, ଅତି ପାଖରୁ କ୍ଷୟକ୍ଷତି ଦେଖିଲେ।
ପାଣିରେ ବୁଡି କେଉଁଠି ଅମଳ ଧାନ ଗଜା ହୋଇଛି ତ କେଉଁଠି ପଚି ନଷ୍ଟ ହେବାକୁ ବସିଛି।
ବାତ୍ୟା ବିପନ୍ନଙ୍କ ସହ ସିଧାସଳଖ କଥା ହୋଇ ତାଙ୍କ ଠାରୁ ଦୁର୍ଦ୍ଦଶା ବୁଝିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
କାହାର କେତେ କ୍ଷତି ହୋଇଛି, ବର୍ଷାରେ କଣ କଣ ନଷ୍ଟ ହୋଇଛି, ଜଣ ଜଣଙ୍କ ଠାରୁ ସବୁ ପଚାରି ବୁଝିଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ବିପନ୍ନ ବି ବଖାଣିଥିଲେ ବାତ୍ୟା ଦେଇଯାଇଥିବା ଦୁଃଖ।
ବାତ୍ୟା ବିପନ୍ନ, ପୁରୁଷୋତ୍ତମପୁର Advertisment ପ୍ରଥମେ ଆକାଶମାର୍ଗରୁ ଗଞ୍ଜାମର କ୍ଷୟକ୍ଷତି ଦେଖିଥିଲେ ମୁଖ୍ୟମନ୍ତ୍ରୀ।
ସାଙ୍ଗରେ ଥିଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂଦେଓ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ପରେ ସମସ୍ତେ ସିଧା ଓହ୍ଲାଇଥିଲେ ଗ୍ରାଉଣ୍ଡକୁ।
ପ୍ରଥମେ ପୁରୁଷୋତ୍ତମପୁରର ହାଣ୍ଡିଘରରେ ପରଖିଥିଲେ ସ୍ଥିତି।
ଗୋଟିଏ ପରେ ଗୋଟିଏ ଚାଷ ଜମି ବୁଲି ଦେଖିଥିଲେ, ଚାଷୀଙ୍କ ସହ କଥା ହୋଇ ଶୁଣିଥିଲେ ସମସ୍ୟା।
ପରେ ଯାଇଥିଲେ ଛତ୍ରପୁର ବ୍ଲକ୍ ର ବଉଳଗାଁ।
ସେଠାରେ ଜଳମଗ୍ନି ଜମି ଓ ପାଣିରେ ଭାସୁଥିବା ସୁନାର ଫସଲ ଦେଖିବା ସହ ଚାଷୀଙ୍କୁ ଦେଇଥିଲେ ଶୀଘ୍ର କ୍ଷତିପୂରଣର ପ୍ରତିଶ୍ରୁତି।
ଗ୍ରାଉଣ୍ଡରେ କ୍ଷୟକ୍ଷତି ଦେଖିବା ପରେ ବସିଥିଲା ବୈଠକ।
ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ, ପ୍ରଭାବିତଙ୍କୁ ରିଲିଫ୍ ବଣ୍ଟନ, ଚାଷୀଙ୍କ ଫସଲ କ୍ଷତି ଏବଂ ପୁନରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଛତ୍ରପୁରରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ।
ଏହାପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଞ୍ଜାମରେ ବାତ୍ୟା ଓ ବର୍ଷାରେ ବ୍ୟାପକ ଧାନ ଚାଷ ନଷ୍ଟ ହୋଇଛି।
କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିବା ପରେ ପ୍ରଭାବିତଙ୍କୁ କ୍ଷତିପୂରଣ ଦିଆଯିବ।
ଗଞ୍ଜାମ ସ୍ଥିତିକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି।
ରାସନ କାର୍ଡ ନଥିଲେ ବି ସହାୟତା ମିଳିବ।
ତେଣୁ ବ୍ଲକରେ ଆସି ଦରଖାସ୍ତ ଦେବାକୁ ପ୍ରଭାବିତଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏଥିସହ ଲଗାତର ୨ଟି ବାତ୍ୟାରେ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅକୱାନ ପ୍ରଭାବରେ କୌଣସି ଜୀବନହାନୀ ହୋଇନଥିବା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Advertisment ବାତ୍ୟା ଅର୍ଣ୍ଣବ ଦାଉରୁ ଯେତିକି ବଂଚିଥିଲା ତାକୁ ସଫା କରିଦେଇଛି ଅକୱାନ।
ଏବେ ଚାଷୀ ଅପେକ୍ଷା କରିଛି ସରକାରୀ ସହାୟତାକୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
